Advertisment

କିଣାକିଣି ପାଇଁ ବିନା ଗାଡ଼ିରେ ଯିବାକୁ ପୁଲିସ୍‌ କମିଶନରଙ୍କ କଡ଼ା ନିର୍ଦ୍ଦେଶ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱର ଏବଂ କଟକରୁ ଶଟ୍‌ଡାଉନ୍ ଉଠିଛି ସତ କିନ୍ତୁ ଲକ୍‌ଡାଉନ୍‌ ସମୟରେ ମଧ୍ୟ କଟକଣା କଡ଼ା ରହିବ। ପରିବା, ଗ୍ରୋସେରୀ ଏବଂ ଔଷଧ ଆଦି ପାଇଁ ଏଣିକି ବାଇକ୍‌ ବା କାର୍‌ ନେଇ ଯାଇପାରିବେନି। ଏଭଳି କଲେ କଠୋର ପଦକ୍ଷେପ ନିଆଯିବ ବୋଲି କଟକ-ଭୁବନେଶ୍ୱର ପୁଲିସ୍‌ କମିଶନର ସୁଧାଂଶୁ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି। https://twitter.com/SarangiSudhansu/status/1246855299882815488?s=19 ସେ କହିଛନ୍ତି, ଭେଇକିଲ୍‌ ପାସ୍‌ ଥାଉ କି ନଥାଉ ଯେକୌଣସି ବଜାରରେ ଯେକୌଣସି ଗାଡ଼ି ପହଞ୍ଚିଲେ […]

ଅଦ୍ୟତନ ହୋଇଛି
ଭୁବନେଶ୍ୱରରେ ସ୍ଥାପନ ହେବ ଇ-ଥାନା, ସାଲ୍ୟୁଟ୍ ପରମ୍ପରାକୁ ନାପସନ୍ଦ କଲେ ସିପି

sudhanshu-sarangi

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱର ଏବଂ କଟକରୁ ଶଟ୍‌ଡାଉନ୍ ଉଠିଛି ସତ କିନ୍ତୁ ଲକ୍‌ଡାଉନ୍‌ ସମୟରେ ମଧ୍ୟ କଟକଣା କଡ଼ା ରହିବ। ପରିବା, ଗ୍ରୋସେରୀ ଏବଂ ଔଷଧ ଆଦି ପାଇଁ ଏଣିକି ବାଇକ୍‌ ବା କାର୍‌ ନେଇ ଯାଇପାରିବେନି। ଏଭଳି କଲେ କଠୋର ପଦକ୍ଷେପ ନିଆଯିବ ବୋଲି କଟକ-ଭୁବନେଶ୍ୱର ପୁଲିସ୍‌ କମିଶନର ସୁଧାଂଶୁ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି।

Advertisment

https://twitter.com/SarangiSudhansu/status/1246855299882815488?s=19

ସେ କହିଛନ୍ତି, ଭେଇକିଲ୍‌ ପାସ୍‌ ଥାଉ କି ନଥାଉ ଯେକୌଣସି ବଜାରରେ ଯେକୌଣସି ଗାଡ଼ି ପହଞ୍ଚିଲେ ମଧ୍ୟ ଜବତ କରାଯିବ। କିଣାକିଣି ପାଇଁ ପାଖ ଦୋକାନକୁ ଚାଲି କରି ଯିବାକୁ ହେବ। କୌଣସି ଜରୁରୀକାଳୀନ ସ୍ଥିତି ପାଇଁ ୧୦୦ ଡାଏଲ୍‌ କରିବାକୁ ସେ ଟ୍ୱିଟ୍‌ ଯୋଗେ କହିଛନ୍ତି। 

ପୁଲିସ୍‌ କମିଶନର ଶ୍ରୀ ଷଡ଼ଙ୍ଗୀ ଆହୁରି ମଧ୍ୟ କହିଛନ୍ତି, “ଭୁବନେଶ୍ୱରରେ ଏମିତି କୌଣସି ଜାଗା ନାହିଁ ଯେଉଁଠି ଚଲାବାଟ ଦୂରରେ ପରିବା ଦୋକାନ ନଥିବ। ବିଏମ୍‌ସି ମୋବାଇଲ ଭ୍ୟାନ୍ ଜରିଆରେ ଫୋନ୍‌ କରି ମଧ୍ୟ ଏସବୁ ମଗାଇ ହେବ। ପାଖ ଦୋକାନରୁ କିଣିବା ଆରମ୍ଭ କଲେ ହିଁ ବଡ଼ ବା ସେଣ୍ଟ୍ରାଲ ମାର୍କେଟ୍‌ ସବୁରେ ଭିଡ଼ କମିବ।” 

Advertisment

https://twitter.com/SarangiSudhansu/status/1246881824262868992?s=19

ଏହା ପୂର୍ବରୁ ସେ କହିଥିଲେ, ବ୍ୟବସାୟୀମାନଙ୍କୁ ସାମାଜିକ ଦୂରତା ପାଇଁ ଦୋକାନ ଆଗରେ ଯଥେଷ୍ଟ ଦୂରତା ଛାଡ଼ି ଛାଡ଼ି ଗୋଲ ଗୋଲ ଗାର ଟାଣିବାକୁ ହେବ। ଗ୍ରାହକ ଯଥେଷ୍ଟ ଦୂରତା ଅବଲମ୍ବନ କରିବା ପାଇଁ ବ୍ୟବସ୍ଥା କରିବାକୁ ହେବ। ଏଥିରେ ଅବେହେଳା ଦେଖିଲେ ଦଣ୍ଡିତ କରାଯିବ। କୋଭିଡ୍‌-୧୯କୁ ହରାଇବାକୁ ହେଲେ ଆମ ସମସ୍ତଙ୍କୁ ଏକାଠି କାମ କରିବାକୁ ହେବ ବୋଲି ସେ କହିଥିଲେ।

https://twitter.com/SarangiSudhansu/status/1246815768898973696?s=19

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe