police
ଭଦ୍ରକ(ପ୍ରାର୍ଥ ସାରଥୀ ନାୟକ): ପୁଲିସ ପାଟ୍ରୋଲିଂ ଗାଡ଼ିକୁ ଢେଲା ପଥର ମାରି ଥାନାରେ ଅଟକ ଅଛନ୍ତି ସରପଞ୍ଚ ଓ ତାଙ୍କ ଦୁଇ ସହଯୋଗୀ। ଏଭଳି ଘଟଣା ଭଦ୍ରକ ଜିଲ୍ଲା ଧାମନଗର ଥାନା ଅଧିନରେ। ଅଟକ ସରପଞ୍ଚ ଜଣଙ୍କ ନିର୍ଗୁଣ୍ଡି ପଞ୍ଚାୟତ ସରପଞ୍ଚ ବୋଲି ଜଣାଯାଇଛି।
ଗତକାଲି ରାତିରେ ନିର୍ଗୁଣ୍ଡି ପଞ୍ଚାୟତରେ ଗଣେଶ ଭସାଣୀ ଚାଲିଥିଲା। କୌଣସି ବିଶୃଙ୍ଖଳା ପରିସ୍ଥିତି ନ ଘଟିବା ପାଇଁ ପୁଲିସ ଫୋର୍ସ ପାଟ୍ରୋଲିଂ କରୁଥିଲେ। ଏହି ସମୟରେ ନିର୍ଗୁଣ୍ଡି ପଞ୍ଚାୟତ ସରପଞ୍ଚ ଓ ତାଙ୍କର ଦୁଇ ସହଯୋଗୀ ପୁଲିସ ଗାଡ଼ି ଉପରକୁ ଟେକା ପଥର ମାଡ଼ କରିଥିଲେ। ଏହି ଘଟଣାରେ ଧାମନଗର ଥାନା ପୁଲିସ ନିର୍ଗୁଣ୍ଡି ପଞ୍ଚାୟତର ସରପଞ୍ଚ ଓ ତାଙ୍କର୨ ସହହୋଗୀଙ୍କୁ ଥାନାକୁ ଆଣି ଅଟକ ରଖି ପଚରାଉଚରା କରୁଛି। ସରପଞ୍ଚ ଓ ତାଙ୍କ ସହଯୋଗୀ କେଉଁ କାରଣ ପାଇଁ ପୁଲିସ ଗାଡ଼ିକୁ ଢେଲାପଥର ମାଡ଼ କଲେ ତାହାର ଜଣାପଡ଼ିନାହିଁ। ଏନେଇ ସରପଞ୍ଚଙ୍କର କୌଣସି ପ୍ରତିକ୍ରୀୟା ମିଳିନାହିଁ। ପୁଲିସ ଘଟଣାର ତଦନ୍ତ କରୁଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2022/09/Untitled-1-23.jpg)