ଜାମିନ ପାଇଲେ ନିଶା ମହାରଣା। ଅଶ୍ଳୀଳ ନୃତ୍ୟ ମାମଲାରେ ମଙ୍ଗଳବାର ବଲାଙ୍ଗୀରର ଏସ. ଡି. ଜେ. ଏମଙ୍କ କୋର୍ଟ ନିଶା ମହାରଣାଙ୍କୁ ଜାମିନ ପ୍ରଦାନ କରିଛନ୍ତି।
ଗତ ଜାନୁଆରୀ ମାସରେ ବଲାଙ୍ଗୀର ସଦର ଥାନା ଚନ୍ଦନଭାଟି ଗାଁରେ ଦୁର୍ଗା ମନ୍ଦିର ଯାତ୍ରା ପଡ଼ିଥିଲା। ଯାତ୍ରାର ଶେଷ ଦିନରେ ଅର୍ଥାତ୍ ଜାନୁଆରୀ ୧୨ ତାରିଖରେ ଆଇଟମ ଡ୍ୟାନ୍ସର ନିଶା ମହାରଣା ଅଶ୍ଳୀଳ ନୃତ୍ୟ ପରିବେଷଣ କରିଥିଲେ। ଏନେଇ ଚନ୍ଦନଭାଟି ଫାଣ୍ଡି ଅଧିକାରୀ ବଲାଙ୍ଗୀର ସଦର ଥାନାରେ ଏଫଆଇଆର ଦାଖଲ କରିଥିଲେ। ସଦର ଥାନା ପୁଲିସ ମାମଲା ରୁଜୁ କରି ଯାତ୍ରା କମିଟିର ଦୁଇଜଣଙ୍କୁ ଗିରଫ କରିଥିଲା। ନିଶା ମହାରଣାକୁ ଗିରଫ କରିବା ପାଇଁ ଭୁବନେଶ୍ଵର ଯାଇଥିଲା ବଲାଙ୍ଗୀର ପୁଲିସର ଏକ ଟିମ୍। କିନ୍ତୁ ନିଶାଙ୍କୁ ଗିରଫ କରିପାରିନଥିଲା। ପରେ ନିଶା ହାଇକୋର୍ଟଙ୍କ ଦ୍ୱାରସ୍ତ ହୋଇଥିଲେ।
ହାଇକୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିବା ସହିତ ତଳ କୋର୍ଟରେ ହଜାର ହେବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ତେଣୁ ଆଜି ବଲାଙ୍ଗୀର ଏସ. ଡି. ଜେ. ଏମଙ୍କ କୋର୍ଟରେ ହାଜର ହୋଇଥିଲେ ନିଶା ମହାରଣା। ଜାମିନଯୋଗ୍ୟ ଦଫା ଲାଗିଥିବାରୁ ତାଙ୍କୁ ଜାମିନ ଦେଇଥିଲେ। କୋଡିଏ ହଜାର ଟଙ୍କା ଏବଂ ଜଣେ ମୁଣ୍ଡ ଜାମିନରେ ଜାମିନ ଦେଇଥିଲେ ବିଚାରପତି। ସାକ୍ଷୀଙ୍କୁ ପ୍ରଲୋଭିତ କରିବେ ନାହିଁ କିମ୍ବା କାହାକୁ ଧମକ ଚମକ ଦେବେ ନାହିଁ ବୋଲି ସର୍ତ ରଖିଛନ୍ତି କୋର୍ଟ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2026/02/10/nisha-2026-02-10-18-47-18.jpg)