ପୁଲିସ ଗାଡ଼ିକୁ ଟେକାମାରି ସରପଞ୍ଚ ଅଟକ

police

police

Tapaswini Nayak
  • Published: Tuesday, 06 September 2022
  • Updated: 06 September 2022, 01:57 PM IST

Sports

Latest News

ଭଦ୍ରକ(ପ୍ରାର୍ଥ ସାରଥୀ ନାୟକ): ପୁଲିସ ପାଟ୍ରୋଲିଂ ଗାଡ଼ିକୁ ଢେଲା ପଥର ମାରି  ଥାନାରେ ଅଟକ  ଅଛନ୍ତି  ସରପଞ୍ଚ ଓ ତାଙ୍କ ଦୁଇ ସହଯୋଗୀ।  ଏଭଳି ଘଟଣା ଭଦ୍ରକ ଜିଲ୍ଲା ଧାମନଗର ଥାନା ଅଧିନରେ। ଅଟକ ସରପଞ୍ଚ ଜଣଙ୍କ  ନିର୍ଗୁଣ୍ଡି ପଞ୍ଚାୟତ ସରପଞ୍ଚ ବୋଲି ଜଣାଯାଇଛି।

ଗତକାଲି ରାତିରେ ନିର୍ଗୁଣ୍ଡି ପଞ୍ଚାୟତରେ ଗଣେଶ ଭସାଣୀ ଚାଲିଥିଲା। କୌଣସି ବିଶୃଙ୍ଖଳା ପରିସ୍ଥିତି ନ ଘଟିବା ପାଇଁ ପୁଲିସ ଫୋର୍ସ ପାଟ୍ରୋଲିଂ କରୁଥିଲେ। ଏହି ସମୟରେ ନିର୍ଗୁଣ୍ଡି ପଞ୍ଚାୟତ ସରପଞ୍ଚ ଓ ତାଙ୍କର ଦୁଇ ସହଯୋଗୀ ପୁଲିସ ଗାଡ଼ି ଉପରକୁ ଟେକା ପଥର ମାଡ଼ କରିଥିଲେ। ଏହି ଘଟଣାରେ ଧାମନଗର ଥାନା ପୁଲିସ ନିର୍ଗୁଣ୍ଡି ପଞ୍ଚାୟତର ସରପଞ୍ଚ ଓ ତାଙ୍କର୨ ସହହୋଗୀଙ୍କୁ ଥାନାକୁ ଆଣି ଅଟକ ରଖି ପଚରାଉଚରା କରୁଛି। ସରପଞ୍ଚ ଓ ତାଙ୍କ ସହଯୋଗୀ କେଉଁ କାରଣ ପାଇଁ ପୁଲିସ ଗାଡ଼ିକୁ ଢେଲାପଥର ମାଡ଼ କଲେ ତାହାର ଜଣାପଡ଼ିନାହିଁ। ଏନେଇ ସରପଞ୍ଚଙ୍କର କୌଣସି ପ୍ରତିକ୍ରୀୟା ମିଳିନାହିଁ। ପୁଲିସ ଘଟଣାର ତଦନ୍ତ କରୁଛି।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos