ବିଜେଡି-ବିଜେପି ଉପରେ ବର୍ଷିଲେ, ମୁଖ୍ୟମନ୍ତ୍ରୀ ନୈତିକତା ଦାୟିତ୍ୱ ମୁଣ୍ଡାଇବେ କି: ନିରଞ୍ଜନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଛି । ଗୁଇନ୍ଦା ବିଭାଗ ସମ୍ପୂର୍ଣ୍ଣ ଫେଲ୍ ମାରିଛି। ବିଧାନସଭା ଚାଲିଥିବାବେଳେ ୪ଟି ଘଟଣାରେ ସାଧାରଣ ଲୋକ ଆସି ବିଧାନସଭା ସମ୍ମୁଖରେ ଆତ୍ମାହୂତି ଉଦ୍ୟମ କଲେ। ଏହା ବିଧାନସଭାର ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଆଉ ମୁଖ୍ୟମନ୍ତ୍ରୀ ଏସବୁ ପାଇଁ ନୈତିକତା ଦାୟିତ୍ୱ ମୁଣ୍ଡାଇବେ କି ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି। ଆଜି କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପଟ୍ଟନାୟକ […]

niranjan-1--1

niranjan-1--1

Tapas Behera
  • Published: Tuesday, 01 December 2020
  • Updated: 01 December 2020, 09:05 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଛି । ଗୁଇନ୍ଦା ବିଭାଗ ସମ୍ପୂର୍ଣ୍ଣ ଫେଲ୍ ମାରିଛି। ବିଧାନସଭା ଚାଲିଥିବାବେଳେ ୪ଟି ଘଟଣାରେ ସାଧାରଣ ଲୋକ ଆସି ବିଧାନସଭା ସମ୍ମୁଖରେ ଆତ୍ମାହୂତି ଉଦ୍ୟମ କଲେ। ଏହା ବିଧାନସଭାର ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଆଉ ମୁଖ୍ୟମନ୍ତ୍ରୀ ଏସବୁ ପାଇଁ ନୈତିକତା ଦାୟିତ୍ୱ ମୁଣ୍ଡାଇବେ କି ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି।
ଆଜି କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ଦୀର୍ଘଦିନ ଧରି ଗୃହ ବିଭାଗ ମୁଖ୍ୟମନ୍ତ୍ରୀଙ୍କ ଅଧିନରେ ଅଛି। ଗୁଇନ୍ଦା ବିଭାଗର ବିଫଳତା ଯୋଗୁ ଗତ ବିଧାନସଭା ସମୟରେ ୪ଟି ଘଟଣାରେ ଲୋକମାନେ ବିଧାନସଭା ସମ୍ମୁଖରେ ଆତ୍ମାହୂତି ଦେବାକୁ ଉଦ୍ୟତ ହେଲେ। ମୁଖ୍ୟମନ୍ତ୍ରୀ ଏହାର ନୈତିକ ଦାୟିତ୍ୱ ନେବେ କି? ରାଜନୀତିରେ ନିଷ୍ଠାର ଆବଶ୍ୟକତା ରହିଛି। ତାଙ୍କ ଦ୍ୱାରା ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ କରିବା ସମ୍ଭବ ନୁହେଁ ବୋଲି ମୁଖ୍ୟମନ୍ତ୍ରୀ ନିଜେ ଅନୁଭବ କରୁଛନ୍ତି ତ? ଯଦି ମୁଖ୍ୟମନ୍ତ୍ରୀଙ୍କର ନିଷ୍ଠା ଅଛି ତାହାହେଲେ ସେ ନିଜେ ନୈତିକତା ଦୃଷ୍ଟିରୁ ଇସ୍ତଫା ଦେବେ କି ନାହିଁ ତାହା ତାଙ୍କ ଉପରେ ନିର୍ଭର କରେ। ନବକୃଷ୍ଣ ଚୌଧୁରୀ ରାଜ୍ୟରେ ମୁଖ୍ୟମନ୍ତ୍ରୀ ଥିଲେ। ନୈତିକତାକୁ ସମ୍ମାନ କରି ମୁଖ୍ୟମନ୍ତ୍ରୀ ପଦ ସାଂଗେ ସାଂଗେ ତ୍ୟାଗ କରିଥିଲେ। ମୁଁ ମଧ୍ୟ ମୋ ଉପରେ ଆସିଥିବା ଅଭିଯୋଗ ଯୋଗୁଁ ତିନି ଘଣ୍ଟା ମଧ୍ୟରେ ଇସ୍ତଫା ଦେଇଥିଲି। ବିଧାନସଭା ଚଳାଇବା ଦାୟିତ୍ୱ ବାଚସ୍ପତିଙ୍କର ଏବଂ ସରକାରଙ୍କର। ସରକାର ବିଧାନସଭା ଚାଲୁ ବୋଲି ଚାହାଁନ୍ତିକି। ୨୦୦୦ରୁ ୨୦୨୦ ମସିହା ପର୍ଯ୍ୟନ୍ତ କେବଳ ୨୦୦୬, ୨୦୧୦ ଏବଂ ୨୦୧୨ ମସିହାକୁ ଛାଡ଼ିଦେଲେ ବିଧାନସଭା ୬୦ଦିନ ବସିନାହିଁ। ତେଣୁ ଗଣତନ୍ତ୍ର କିଭିଳି ସୁଦୃଢ଼ ହେବ ଓ ଗଣଙ୍କ ସ୍ୱର ଉତ୍ତୋଳନ କରିବା ପାଇଁ ଉଦ୍ଦିଷ୍ଟ ବିଧାନସଭା ଭଳି ପବିତ୍ର ମନ୍ଦିରରେ ତାଲା କାହିଁକି ବୋଲି ସେ ପ୍ରଶ୍ନ କରିଛନ୍ତି।
ସେହିପରି କଂଗ୍ରେସ ମ୍ୟାନେଜ ହୋଇଗଲା ବୋଲି ବିଜେପି ଯେଉଁ ଅଭିଯୋଗ କରିଛି ତାର ଉତ୍ତର ରଖି ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ପରୀ ନିଖୋଜ ଏବଂ ତା ଶବ ମିଳିବାଠାରୁ କଂଗ୍ରେସ ପକ୍ଷରୁ ନୟାଗଡ଼ ପୋଲିସକୁ ଭେଟିବା ଏବଂ ନୟାଗଡ଼ର ସମସ୍ତ ବିଧାୟକଙ୍କୁ ଚିଠି ଲେଖିବା, ପୁଲିସ୍ ଡିଜିଙ୍କୁ ଭେଟିବା ସ୍ମାରକପତ୍ର ଦେବା ଏବଂ ମାନବିକ ଅଧିକାର କମିଶନଙ୍କ ପାଖରେ ଫେରାଦ ହେବା କାର୍ଯ୍ୟ କରାଯାଇଛି। ଜୁଲାଇମାସ ୨୧ ତାରିଖ ଠାରୁ ଆଜି ପର୍ଯ୍ୟନ୍ତ ନୟାଗଡ଼ ଜିଲ୍ଲାରେ କଂଗ୍ରେସ ପରୀକୁ ଏବଂ ତାର ପରିବାରକୁ ନ୍ୟାୟଦେବା ପାଇଁ ଆନ୍ଦୋଳନ କରି ଚାଲିଛି ତେଣୁ କଂଗ୍ରେସ ଦଳ ଚୁପ ରହିଲା କେଉଁଠୁ ? ପରୀର ବାପା ଓ ମା ବିଧାନସଭା ସମ୍ମୁଖରେ ଆତ୍ମାହୁତି ଦେବାପାଇଁ ଉଦ୍ୟମ କରିବା ପରେ ନଭେମ୍ବର୨୭ ତାରିଖରେ ବିଜେପି ପ୍ରଥମ ଆନ୍ଦୋଳନ କଲା। ତେଣୁ ଦୀର୍ଘଦିନ ଧରି କିଏ ଓ କାହିଁକି ମ୍ୟାନେଜ ହୋଇଥିଲା ବୋଲି ସେ ଓଲଟା ପ୍ରଶ୍ନ କରିଛନ୍ତି।
କଂଗ୍ରେସର ଦାବି ଅନୁସାରେ ପରୀ ହତ୍ୟାର ଏସଆଇଟି ତଦନ୍ତ ହାଇକୋର୍ଟଙ୍କ କାର୍ଯ୍ୟରତ ବିଚାରପତିଙ୍କ ନେତୃତ୍ୱରେ କରିବାକୁ ସରକାର ରାଜି ହୋଇଥିଲେ।

ଓଡ଼ିଶାରେ ୧୮-୧୯ଟି  ଘଟଣାରେ ସିବିଆଇ ଦୀର୍ଘଦିନ ଧରି ତଦନ୍ତ କରୁଛି ତାହାର ଫଳାଫଳ ଆଜି ପର୍ଯ୍ୟନ୍ତ ଜଣାପଡିଲା ନାହିଁ । ବିଧାନସଭାରେ ଚାଷୀ,ବେକାରୀ, ଶ୍ରମିକ ସମସ୍ୟା, ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା ପ୍ରସଙ୍ଗରେ କଂଗ୍ରେସ ଆଲୋଚନା କରିବା ପାଇଁ ପ୍ରସ୍ତୁତ ହେଲା, କିନ୍ତୁ ଦୁଃଖର କଥା ବିଜେପି ସିବିଆଇ ତଦନ୍ତ ଦାବି କରିବା ଏବଂ ମନ୍ତ୍ରୀ ଅରୁଣ ସାହୁଙ୍କର ଇସ୍ତଫା ଦାବି କରି ଗୃହରେ ଅଚଳାବସ୍ଥା କରୁଥିଲା।
କେନ୍ଦ୍ରର ବିଜେପି ସରକାରର ଗୋଟିଏ ପରେ ଗୋଟିଏ ଜନବିରୋଧି ଆଇନକୁ ଅନ୍ଧ ଭାବରେ ନବୀନ ପଟ୍ଟନାୟକଙ୍କ ସରକାର ସମର୍ଥନ ଦେଇଛନ୍ତି। ନିଜ ଦଳରେ ଆବଶ୍ୟକ ସଂଖ୍ୟକ ସଦସ୍ୟ ନଥାଇ କିଭଳି ଭାବରେ ରାଜ୍ୟସଭା ବିଜେପି ହାତେଇ ପାରିଲା ଏହା କ’ଣ ଓଡ଼ିଶାବାସୀ ଜାଣନ୍ତି ନାହିଁ। ବାଲେଶ୍ୱର ନିର୍ବାଚନରେ ହାରିବା ପରେ ନିଜର ସ୍ଥିତି ଏବଂ ମୁହଁ ବଂଚାଇବା ପାଇଁ ଏବେ ଏକ ନୂଆ ନାଟକ କରୁଛନ୍ତି।

ଓଡ଼ିଶାର ଜନସାଧାରଣ ସଂପୂର୍ଣ୍ଣ ଭାବରେ ଜାଣିଛନ୍ତି ବିଜେପି ବିଜେଡ଼ି ଗୋଟିଏ ମୁଦ୍ରାର ଦୁଇଟି ପାଶ୍ୱର୍। କିଏ କାହାଦ୍ୱାରା ମ୍ୟାନେଜ ହେଉଛି ଏ ପ୍ରଶ୍ନ ପଚାରିବାର ଅଧିକାର ହିଁ ବିଜେପିର ନାହିଁ। କଂଗ୍ରେସର ୯ଜଣ ବିଧାୟକ ପଇସା ଖାଇ ଚୁପ ରହିଲେ ବୋଲି ଯେଉଁ ଅଭିଯୋଗ ବିଜେପି ମୁଖପାତ୍ର ସମ୍ବିତ ପାତ୍ର ଆଣିଛନ୍ତି, ସେ ଯଦି ଏହାର ପ୍ରମାଣ ନଦିଅନ୍ତି ଏବଂ କ୍ଷମା ନମାଗନ୍ତି ତା’ହେଲେ ତାଙ୍କ ବିରୁଦ୍ଧରେ ଆଇନଗତ ଆଶ୍ରୟ ନିଆଯିବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି । ସେହିପରି ଅଭୟ ପାଠକଙ୍କ ଆୟବର୍ହିଃଭୁତ ସମ୍ପତ୍ତି ଠୁଳ କରିବା ଘଟଣାରେ ଗୁଇନ୍ଦା ବିଫଳତାକୁ ମଧ୍ୟ ଶ୍ରୀ ପଟ୍ଟନାୟକ ଦାୟୀ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀ ଦାୟିତ୍ୱ ବୁଝୁଥିବା ପ୍ରଦୀପ ପାଣିଗ୍ରାହୀଙ୍କୁ ଜନବିରୋଧୀ କାର୍ଯ୍ୟକ୍ରମ ଯୋଗୁଁ ଦଳରୁ ବାହାର କରାଯାଇଛି । ଏହା ବିଜେଡିର ଆଭ୍ୟନ୍ତରୀରଣ ବ୍ୟାପାର । ସେଥିରେ କିଛି ମତାମତ ଦେବା ଉଚିତ୍ ନୁହେଁ । ତେବେ ରାଜ୍ୟର ଯେଉଁମନ୍ତ୍ରୀ ମାନେ ଏବଂ ବଡ଼ବଡ଼ ବାବୁମାନେ ଜନବିରୋଧି କାର୍ଯ୍ୟରେ ଲିପ୍ତ ଅଛନ୍ତି ସେମାନଙ୍କ ବିରୁଦ୍ଧରେ ମୁଖ୍ୟମନ୍ତ୍ରୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ କି ବୋଲି ଶ୍ରୀ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story