Advertisment

‘ଓଡ଼ିଶାରେ ପ୍ରବଳ ଗୁଜବ ହୁଏ, ତାରା, ନରସିଂହ କହିବେ ନିଜ କଥା’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ କଂଗ୍ରେସରେ ଘଡ଼ିକେ ଘୋଡ଼ା ଛୁଟୁଛି। ଦଳର ବରିଷ୍ଠ ନେତା ତାରା ବାହିନୀପତି ଓ ନରସିଂହ ମିଶ୍ର କଂଗ୍ରେସ ଛାଡ଼ୁଥିବା ନେଇ ଗତକାଲି ଚର୍ଚ୍ଚା ଜୋର ଧରିଥିବା ବେଳେ ଆଜି ସେଥିରେ ବ୍ରେକ୍‌ ଲଗାଇଛନ୍ତି ପିସିସି ସଭାପତି ନିରଞ୍ଜନ ମିଶ୍ର। ସେମାନେ ଦଳ ଛାଡ଼ିଥିବା ନେଇ ବିଧିବଦ୍ଧ ଭାବେ ମୋ’ ନିକଟରେ କୌଣସି ସୂଚନା ନାହିଁ। ସେମାନେ ଇସ୍ତଫା ଦେଇଛନ୍ତି କି ନାହିଁ ଏ ସମ୍ପର୍କରେ ସେମାନେ କହିପାରିବେ, ମୁଁ ନୁହେଁ ବୋଲି କହିଛନ୍ତି […]

ଅଦ୍ୟତନ ହୋଇଛି
‘ଓଡ଼ିଶାରେ ପ୍ରବଳ ଗୁଜବ ହୁଏ, ତାରା, ନରସିଂହ କହିବେ ନିଜ କଥା’

tara bahinipati

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ କଂଗ୍ରେସରେ ଘଡ଼ିକେ ଘୋଡ଼ା ଛୁଟୁଛି। ଦଳର ବରିଷ୍ଠ ନେତା ତାରା ବାହିନୀପତି ଓ ନରସିଂହ ମିଶ୍ର କଂଗ୍ରେସ ଛାଡ଼ୁଥିବା ନେଇ ଗତକାଲି ଚର୍ଚ୍ଚା ଜୋର ଧରିଥିବା ବେଳେ ଆଜି ସେଥିରେ ବ୍ରେକ୍‌ ଲଗାଇଛନ୍ତି ପିସିସି ସଭାପତି ନିରଞ୍ଜନ ମିଶ୍ର। ସେମାନେ ଦଳ ଛାଡ଼ିଥିବା ନେଇ ବିଧିବଦ୍ଧ ଭାବେ ମୋ’ ନିକଟରେ କୌଣସି ସୂଚନା ନାହିଁ। ସେମାନେ ଇସ୍ତଫା ଦେଇଛନ୍ତି କି ନାହିଁ ଏ ସମ୍ପର୍କରେ ସେମାନେ କହିପାରିବେ, ମୁଁ ନୁହେଁ ବୋଲି କହିଛନ୍ତି ନିରଞ୍ଜନ।

Advertisment

ସେ କହିଛନ୍ତି, ବ୍ୟକ୍ତିଗତ ଭାବେ ମଧ୍ୟ ମୁଁ ଉଭୟ ତାରା ଓ ନରସିଂହଙ୍କ ସହ ଆଲୋଚନା କରିନି। ଦଳ ପାଇଁ ସେମାନେ ଯେଭଳି କାମ କରୁଛନ୍ତି ସେଭଳି କାମ କରନ୍ତୁ। କଂଗ୍ରେସର ନୀତି,  ଆଦର୍ଶ ଯାହା ଥିଲା ତାହା ରହିଛି। କିଛି ପରିବର୍ତ୍ତନ ହୋଇନି। ଯେଉଁମାନେ ଦଳ ଛାଡୁଛନ୍ତି ସେମାନେ କେବଳ ନିଜ ସ୍ୱାର୍ଥ ପାଇଁ ଦଳ ଛାଡୁଛନ୍ତି। ଦଳ ଭିତରେ ଶୃଙ୍ଖଳା ଓ କଠିନ ପରିଶ୍ରମ ଆବଶ୍ୟକ। ଶୃଙ୍ଖଳା ଓ କଠିନ ପରିଶ୍ରମ ନ ହେଲେ ଜନମତ ପରିବର୍ତ୍ତନ ସମ୍ଭବ ନୁହେଁ ବୋଲି କହିଛନ୍ତି ପିସିସି ସଭାପତି।

କଂଗ୍ରେସର ଆମୂଳଚୂଳ ନେତୃତ୍ୱ ପରିବର୍ତ୍ତନ ନେଇ ପ୍ରଭାରୀ ଚେଲ୍ଲାକୁମାରଙ୍କ ସୂଚନା ପରେ ପିସିସି ସଭାପତି ପରିବର୍ତ୍ତନ ନେଇ ଚର୍ଚ୍ଚା ଜୋର ଧରିଛି। ଏହାର ଉତ୍ତର ଦେବାକୁ ଯାଇ ନିରଞ୍ଜନ କହିଛନ୍ତି, ଓଡ଼ିଶାରେ ପ୍ରବଳ ଗୁଜବ ହୁଏ। କର୍ମୀଙ୍କ କଥା ପରେ, ପିସିସି ନେତୃତ୍ୱ ପରିବର୍ତ୍ତନ ହେଉ ବୋଲି ମୁଁ ନିଜେ ଚାହୁଁଛି। ତେଣୁ ନେତୃତ୍ୱ ପରିବର୍ତ୍ତନ ପୂର୍ବରୁ ପ୍ରଭାରୀ ତଥା ହାଇକମାଣ୍ଡ କର୍ମୀଙ୍କ ସହ ଆଲୋଚନା କରିବା ସ୍ୱାଭାବିକ।

Advertisment

ସୂଚନାଯୋଗ୍ୟ, ଦଳୀୟ ପଦରୁ କଂଗ୍ରେସର ବରିଷ୍ଠ ନେତା ତାରାପ୍ରସାଦ ବାହିନୀପତି ଓ ନରସିଂହ ମିଶ୍ର ଇସ୍ତଫା ଦେଇଥିବା ନେଇ ଗତକାଲି ଚର୍ଚ୍ଚା ଜୋର ଧରିଥିଲା। ଏନେଇ ତାରା ବାହିନୀପତି  କିମ୍ବା ନରସିଂହ ମିଶ୍ରଙ୍କ ତରଫରୁ କୌଣସି ବିବୃତି ମିଳିନି।

Niranjan Patnaik Pradesh Congress Committee
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe