/odisha-reporter/media/post_attachments/uploads/2020/04/bhadrak-2.jpg)
bhadrak
ଭଦ୍ରକ (ପାର୍ଥ ସାରଥୀ ନାୟକ): ଶନିବାର ରାତି ୮ଟାରୁ ଭୁବନେଶ୍ୱର ଓ କଟକ ସହର ସମେତ ଭଦ୍ରକରେ ଶଟ୍ ଡାଉନ୍ ଜାରି ରହିଛି। ଏହା ଆସନ୍ତାକାଲି ରାତି ୮ଟା ପର୍ଯ୍ୟନ୍ତ ଜାରି ରହିବ। କରୋନା ମୁକାବିଲା ପାଇଁ ଏଭଳି ପଦକ୍ଷେପ ନିଆଯାଇଥିବା ବେଳେ ଓ ଏନେଇ ସଚେତନ କରାଯାଇଥିବା ସତ୍ତ୍ୱେ ଭଦ୍ରକରେ ୯ ଜଣ ଏହି କଟକଣାକୁ ଭାଙ୍ଗିଛନ୍ତି। ଆଉ ଗତକାଲି ଡିଜିପିଙ୍କ ଘୋଷଣା ପ୍ରକାରେ ଭଦ୍ରକ ପୁଲିସ୍ ସେମାନଙ୍କୁ ଉଠାଇ ନେଇ ଜିଲ୍ଲା ସ୍କୁଲ୍ରେ ହୋଇଥିବା କ୍ୱାରେଣ୍ଟାଇନ୍ ସେଣ୍ଟରରେ ରଖିଛି। ଭଦ୍ରକ ଉପ-ଜିଲ୍ଲାପାଳ ପିତାମ୍ବର ସାମଲ ସୂଚନା ଦେଇଛନ୍ତି।
Advertisment
ଶଟ୍ ଡାଉନ୍ ପାଇଁ ଭଦ୍ରକ ସହରର ପ୍ରମୁଖ ଛକ ସମେତ ଅପର୍ତ୍ତିବିନ୍ଧା, ଗେଲପୁର ଛକ, ବନ୍ତ ଛକ, ଚରମ୍ପା ଓ ବାଇପାସ୍ରେ ଫୋର୍ସ ସଂଖ୍ୟା ବଢ଼ାଇ ଦିଆଯାଇଛି। ସହରର ସମସ୍ତ ପ୍ରବେଶ ଓ ପ୍ରସ୍ଥାନ ପଥକୁ ସିଲ୍ କରାଯାଇଛି। ପୂର୍ବାଞ୍ଚଳ ଆଇଜି ଦୀପ୍ତେଶ ପଟ୍ଟନାୟକ ଭଦ୍ରକରେ ପହଞ୍ଚି ସ୍ଥିତି ସମୀକ୍ଷା କରିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
