Advertisment

ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲରେ କେବଳ ଓପିଡି ଖୋଲା, ଆଉ ସବୁ ବିଭାଗରେ ତାଲା

କଟକ (ପ୍ରଭାତ ବିଷୋୟୀ): କଟକ ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲରେ ରୋଗୀ ସେବା ଠପ୍ ହୋଇଯାଇଛି। ହସ୍ପିଟାଲରେ ଶତାଧିକ ରୋଗୀ କରୋନାରେ ଆକ୍ରାନ୍ତ ହେବାପରେ ଏପରି ସ୍ଥିତି ସୃଷ୍ଟି ହୋଇଛି। କେବଳ OPD ଖୋଲା ରହିଛି। ଆଉ ସମସ୍ତ ବିଭାଗରେ ତାଲା ପଡ଼ିଛି। ICU, ସର୍ଜରୀ, ଏମର୍ଜେନ୍ସୀ, ଅନ୍‌କୋଲୋଜି, ରାଡିଓଥେରାପି ଓ କେମୋ ବନ୍ଦ ରହିଛି। ୮ରୁ ୧୦ ଦିନ ହେବ ହସ୍ପିଟାଲରେ କୌଣସି ରୋଗୀଙ୍କୁ ଆଡମିଶନ୍‌ କରାଯାଉ ନଥିବା ସୂଚନା ମିଳିଛି। ଫଳରେ ଦୂରଦୂରାନ୍ତରରୁ ଆସୁଥିବା […]

ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲରେ କେବଳ ଓପିଡି ଖୋଲା, ଆଉ ସବୁ ବିଭାଗରେ ତାଲା

ctc

Advertisment

କଟକ (ପ୍ରଭାତ ବିଷୋୟୀ): କଟକ ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲରେ ରୋଗୀ ସେବା ଠପ୍ ହୋଇଯାଇଛି। ହସ୍ପିଟାଲରେ ଶତାଧିକ ରୋଗୀ କରୋନାରେ ଆକ୍ରାନ୍ତ ହେବାପରେ ଏପରି ସ୍ଥିତି ସୃଷ୍ଟି ହୋଇଛି। କେବଳ OPD ଖୋଲା ରହିଛି। ଆଉ ସମସ୍ତ ବିଭାଗରେ ତାଲା ପଡ଼ିଛି। ICU, ସର୍ଜରୀ, ଏମର୍ଜେନ୍ସୀ, ଅନ୍‌କୋଲୋଜି, ରାଡିଓଥେରାପି ଓ କେମୋ ବନ୍ଦ ରହିଛି।

Advertisment

୮ରୁ ୧୦ ଦିନ ହେବ ହସ୍ପିଟାଲରେ କୌଣସି ରୋଗୀଙ୍କୁ ଆଡମିଶନ୍‌ କରାଯାଉ ନଥିବା ସୂଚନା ମିଳିଛି। ଫଳରେ ଦୂରଦୂରାନ୍ତରରୁ ଆସୁଥିବା ରୋଗୀ ଆଡମିଶନ ପାଇଁ ଆସି ହଇରାଣ ହେଉଥିବା ଦେଖିବାକୁ ମିଳିଛି।

ଏନେଇ ଜଣେ ରୋଗୀ କହିଛନ୍ତି, “ହସ୍ପପିଟାଲରେ ଆଡମିଶନ ପାଇଁ ମନା କରୁଛନ୍ତି। ଆମେ ବାହାରେ ଅପେକ୍ଷା କରିଛୁ। ଡାକ୍ତରଙ୍କୁ ଦେଖା କରିବା ପରେ ଗାଁକୁ ଫେରିଯିବୁ।”

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe