Advertisment

Govt Post: ରାଜ୍ୟରେ ଖାଲି ପଡ଼ିଛି ୯୪ ହଜାରରୁ ଅଧିକ ପଦବୀ; ଆଇଏଏସ୍, ଆଇପିଏସ୍ ଓ ଓଏଏସ୍ ପଦ ବି ଖାଲି

Lokseva Bhawan
Advertisment

ରାଜ୍ୟରେ ୯୪ ହଜାରରୁ ଅଧିକ ସରକାରୀ ପଦବୀ ଖାଲି ପଡ଼ିଛି। ଆଇଏଏସ୍, ଆଇପିଏସ୍ ଓ ଓଏଏସ୍ ଭଳି ପଦବୀ ମଧ୍ୟ ଖାଲି ପଡ଼ିଛି। ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଧାନସଭାରେ ଦେଇଥିବା ତଥ୍ୟରୁ ଏହା ଜଣାପଡ଼ିଛି।

Advertisment

ମୁଖ୍ୟମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ଚଳିତ ମାସ ୧୨ ତାରିଖ ସୁଦ୍ଧା ରାଜ୍ୟରେ ୯୪ ହଜାର ୪୮୫ଟି ସରକାରୀ ପଦବୀ ଖାଲି ପଡ଼ିଛି। ସେଥିରୁ ସର୍ବାଧିକ ପଦବୀ ଖାଲି ପଡ଼ିଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ। ଏହି ବିଭାଗରେ ୨୦ ହଜାର ୨୮୯ଟି ପଦବୀ ଖାଲି ପଡ଼ିଛି। ଗୃହ ବିଭାଗରେ ୧୬ ହଜାର ୩୨ଟି ପଦବୀ ଖାଲି ପଡ଼ିଛି। ସେହିପରି ଗୁରୁତ୍ୱପୂର୍ଣ୍ଣ ସ୍ଵାସ୍ଥ୍ୟ ବିଭାଗରେ ୧୦ ହଜାର ୪୫୭ଟି ପଦବୀ ଖାଲି ପଡ଼ିଛି। ୨୦୨୪ ଜୁନ ୧୨ ତାରିଖରୁ ୨୦୨୬ ଫେବୃଆରୀ ୧୨ ତାରିଖ ମଧ୍ୟରେ ୩୯ ହଜାର ୫୦୫ ପଦରେ ନିଯୁକ୍ତି ଦେଇଛନ୍ତି ସରକାର। ବିଧାୟକ ଚକ୍ରମଣି କହଁରଙ୍କ ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ ଦେଇଛନ୍ତି ଏହି ତଥ୍ୟ।

ସେହିପରି ବିଧାୟକ ପ୍ରଦୀପ ଦିଶାରୀଙ୍କ ଏକ ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ରାଜ୍ୟରେ ୪୨ଟି ଆଇଏଏସ୍, ୬୭ଟି ଆଇପିଏସ୍ ଓ ୬୬ଟି ଆଇଏଫସ ପଦବୀ ଖାଲି ପଡ଼ିଛି। ଏହା ସହିତ ୩୩୦ଟି ଓଏଏସ୍ ଓ ୧୪୬ଟି ଓପିଏସ ପଦବୀ ଖାଲି ପଡ଼ିଛି।

Advertisment

ଏତେ ସଂଖ୍ୟକ ସରକାରୀ ପଦବୀ ଖାଲି ପଡ଼ିଥିବାରୁ କାର୍ଯ୍ୟ ବିଳମ୍ବ ଓ ବାଧାପ୍ରାପ୍ତ ହେଉଥିବ ନିଶ୍ଚିତ।  ତେବେ ସରକାର କେବେ ଏତେ ସଂଖ୍ୟକ ପଦବୀ ପୂରଣ ଦିଗରେ ପଦକ୍ଷେପ ନେଉଛନ୍ତି, ତାହା ଦେଖିବାର କଥା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe