Advertisment

ଜୋର ଜବରଦସ୍ତ ବନ୍ଦ କରିପାରିବନି: ହାଇକୋର୍ଟ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମମିତା ମେହେର ହତ୍ୟା ମାମଲାରେ ଆସନ୍ତାକାଲି କଂଗ୍ରେସ ପକ୍ଷରୁ ବନ୍ଦ ଡାକରା ଦିଆଯାଇଥିବା ପ୍ରସଙ୍ଗରେ ହାଇକୋର୍ଟ ବଡ଼ ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ବନ୍ଦ କରାଯାଇ ପାରିବ ନାହିଁ ବୋଲି ହାଇକୋର୍ଟ କହିଛନ୍ତି। ବନ୍ଦ କରିବା ବଦଳରେ ହରତାଳ କରିପାରିବେ। ହେଲେ ଜୋର ଜବରଦସ୍ତି କାହାରିକୁ ବନ୍ଦ କରିପାରିବେ ନାହିଁ ବୋଲି ହାଇକୋର୍ଟ ସିଧାସିଧା କହିଛନ୍ତି। ମମିତା ମେହେର ହତ୍ୟା ଘଟଣାରେ ଆସନ୍ତାକାଲି ଅର୍ଥାତ ନଭେମ୍ବର ୧୨ ତାରିଖରେ ୬ ଘଣ୍ଟିଆ […]

author-image
Ranjit Kumar Jena
ଅଦ୍ୟତନ ହୋଇଛି
ରାଜ୍ୟ ସରକାରଙ୍କ ସତ୍ୟପାଠ; ‘ପୁରୀରେ କେ. ରମେଶଙ୍କର ହୋଇ ନ ଥିଲା ହାଜତ ମୃତ୍ୟୁ’

Orissa High Court

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମମିତା ମେହେର ହତ୍ୟା ମାମଲାରେ ଆସନ୍ତାକାଲି କଂଗ୍ରେସ ପକ୍ଷରୁ ବନ୍ଦ ଡାକରା ଦିଆଯାଇଥିବା ପ୍ରସଙ୍ଗରେ ହାଇକୋର୍ଟ ବଡ଼ ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ବନ୍ଦ କରାଯାଇ ପାରିବ ନାହିଁ ବୋଲି ହାଇକୋର୍ଟ କହିଛନ୍ତି। ବନ୍ଦ କରିବା ବଦଳରେ ହରତାଳ କରିପାରିବେ। ହେଲେ ଜୋର ଜବରଦସ୍ତି କାହାରିକୁ ବନ୍ଦ କରିପାରିବେ ନାହିଁ ବୋଲି ହାଇକୋର୍ଟ ସିଧାସିଧା କହିଛନ୍ତି।

Advertisment

ମମିତା ମେହେର ହତ୍ୟା ଘଟଣାରେ ଆସନ୍ତାକାଲି ଅର୍ଥାତ ନଭେମ୍ବର ୧୨ ତାରିଖରେ ୬ ଘଣ୍ଟିଆ ଓଡ଼ିଶା ବନ୍ଦର ଘୋଷଣା କରିଥିଲା। ଏହି ସମୟରେ ଦୋକାନ ବନ୍ଦ କରିବାକୁ କୁହାଯାଇଥିଲା। କିନ୍ତୁ ଏହା ବିରୋଧରେ କଟକର ଜଣେ ବ୍ୟବସାୟୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ହାଇକୋର୍ଟ ମଧ୍ୟ ଶୁଣାଣି ପାଇଁ ଅପରାହ୍ଣ ୪ଟା ଧାର୍ଯ୍ୟ କରିଥିଲେ। ଶୁଣାଶି କରି ହାଇକୋର୍ଟ କହିଛନ୍ତି ଯେ, ସୁପ୍ରିମ୍ କୋର୍ଟଙ୍କ ନିର୍ଦ୍ଦେଶାନାମା ରହିଛି, ଯେଉଁ ଆଧାରରେ କୌଣସି ପ୍ରକାରରେ ଜବରଦସ୍ତି ବନ୍ଦ କରାଯାଇପାରିବ ନାହିଁ। ତେଣୁ ବନ୍ଦ ବଦଳରେ କେବଳ ହରତାଳ କରିପାରିବେ ବୋଲି ହାଇକୋର୍ଟ କହିଛନ୍ତି।

ହାଇକୋର୍ଟ ଆହୁରି କହିଛନ୍ତି, କୌଣସି ଗାଡ଼ିମୋଟର ଅଟକାଇ ପାରିବେ ନାହିଁ। ଏପରିକି ରେଳ ରୋକ କିମ୍ବା ରାସ୍ତାରୋକ କରାଯାଇ ପାରିବ ନାହିଁ। ସୁପ୍ରିମ୍ କୋର୍ଟଙ୍କ ନିର୍ଦ୍ଦେଶାନାମା ଅନୁଯାୟୀ, ଅଖ ଓ ଚକ ବନ୍ଦ ଏକ ବେଆଇନ୍ କାମ ବୋଲି ହାଇକୋର୍ଟ କହିଛନ୍ତି।

Advertisment

ହାଇକୋର୍ଟଙ୍କ ଶୁଣାଣି ସମୟରେ କଂଗ୍ରେସର କାର୍ଯ୍ୟକାରୀ ସଭାପତି ଚିରଞ୍ଜୀବୀ ବିଶ୍ୱାଳ, କମିଶନରେଟ୍ ପୁଲିସ୍ ସୌମେନ୍ଦ୍ର ପ୍ରିୟଦର୍ଶୀ ଏବଂ ଡିଜିପି ପୁଲିସ୍ ମଧ୍ୟ ଉପସ୍ଥିତ ଥିଲେ। ସମସ୍ତେ ଭର୍ଚୁଆଲୀ ଉପସ୍ଥିତ ରହିଥିଲେ।

ଶିକ୍ଷୟିତ୍ରୀ ମମିତା ମେହେର ବୀଭତ୍ସ ହତ୍ୟା ମାମଲାରେ ବିବାଦୀୟ ଗୃହମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବରଖାସ୍ତ ଓ ମମିତାଙ୍କ ପରିବାରକୁ ନ୍ୟାୟ ଦେବା ଦାବିରେ ଆସନ୍ତା ୧୨ ତାରିଖରେ ୬ଘଣ୍ଟିଆ ଓଡ଼ିଶା ବନ୍ଦ ପାଇଁ କଂଗ୍ରେସ ଡାକରା ଦେଇଛି । ୧୨ ତାରିଖରେ କଂଗ୍ରେସ ୧୨ଘଣ୍ଟିଆ ଓଡ଼ିଶା ବନ୍ଦ ପାଳନ ପାଇଁ ପୂର୍ବରୁ ଘୋଷଣା କରିଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ଏହାକୁ ହ୍ରାସ କରାଯାଇ ୬ ଘଣ୍ଟା କରାଯାଇଛି।