ପଦମପୁର (ସୋମେଶ ଚନ୍ଦ୍ର ମହାନ୍ତି): ବିଜେପି ଛାଡ଼ିଥିବା ବରଗଡ଼ ଜିଲ୍ଲାର ୯ ଜଣ ଜିଲ୍ଲା ପରିଷଦ ସଭ୍ୟ ଓ ଜିଲ୍ଲା ଉପ-ସଭାପତି ପ୍ରଶାନ୍ତ କୁମାର ମାଝି ବିଜେଡିରେ ସାମିଲ ହୋଇଛନ୍ତି। ଗତକାଲି ପଦମପୁର ସ୍ଥିତ ବିଜେଡି କାର୍ଯ୍ୟାଳୟରେ ବରଗଡ଼ ଜିଲ୍ଲା ସଭାପତିଙ୍କ ଉପସ୍ଥିତିରେ ସେମାନେ ଦଳରେ ମିଶିଥିଲେ।
ଏହି ୧୦ ନେତା ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ନିକଟକୁ ସେମାନଙ୍କ ଇସ୍ତଫା ପତ୍ର ପଠାଇ ଦେଇଥିଲେ। ଦଳୀୟ କାର୍ଯ୍ୟରେ ସେମାନେ ଅସନ୍ତୁଷ୍ଟ ଥିବା ଇସ୍ତଫା ପତ୍ରରେ ଉଲ୍ଲେଖ କରିଥିଲେ।
ସୁବାସ ଚୌହାନ ବିଜେପି ଛାଡ଼ି ବିଜେଡିରେ ମିଶିବା ପରେ ଏହି ନେତାମାନେ ଦଳ ଛାଡ଼ିଥିଲେ।
ବରଗଡ଼ ଜିଲ୍ଲା ପରିଷଦ ବିଜେପି ଦଖଲରେ ଥିଲା। ତେବେ ୯ ଜଣ ସଦସ୍ୟଙ୍କ ଇସ୍ତଫା ପରେ ସେଠାରେ ବିଜେପି ସଦସ୍ୟଙ୍କ ସଂଖ୍ୟା ୧୬କୁ ଖସି ଆସିଛି। ସେପଟେ ବିଜେଡି ସଦସ୍ୟ ସଂଖ୍ୟା ୧୮କୁ ବୃଦ୍ଧି ପାଇଛି। ତେଣୁ ଜିଲ୍ଲା ପରିଷଦ ସ୍ଥିତି କ’ଣ ହେବ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି।
ଆହୁରି ମଧ୍ୟ ପଢ଼ନ୍ତୁ: ସୁବାସ ଇସ୍ତଫା ଦେବା ପରେ ବିଜେପି ଛାଡ଼ିଲେ ୯ ଜିଲ୍ଲା ପରିଷଦ ସଭ୍ୟ
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ହାଟରୁ ମିଳିଥିଲା ଅଧା ପୋଡ଼ା ମୃତଦେହ; ଟଙ୍କା ନ ଦେବାରୁ ଜାଳିଦେଇଥିଲେ ଦୁଇ ଦୋକାନୀ
ଗତ ୧୬ତାରିଖରେ କନ୍ଦା ମହାନ୍ତ କେନ୍ଦୁଜୁଆଣି ହାଟକୁ ଆସିଥିଲେ। ସେଠାରେ ସେ ଉଭୟ ଦୋକାନୀଙ୍କ ନିକଟରୁ ପତ୍ରପୋଡା ମାଂସ ସହିତ ଚଣା ଆଣି ଖାଇଥିଲେ। ମାତ୍ର ସେମାନଙ୍କୁ ସେ ଟଙ୍କା ଦେଇ ନ ଥିଲେ।
Politics
ପିଏସୟୁକୁ କେମିତି ମିଳୁଛି କାମ?
ଭୁବନେଶ୍ୱରରେ ଏକ ତାରକା ହୋଟେଲ ସାମନାରେ ଲାଞ୍ଚ ପାଇଁ ନିଆଯାଉଥିବା ୧୦ ଲକ୍ଷ ଟଙ୍କା ଧରା ପଡ଼ିବା ପରେ ଏବେ ସିବିଆଇ ରାଡରରେ ଆଇଏଏସ ଅଫିସର ବିଷ୍ଣୁପଦ ସେଠୀ।
Crime
ପୁଲିସ ବାବୁଙ୍କ ଦବଙ୍ଗଗିରି; ଅଭିଯୁକ୍ତକୁ ନିର୍ଧୂମ ପିଟିଲେ, ପିଠି ଉପରେ ଚଢ଼ିଗଲେ
ଘଟଣା ଘଟିଛି କଟକ ଜିଲ୍ଲା ବାଙ୍କୀ ଅଞ୍ଚଳରେ।
Crime
ଆକ୍ସନ ମୁଡରେ ଇଡି; ଦ୍ୱିତୀୟ ଦିନରେ ପ୍ରମିଳା ମଲ୍ଲିକଙ୍କ ଭାଇଙ୍କ ଘରେ ରେଡ୍
ଗତକାଲି ସମ୍ବଲପୁରରେ ଥିବା ବିଶ୍ୱ ଏନଜିଓର ମୁଖ୍ୟ କାର୍ଯ୍ୟାଳୟ ସମେତ ୩ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଇଥିଲା। ଦିଲ୍ଲୀରେ ମଧ୍ୟ ଇଡି ପକ୍ଷରୁ ଚଢ଼ାଉ କରାଯାଇଥିଲା।
Crime
ତାତିଲେ ଗ୍ରାମବାସୀ, ଦୁର୍ଦ୍ଦାନ୍ତ ନକ୍ସଲ ହିଡମା ଘରକୁ ମାଟିରେ ମିଶାଇଦେଲେ
ହିଡମା ନିଜ ଗାଁ ଲୋକଙ୍କୁ ସବୁବେଳେ ଡରାଇ ଧମକାଇ ରଖିଥିବା ବେଳେ ବହୁ ଲୋକ ଗାଁ ଛାଡ଼ି ଚାଲି ଯାଇଥିଲେ। ମାତ୍ର ଏବେ ସେନା ସହଯୋଗରେ ହିଡମା ଘରକୁ ମାଟିରେ ମିଶାଇ ଦେଇଛନ୍ତି ଉତ୍ତ୍ୟକ୍ତ ଲୋକେ।