Advertisment

ସାହିତ୍ୟିକା ନିର୍ମଳପ୍ରଭା ନାୟକଙ୍କ ପରଲୋକ

ପାଟକୁରା ଗାନ୍ଧି ଭାବେ ପରିଚିତ ପୂର୍ବତନ ବିଧାୟକ ଦିବଂଗତ ରାଜକିଶୋର ନାୟକଙ୍କ ପତ୍ନୀ ଭାବେ ଶ୍ରୀମତୀ ନାୟକଙ୍କର ମୃତ୍ୟୁରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି । ବିବାହ ପରେ ନିଜ ପ୍ରଚେଷ୍ଟାରେ ଶିକ୍ଷୟିତ୍ରୀ ଭାବେ ୩୫ବର୍ଷରୁ ଅଧିକ ସମୟ ଧରି କାର୍ଯ୍ୟ କରି ଅବସର ନେଇଥିଲେ

ଅଦ୍ୟତନ ହୋଇଛି
Nirmala Prabha Nayak

Nirmala Prabha Nayak

Advertisment

ବିଶିଷ୍ଟ ସାହିତ୍ୟିକା ନିର୍ମଳାପ୍ରଭା ନାୟକଙ୍କ ଆଜି ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ୮୩ବର୍ଷ ବୟସରେ ପରଲୋକ ହୋଇଛି । ସେ ଗତ କିଛିଦିନ ଧରି ଅସୁସ୍ଥ ଥିଲେ । ଓଡ଼ିଶା ସାହିତ୍ୟ ଏକାଡ଼େମୀ ଦ୍ୱାରା ୨୦୨୦ ମସିହାରେ ସେ ‘ବିଶିଷ୍ଟ ସାରସ୍ୱତ ସାଧିକ’ ସମ୍ମାନ ପାଇଥିଲେ ।

Advertisment

ପାଟକୁରା ଗାନ୍ଧି ଭାବେ ପରିଚିତ ପୂର୍ବତନ ବିଧାୟକ ଦିବଂଗତ ରାଜକିଶୋର ନାୟକଙ୍କ ପତ୍ନୀ ଭାବେ ଶ୍ରୀମତୀ ନାୟକଙ୍କର ମୃତ୍ୟୁରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି । ବିବାହ ପରେ ନିଜ ପ୍ରଚେଷ୍ଟାରେ ଶିକ୍ଷୟିତ୍ରୀ ଭାବେ ୩୫ବର୍ଷରୁ ଅଧିକ ସମୟ ଧରି କାର୍ଯ୍ୟ କରି ଅବସର ନେଇଥିଲେ । ତାଙ୍କ ଦ୍ୱାରା ଲିଖିତ ପୁସ୍ତକ ‘ସାୟାହ୍ନର ସ୍ମ୍ମୃତି’ ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲା । ତାଙ୍କୁ ପୁରସ୍କାରବାବଦରେ ମିଳିôଥବା ଅର୍ଥରାଶିକୁ ସେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ କରିଥିଲେ । ବିଭିନ୍ନ ପତ୍ରପତ୍ରିକାରେ ନିୟମିତ ଲେଖା ତାଙ୍କର ପ୍ରକାଶ ପାଉଥିଲା । ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ସହ ଠାକୁର ନିଗମାନନ୍ଦଙ୍କ ଅନୁଗାମୀ ମଧ୍ୟ ଥିଲେ ।

ଶ୍ରୀମତୀ ନାୟକ ଗତ କିଛିଦିନ ଧରି ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିଲେ ଓ ତାଙ୍କୁ ୪ଦିନ ପୂର୍ବରୁ ସ୍ଥାନୀୟ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଆଜି ରାତି ପ୍ରାୟ ସାଢ଼େ ୯ଟା ସମୟରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ୨ ପୁଅ ଓ ୨ ବୋହୂ ସମେତ ଝିଅ, ଜ୍ୱାଇଁ ,ନାତିନାତୁଣୀ ସମସ୍ତେ ଉପସ୍ଥିତ ଥିଲେ । ଶ୍ରୀମତୀ ନାୟକଙ୍କ ପୁଅ ଅତନୁ ସବ୍ୟସାଚୀ ନାୟକ ଏବେ ରାଜ୍ୟ ସରକାରଙ୍କ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଅଛନ୍ତି ।

Advertisment
Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe