niranjan-patnaik
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ମୁକାବିଲା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଚିଠି ଲେଖିଛନ୍ତି। ସେ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, କରୋନା ନେଇ ତୁରନ୍ତ ପଦକ୍ଷେପ ନନେଲେ ଗୋଷ୍ଠୀ ସଂକ୍ରମଣ ଆଶଙ୍କା ରହିଛି। ଦଳମତ ନିର୍ବିଶେଷରେ ସରକାରଙ୍କୁ ସହଯୋଗ କରିବାକୁ ଆମେ ପ୍ରସ୍ତୁତ ଅଛୁ। ବିଭିନ୍ନ ରାଜନୈତିକ ଦଳ, ସାମାଜିକ ସଂଗଠନ ସହ ଆଲୋଚନା କରନ୍ତୁ। ରାଜ୍ୟରେ ପ୍ରତିଦିନ କରୋନା ଟେଷ୍ଟିଂ ସଂଖ୍ୟା ୨୫ ହଜାରକୁ ବଢ଼ାଯାଉ। ଘର ଘର ସର୍ଭେ, କୋଭିଡ ହସ୍ପିଟାଲ ବୃଦ୍ଧି କରାଯାଉ।
ସୂଚନାଯୋଗ୍ୟ, ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୧,୮୭୭ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୧୯,୭୪୫ ଜଣ ସୁସ୍ଥ ହୋଇ ସାରିଲେଣି। ଏହାବ୍ୟତୀତ ରାଜ୍ୟରେ ୧୧, ୯୧୮ ଜଣ ଚିକିତ୍ସିତ ହେଉଛନ୍ତି।ଏଥିସହ ରାଜ୍ୟରେ ମୃତ୍ୟୁ ସଂଖ୍ୟା ୧୭୭ରେ ପହଞ୍ଚିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2020/07/niranjan-patnaik-77799999.jpg)