/odisha-reporter/media/media_files/2026/02/03/677-2026-02-03-19-36-17.jpg)
ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ଅଞ୍ଚଳରେ ଘଟିଛି ଲଜ୍ଜା ଓ ଅତ୍ୟନ୍ତ ଚିନ୍ତାଜନକ ଘଟଣା। ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ତାଙ୍କ ସହପାଠୀମାନେ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ସେମାନଙ୍କ ସହିତ ଜଣେ ଯୁବକ ମଧ୍ୟ ଏଥିରେ ସଂପୃକ୍ତ ଥିବା ଅଭିଯୋଗ ହୋଇଛି।
Advertisment
ଉଭୟ ପୀଡ଼ତା ଓ ଅଭିଯୁକ୍ତମାନେ ଗୋଟିଏ ସ୍ଥାନରେ ଟ୍ୟୁସନ ହୁଅନ୍ତି। ଘଟଣା ଦିନ ସନ୍ଧ୍ୟାରେ ଟ୍ୟୁସନରେ ପଢ଼ା ଶେଷ ହେବା ପରେ ଶିକ୍ଷକ ନଥିବା ସମୟରେ ଜଣେ ୨୨ ବର୍ଷର ଯୁବକ ସୁଶାନ୍ତ ସାହୁ ସେଠାକୁ ଆସିଥିଲେ। ତାଙ୍କ କଥାରେ ପଡ଼ି ନାବାଳିକାଙ୍କୁ ତାଙ୍କର ଚାରିଜଣ ସହପାଠୀ ଦୁଷ୍କର୍ମ କରିଥିଲେ। ସୁଶାନ୍ତ ମଧ୍ୟ ନାବାଳିକାଙ୍କୁ ଦୁଷ୍କର୍ମ କରିଥିଲେ।
ଖାଲି ଏତିକି ନୁହେଁ, ସୁଶାନ୍ତ ଦୁଷ୍କର୍ମ ସମୟର ଭିଡିଓ ଉତ୍ତୋଳନ କରି ଭାଇରାଲ ମଧ୍ୟ କରି ଦେଇଛି। ଭିଡିଓ ଭାଇରାଲ ହେଲା ପରେ ନାବାଳିକାଙ୍କ ସଂପର୍କୀୟ ବଲାଙ୍ଗିର ପୁଲିସକୁ ଘଟଣା ସଂପର୍କରେ ଜଣାଇଥିଲେ। ଏସ୍ପି ନିଜେ ଘଟଣାର ତଦନ୍ତ କରିଥିଲେ।
Advertisment
ଏସ୍ପିଙ୍କ ନିର୍ଦ୍ଦେଶକ୍ରମେ ତୁରକେଲା ପୁଲିସ ୫ ଅଭିଯୁକ୍ତ (୪ ନାବାଳକ ଓ ସୁଶାନ୍ତ ସାହୁ)ଙ୍କୁ ଅଟକ ରଖିଛି। ନାବାଳିକାଙ୍କ ଡାକ୍ତରୀ ମଇନା କରାଯାଇଛି। ପୁଲିସ ଘଟଣା ସମ୍ପର୍କରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଏବଂ ଜିଲ୍ଲା ଶିଶୁ ମଙ୍ଗଳ କମିଟିକୁ ଖବର ଦେଇଥିବା ଜଣାପଡ଼ିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
