Advertisment

ନିର୍ବାଚନୀ ଇସ୍ତାହାର ମୁତାବକ କାର୍ଯ୍ୟ କରୁଛୁ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡି ସରକାରର ଚତୁର୍ଥ ପାଳିକୁ ଗୁରୁବାର ପୂରିଛି ଏକ ବର୍ଷ। ଏହି ଅବସରରେ ଆଜି ସଚିବାଳୟ ଠାରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ମନ୍ତ୍ରିପରିଷଦର ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ବର୍ଷକ ମଧ୍ୟରେ ସରକାରଙ୍କ ବିଭିନ୍ନ ସଫଳତା ଓ ବିଫଳତାର ସମୀକ୍ଷା ନେଇ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ ନିର୍ବାଚନୀ ଇସ୍ତାହାର ମୁତାବକ ତାଙ୍କ ସରକାର କାର୍ଯ୍ୟ କରି ଚାଲିଛନ୍ତି। ଏକ […]

ଅଦ୍ୟତନ ହୋଇଛି
ନିର୍ବାଚନୀ ଇସ୍ତାହାର ମୁତାବକ କାର୍ଯ୍ୟ କରୁଛୁ: ମୁଖ୍ୟମନ୍ତ୍ରୀ

naveen

Advertisment

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡି ସରକାରର ଚତୁର୍ଥ ପାଳିକୁ ଗୁରୁବାର ପୂରିଛି ଏକ ବର୍ଷ। ଏହି ଅବସରରେ ଆଜି ସଚିବାଳୟ ଠାରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ମନ୍ତ୍ରିପରିଷଦର ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ବର୍ଷକ ମଧ୍ୟରେ ସରକାରଙ୍କ ବିଭିନ୍ନ ସଫଳତା ଓ ବିଫଳତାର ସମୀକ୍ଷା ନେଇ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ ନିର୍ବାଚନୀ ଇସ୍ତାହାର ମୁତାବକ ତାଙ୍କ ସରକାର କାର୍ଯ୍ୟ କରି ଚାଲିଛନ୍ତି। ଏକ ପ୍ରଗତିଶୀଳ ଓ ସ୍ୱଚ୍ଛ ଶାସନ ଯୋଗାଇ ଦେବା ଦିଗରେ ବିଜେଡି ସରକାର କାର୍ଯ୍ୟ କରୁଛନ୍ତି। ତାଙ୍କ ସରକାର ସ୍ଲୋଗାନରେ ବିଶ୍ୱାସ କରେ ନାହିଁ, କେବଳ କାର୍ଯ୍ୟରେ ବିଶ୍ୱାସ କରେ ବୋଲି ନବୀନ କହିଥିଲେ।

Advertisment

ଆସନ୍ତା ଏକ ମାସ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ସମସ୍ତ ବିଭାଗର ଗତ ଏକ ବର୍ଷର କାର୍ଯ୍ୟଗୁଡ଼ିକର ସମୀକ୍ଷା କରିବେ। ସମସ୍ତ ବିଭାଗ ସେମାନଙ୍କ ବାର୍ଷିକ ରିପୋର୍ଟ ମୁଖ୍ୟମନ୍ତ୍ରୀଙ୍କ ପାଖରେ ଦାଖଲ କରିଛନ୍ତି। ଆସନ୍ତାକାଲି ଠାରୁ ସେ ଏହି ସମୀକ୍ଷା କାର୍ଯ୍ୟ ଆରମ୍ଭ କରିବେ। ଆଉ ଏହା ଆସନ୍ତା ଜୁନ୍ ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ।

ଆଜି ବୈଠକରେ ମନ୍ତ୍ରିମଣ୍ଡଳର ସମସ୍ତ ମନ୍ତ୍ରୀ ଉପସ୍ଥିତ ଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe