ଯେତେ ଖୋଳିଲେ ସେତେ ବାହାରୁଛି; ବନବାସ ଗଲେ କଳି ଯୁଗର ରାମ, ଲକ୍ଷ୍ମଣ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମର୍ଯ୍ୟାଦା ପୁରୁଷୋତ୍ତମ ରାମଚନ୍ଦ୍ରଙ୍କୁ ଆଦର୍ଶ ମାନି ପରିବାର ଲୋକେ ଦୁଇ ଭାଇଙ୍କ ନାଁ ରାମ ଓ ଲକ୍ଷ୍ମଣ ରଖିଥିଲେ। ହେଲେ ସେମାନଙ୍କ କାଣ୍ଡକାରଖାନା ସମ୍ପୂର୍ଣ୍ଣ ଓଲଟା। ରାମ ନାମରେ କଳଙ୍କ ସେଇ ରାମଚନ୍ଦ୍ରର ଅସଲ ମୁଖା ଖୋଲି ଦେଇଛି ଭିଜିଲାନ୍ସ। ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହୋଇଛନ୍ତି ରାମଚନ୍ଦ୍ର ଜେନା ଓ ତାଙ୍କ ସାନ ଭାଇ ଲକ୍ଷ୍ମଣ। ଗିରଫ ହୋଇଥିବା ବାବୁ ଜଣକ ହେଉଛନ୍ତି ନିମାପଡ଼ା ତହସିଲଦାର ରାମଚନ୍ଦ୍ର ଜେନା। ତାଙ୍କ […]

Ramchandra Jena and his brother Laxman

Ramchandra Jena and his brother Laxman

Manoranjan Sial
  • Published: Tuesday, 02 November 2021
  • Updated: 02 November 2021, 09:35 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମର୍ଯ୍ୟାଦା ପୁରୁଷୋତ୍ତମ ରାମଚନ୍ଦ୍ରଙ୍କୁ ଆଦର୍ଶ ମାନି ପରିବାର ଲୋକେ ଦୁଇ ଭାଇଙ୍କ ନାଁ ରାମ ଓ ଲକ୍ଷ୍ମଣ ରଖିଥିଲେ। ହେଲେ ସେମାନଙ୍କ କାଣ୍ଡକାରଖାନା ସମ୍ପୂର୍ଣ୍ଣ ଓଲଟା। ରାମ ନାମରେ କଳଙ୍କ ସେଇ ରାମଚନ୍ଦ୍ରର ଅସଲ ମୁଖା ଖୋଲି ଦେଇଛି ଭିଜିଲାନ୍ସ। ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହୋଇଛନ୍ତି ରାମଚନ୍ଦ୍ର ଜେନା ଓ ତାଙ୍କ ସାନ ଭାଇ ଲକ୍ଷ୍ମଣ।

ଗିରଫ ହୋଇଥିବା ବାବୁ ଜଣକ ହେଉଛନ୍ତି ନିମାପଡ଼ା ତହସିଲଦାର ରାମଚନ୍ଦ୍ର ଜେନା। ତାଙ୍କ ଭାଇ ଲକ୍ଷ୍ମଣ ଜେନାକୁ ମଧ୍ୟ ଗିରଫ କରିଛି ଭିଜିଲାନ୍ସ। ଦୁଇ ଭାଇଙ୍କ ଗିରଫ ନେଇ ସ୍ପଷ୍ଟ କରିଛି ଭିଜିଲାନ୍ସ। ଦୁର୍ନୀତି କାରବାରରେ ରାମଚନ୍ଦ୍ରଙ୍କ ପ୍ରମୁଖ ସହଯୋଗୀ ଥିଲେ ଲକ୍ଷ୍ମଣ। ଭାଇ ରାମଚନ୍ଦ୍ରଙ୍କଠାରୁ ଟଙ୍କା ଆଣି ବ୍ୟାଙ୍କରେ ରଖୁଥିଲା ଲକ୍ଷ୍ମଣ। ସୋମବାର ଭାଇଙ୍କଠାରୁ ଫୋନ ପାଇ ୪.୫ ଲକ୍ଷ ଆଣିବାକୁ ଯାଇଥିଲେ ଲକ୍ଷ୍ମଣ। ଜେରା ବେଳେ ଗତ ସେପ୍ଟେମ୍ୱରରେ ୧୦ ଲକ୍ଷ ଆଣିଥିବା ମାନିଲା। ୩ ଥରରେ ଭାଇଠାରୁ ୧୦ ଲକ୍ଷ ଆଣି ବ୍ୟାଙ୍କରେ ଜମା କରିଥିବା ମାନିଛି ଲକ୍ଷ୍ମଣ। ଅସତ ଉପାୟରେ ଭାଇ ସଂଗ୍ରହ କରୁଥିବା ଟଙ୍କା ରଖୁଥିଲା ଲକ୍ଷ୍ମଣ। ୨୦୦୨ରେ ଟ୍ରକ୍‌ ହେଲପର ଥିବା ଲକ୍ଷ୍ମଣଙ୍କର ଏବେ କିଛି ରୋଜଗାର ନାହିଁ। କିଛି ରୋଜଗାର ନଥିବା ଲକ୍ଷ୍ମଣଙ୍କ ଖାତାରେ ରହିଛି ଲକ୍ଷ ଲକ୍ଷ ଟଙ୍କା।

ସବୁଠାରୁ ବଡ଼ କଥା ହେଉଛି ବାବୁ ରାମ ନିଜ ନାଁରେ ୫ଟି ପାନ୍‌କାର୍ଡ କରିଛନ୍ତି। ପ୍ରତି ପାନ୍‌କାର୍ଡରେ ଅଲଗା ଅଲଗା ଅଲଗା ଜନ୍ମ ତାରିଖ ଓ ବାପାଙ୍କ ନାଁ ରହିଛି। କେଉଁଠି ବୈଷ୍ଣବ ଜେନା, କେଉଁଠି ଖଗେଶ୍ୱର ଜେନା ତ ଆଉ କେଉଁଠି ରହିଛି ନାରାୟଣ ଜେନା। ରାମଚନ୍ଦ୍ର ଜେନାଙ୍କ ସମ୍ପତ୍ତି ଯାଞ୍ଚ ବେଳେ ସାମ୍ନାକୁ ଆସିଛି ଏଭଳି ଚାଞ୍ଚଲ୍ୟକର ତଥ୍ୟ। ତେବେ ଏଠି ପ୍ରଶ୍ନ ଉଠୁଛି, ସରକାରୀ ବାବୁ ଜଣକ ୫ଟି ପାନ କାର୍ଡ ପାଇଲେ କେମିତି? କାହିଁକି କରିଥିଲେ ଏତେ ଗୁଡାଏ ପାନ କାର୍ଡ?

ପୂରା ଘଟଣାଟି ଏମିତି। ନିମାପଡ଼ା ତହସିଲଦାର ରାମଚନ୍ଦ୍ର ଜେନା ବିପୁଳ ପରିମାଣର ଟଙ୍କା ଧରି ଆଜି ସକାଳେ କେଉଁଆଡ଼େ ଯାଉଥିଲେ। ଏ ସମ୍ପର୍କରେ ଖବର ପାଇ ଭିଜିଲାନ୍ସ ଟିମ୍‌ ତାଙ୍କୁ ନିମାପଡା ସରକାରୀ କ୍ୱାର୍ଟର୍ସ ପାଖରେ ଅଟକାଇ ଅଟକାଇଥିଲା। ପରେ ଯାଞ୍ଚ କଲା ବେଳେ ଗାଡ଼ିରୁ ନଗଦ ୪ ଲକ୍ଷ ୬୫ ହଜାର ଟଙ୍କା ମିଳିଥିଲା। ପରେ ଭିଜିଲାନ୍ସ ଟିମ୍‌ ରାମଚନ୍ଦ୍ରଙ୍କ ଘରେ ଚଢ଼ଉ କରିଥିଲା। ସେଠାରୁ ୫୦ ହଜାର ଟଙ୍କା ମିଳିଥିଲା। ଏସବୁ ଟଙ୍କାକୁ ଭାଇ ହାତରେ ପଠାଇବାକୁ ଯୋଜନା କରିଥିଲେ ରାମଚନ୍ଦ୍ର। କିନ୍ତୁ ତା’ ପୂର୍ବରୁ ଭିଜିଲାନ୍ସ ଜାଲରେ ଧରାପଡ଼ିଯାଇଥିଲା ରାମଚନ୍ଦ୍ର। ପଚରାଉଚରା ବେଳେ ଟଙ୍କା କେଉଁଠୁ ଆସିଲା ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ ତହସିଲଦାର। ଫଳରେ ଆରମ୍ଭ ହୋଇଥିଲା ତନାଘନା। ଏକାସଙ୍ଗେ ନିମାପଡ଼ା ଅଫିସ, ବାସଭବନ, କଟକ ସିଡିଏ ଘର, କେନ୍ଦ୍ରାପଡା ଗରଦପୁର ବ୍ଳକ ଧାନମଣ୍ଡଳରେ ଥିବା ଘରେ ଚଢଉ କରିଛି ଭିଜିଲାନ୍ସ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story