Advertisment

ପ୍ରକାଶ ପାଇଲା ନେଷ୍ଟ-୨୦୧୬ ଫଳ : ରାହୁଲ ଟପ୍ପର, ଟପ୍‌-୨୦ରେ ୨ ଓଡ଼ିଆ

ଭୁବନେଶ୍ୱର: ରାଷ୍ଟ୍ରୀୟ ବିଜ୍ଞାନ ଶିକ୍ଷା ଏବଂ ଅନୁସନ୍ଧାନ ସଂସ୍ଥାନ (ନାଇଜର)ରେ ଆଡ୍‌ମିଶନ ପାଇଁ ହୋଇଥିବା ଏଲିଜିବିଲିଟି ସ୍କ୍ରିନିଂ ଟେଷ୍ଟ ବା ନେଷ୍ଟ-୨୦୧୬ର ଫଳ ଆଜି ପ୍ରକାଶ ପାଇଛି। ଏହି ପରୀକ୍ଷାରେ ଆନ୍ଧ୍ରପ୍ରଦେଶର ସି.ରାହୁଲ ଦେଶରେ ଟପ୍ପର ହୋଇଥିବା ବେଳେ ଟପ୍‌-୨୦ରେ ସ୍ଥାନ ପାଇଛନ୍ତି ୨ ଜଣ ଓଡ଼ିଆ ଛାତ୍ର। ସେମାନେ ହେଲେ ଆଶୁତୋଷ ସାମଲ(୧୯ ରାଙ୍କ) ଓ ଅମର୍ତ୍ତ୍ୟ ପୃଷ୍ଟି(୨୦ ରାଙ୍କ)। ଜୁଲାଇ ୧୨ରେ ପ୍ରଥମ ପର୍ଯ୍ୟାୟ କାଉନ୍‌ସେଲିଂ ହେବ। ଏଥିରେ ୯୦୦ଜଣ ଛାତ୍ରଛାତ୍ରୀ ଭାଗ ନେବେ। ମେଗ୍ଦ […]

ଅଦ୍ୟତନ ହୋଇଛି
ପ୍ରକାଶ ପାଇଲା ନେଷ୍ଟ-୨୦୧୬ ଫଳ : ରାହୁଲ ଟପ୍ପର, ଟପ୍‌-୨୦ରେ ୨ ଓଡ଼ିଆ

niser

Advertisment

niser bhubaneswarଭୁବନେଶ୍ୱର: ରାଷ୍ଟ୍ରୀୟ ବିଜ୍ଞାନ ଶିକ୍ଷା ଏବଂ ଅନୁସନ୍ଧାନ ସଂସ୍ଥାନ (ନାଇଜର)ରେ ଆଡ୍‌ମିଶନ ପାଇଁ ହୋଇଥିବା ଏଲିଜିବିଲିଟି ସ୍କ୍ରିନିଂ ଟେଷ୍ଟ ବା ନେଷ୍ଟ-୨୦୧୬ର ଫଳ ଆଜି ପ୍ରକାଶ ପାଇଛି। ଏହି ପରୀକ୍ଷାରେ ଆନ୍ଧ୍ରପ୍ରଦେଶର ସି.ରାହୁଲ ଦେଶରେ ଟପ୍ପର ହୋଇଥିବା ବେଳେ ଟପ୍‌-୨୦ରେ ସ୍ଥାନ ପାଇଛନ୍ତି ୨ ଜଣ ଓଡ଼ିଆ ଛାତ୍ର। ସେମାନେ ହେଲେ ଆଶୁତୋଷ ସାମଲ(୧୯ ରାଙ୍କ) ଓ ଅମର୍ତ୍ତ୍ୟ ପୃଷ୍ଟି(୨୦ ରାଙ୍କ)।

Advertisment

ଜୁଲାଇ ୧୨ରେ ପ୍ରଥମ ପର୍ଯ୍ୟାୟ କାଉନ୍‌ସେଲିଂ ହେବ। ଏଥିରେ ୯୦୦ଜଣ ଛାତ୍ରଛାତ୍ରୀ ଭାଗ ନେବେ।

ମେଗ୍ଦ ୨୮ ତାରିଖରେ ଭୁବନେଶ୍ୱର ନାଇଜରର ୧୩୦ଟି ସିଟ୍‌ ପାଇଁ ଗ୍ଧନେଷ୍ଟଗ୍ଦ ଅନୁଷ୍ଠିତ ହୋଇଥିଲା ବେଳେ ସାରା ଦେଶରେ ୫୪ ସହରର ୧୦୨ଟି ପରୀକ୍ଷା କେନ୍ଦ୍ରରେ ଏହି ପରୀକ୍ଷା ହୋଇଥିଲା। ଓଡ଼ିଶାର ଭୁବନେଶ୍ୱର ସମେତ ୮ଟି ସହରରେ ୧୪ଟି ପରୀକ୍ଷା କେନ୍ଦ୍ର କରାଯାଇଥିଲା।

Advertisment

ନାଇଜରର ୪ଟି ବିଭାଗରେ ୫ ବର୍ଷିଆ ଇଣ୍ଟିଗ୍ରେଟେଡ ଏମ୍‌ଏସ୍‌ସି ପାଠ୍ୟକ୍ରମ ପାଇଁ ଛାତ୍ରଛାତ୍ରୀମାନେ ଏହି ନେଷ୍ଟ ପରୀକ୍ଷା ଦେଇଥିଲେ।

ଏଥିପାଇଁ ସାରା ଦେଶରୁ ୫୪,୫୦୦ ଛାତ୍ରଛାତ୍ରୀ ଆବେଦନ କରିଥିଲେ। ସକାଳ ୧୦ଟାରେ ପରୀକ୍ଷା ଆରମ୍ଭ ହୋଇଥିଲା। ତେବେ ଏହାର ଘଣ୍ଟାଏ ପୂର୍ବରୁ ଛାତ୍ରଛାତ୍ରୀମାନେ ପରୀକ୍ଷା କେନ୍ଦ୍ର ମଧ୍ୟକୁ ପ୍ରବେଶ କରିଥିଲେ। ପରୀକ୍ଷାର ସୁପରିଚାଳନା ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ପରୀକ୍ଷା କେନ୍ଦ୍ର ମଧ୍ୟକୁ ପେନ୍‌ ଓ ପେନସିଲ ବ୍ୟତୀତ ଅନ୍ୟ କୌଣସି ସାମଗ୍ରୀ ନେବାକୁ ବାରଣ କରାଯାଇଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe