Advertisment

Nisha Case: ନିଶା ମହାରଣାଙ୍କୁ ମିଳିଲା ଆଶ୍ୱସ୍ତି

ବାଲାଙ୍ଗୀରରେ ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନ ଘଟଣାକୁ ନେଇ ପୁଲିସ ନିଜ ଆଡୁ ମାମଲା ରୁଜୁ କରି ଦୁଇ ଆୟୋଜକଙ୍କୁ ଗିରଫ କରିଥିଲା। ଅନ୍ୟପଟେ ଗିରଫ ଭୟରେ ଆତ୍ମଗୋପନ କରି ଆଗୁଆ ଜାମିନ ଆବେଦନ କରିଥିଲେ ନିଶା।

author-image
Jitendra Garnayak
NMOHARANA

ଆଇଟମ ଗାର୍ଲ ନିଶା ମହାରଣାଙ୍କୁ ଆଶ୍ୱସ୍ତି। ଯାତ୍ରା ମଞ୍ଚରେ ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନ ଘଟଣାରେ ନିଶା ମହାରଣାଙ୍କୁ ମିଳିଛି ଆଗୁଆ ଜାମିନ। ହାଇକୋର୍ଟରୁ ତାଙ୍କୁ ମିଳିଛି ସର୍ତ୍ତମୂଳକ ଆଗୁଆ ଜାମିନ। ୨୦ ହଜାର ଟଙ୍କିଆ ଜଣେ ଜାମିନଦାର ବଦଳରେ ନିଶା ଜାମିନରେ ଯାଇପାରିବେ ବୋଲି ହାଇକୋର୍ଟ କହିଛନ୍ତି। ତେବେ ନିମ୍ନ ଅଦାଲତ ଜାମିନର ସର୍ତ୍ତ ସ୍ଥିର କରିବେ ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି।

Advertisment

ବାଲାଙ୍ଗୀରରେ ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନ ଘଟଣାକୁ ନେଇ ପୁଲିସ ନିଜ ଆଡୁ ମାମଲା ରୁଜୁ କରି ଦୁଇ ଆୟୋଜକଙ୍କୁ ଗିରଫ କରିଥିଲା। ଅନ୍ୟପଟେ ଗିରଫ ଭୟରେ ଆତ୍ମଗୋପନ କରି ଆଗୁଆ ଜାମିନ ଆବେଦନ କରିଥିଲେ ନିଶା।