Advertisment

ରାଜ୍ୟର ୯ ଜିଲ୍ଲା ହେବ ଫାଇଲେରିଆ ମୁକ୍ତ: ସ୍ୱାସ୍ଥ୍ୟ ବିଭାଗ

ଲୋକଙ୍କୁ ଡିଇସୀ, ଆଲବେନଣ୍ଡାଜଲ୍ ଟାବଲେଟ ବଣ୍ଟନ କରାଯିବ। ଅନ୍ୟ ଜିଲ୍ଲାରେ ଏହି ଦୁଇ ଟାବଲେଟ ସହ ଆଇଭ୍ରମେକଟିନ୍ ଟାଵଲେଟ ଦିଆଯିବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।

Phaleria

Phaleria

Advertisment

ରାଜ୍ୟର ୯ ଜିଲ୍ଲା ହେବ ଫାଇଲେରିଆ ମୁକ୍ତ। ଏ ନେଇ ଘୋଷଣା କରିବାକୁ କେନ୍ଦ୍ରକୁ ପ୍ରସ୍ତାବ ଦେଇଛି ସ୍ୱାସ୍ଥ୍ୟ ବିଭାଗ। ପୁରୀ, ମାଲକାନଗିରି, ନବରଙ୍ଗପୁର, କୋରାପୁଟ, ଗଜପତି, କେନ୍ଦ୍ରାପଡା, ବୌଦ୍ଧ, ଜଗତସିଂହପୁର ଓ ଦେବଗଡ଼ ଜିଲ୍ଲା ହେବ ଫାଇଲେରିଆ ମୁକ୍ତ। ଜନ ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି।

Advertisment

୨୧ଟି ଜିଲ୍ଲାରେ ଫାଇଲେରିଆ ନିରାକରଣ ପାଇଁ ଅଭିଯାନ ଆରମ୍ଭ ହେବ। ପ୍ରଥମ ପର୍ଯ୍ୟାୟରେ ୧୦ଟି ଜିଲ୍ଲାରେ ଏହି ଅଭିଯାନ ଚାଲିବ। ପରବର୍ତ୍ତୀ ସମୟରେ ବାକି ୧୧ ଟି ଜିଲ୍ଲାରେ ଏହି ଅଭିଯାନ ଆରମ୍ଭ କରାଯିବ। ଲୋକଙ୍କୁ ଡିଇସୀ, ଆଲବେନଣ୍ଡାଜଲ୍ ଟାବଲେଟ ବଣ୍ଟନ କରାଯିବ। ଅନ୍ୟ ଜିଲ୍ଲାରେ ଏହି ଦୁଇ ଟାବଲେଟ ସହ ଆଇଭ୍ରମେକଟିନ୍ ଟାଵଲେଟ ଦିଆଯିବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।

ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆହୁରି ମଧ୍ୟ କୁହାଯାଇଛି, ନିୟମିତ ବ୍ୟବଧାନରେ ଔଷଧ ସେବନ କଲେ ଖୁବ୍‌ ଶୀଘ୍ର ରାଜ୍ୟ ଫାଇଲେରିଆ ମୁକ୍ତ ହୋଇଯିବ। ସ୍ୱାସ୍ଥ୍ୟକର୍ମୀମାନେ ଗାଁକୁ ଗାଁ ବୁଲି ଲୋକଙ୍କୁ ଔଷଧ ସେବନ କରାଇବେ। ଆଗାମୀ ୨ ରୁ ୩ ବର୍ଷ ଭିତରେ ସମଗ୍ର ରାଜ୍ୟକୁ ଫାଇଲେରିଆ ମୁକ୍ତ କରିବା ପାଇଁ ଯୋଜନା କରାଯାଉଛି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।

Advertisment
Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe