/odisha-reporter/media/post_attachments/uploads/2015/04/vlcsnap-2015-04-29-10h53m22s360.png)
niramaya logo
ଭୁବନେଶ୍ୱର: ଆଜିଠୁ ଶୁଭାରମ୍ଭ ହୋଇଛି ନିରାମୟ ଯୋଜନା। ଭୁବନେଶ୍ୱର ସ୍ଥିତ କ୍ୟାପିଟାଲ୍ ହସପିଟାଲରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଯୋଜନାରେ ରୋଗୀଙ୍କୁ ମାଗଣାରେ ୫୭୨ ପ୍ରକାର ଔଷଧ ଯୋଗାଇ ଦିଆଯିବ। ପ୍ରଥମ ପର୍ଯ୍ୟାୟରେ ୨୭୨ ପ୍ରକାର ଔଷଧ ଉପଲବ୍ଧ ହେବ। ଏବେ ଏହି ମାଗଣା ଔଷଧ ବଡ଼ ମେଡ଼ିକାଲଗୁଡ଼ିକ ସହିତ ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉପଲବ୍ଧ ହେବ। ପରେ ରାଜ୍ୟର ସମସ୍ତ ଡାକ୍ତରଖାନାଗୁଡ଼ିକରେ ରୋଗୀମାନେ ଏହି ମାଗଣା ଔଷଧଗୁଡ଼ିକୁ ପାଇପାରିବେ। ଏହି ଯୋଜନା ଓଡ଼ିଶା ରାଜ୍ୟ ମେଡ଼ିକାଲ କର୍ପୋରେସନ୍ ଦ୍ୱାରା ପରିଚାଳିତ ହେବ।
Advertisment
ଏବେ ଇ-ଔଷଧୀ ମାଧ୍ୟମରେ ଡାକ୍ତରଖାନାଗୁଡ଼ିକରେ ମାଗଣାରେ ୨୭୨ ପ୍ରକାରର ଔଷଧ ମିଳୁଛି। ତେବେ ମାଗଣାରେ ଔଷଧ ଯୋଗାଣ ବ୍ୟବସ୍ଥାକୁ ତ୍ୱରାନ୍ୱିତ କରିବା ଉଦେ୍ଧଶ୍ୟରେ ସରକାର ନିରାମୟ ଯୋଜନା ଆରମ୍ଭ କରିଛନ୍ତି। ନିରାମୟ ଜରିଆରେ କର୍କଟ, ସିକିଲସେଲ, ଥାଲାସେମିଆ, ହେମୋଫିଲିଆ ଭଳି ଦୁରାରୋଗ୍ୟ ପାଇଁ ମଧ୍ୟ ଔଷଧ ଯୋଗାଇ ଦିଆଯିବ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
