ଡ୍ରାଇଭର ଆନ୍ଦୋଳନ: ୩ମାସ ସୁଦ୍ଧା ଦାବି ପୂରଣ ହେବ ଦାବି, ଲିଖିତ ପ୍ରତିଶ୍ରୁତି ଦେଲେ ସରକାର

ଆଇନ ବିଭାଗ ସହ ତର୍ଜମା କରି ତୁରନ୍ତ ନିର୍ମାଣ ଶ୍ରମିକଙ୍କ ଶୈଳୀରେ ରାଜ୍ୟର ଅଣସଂଗଠିତ ଡ୍ରାଇଭର ଓ ଅନ୍ୟାନ୍ୟ ପରିବହନ କର୍ମଚାରୀଙ୍କ ନିମନ୍ତେ ଏକ କଲ୍ୟାଣ ବୋର୍ଡ ଗଠନ କରାଯିବ ବୋଲି ମଧ୍ୟ ସରକାର ସୂଚନା ଦେଇଥିଲେ ।

Driver PhotoI & PR Department

ମୁଖ୍ୟଶାସନ ସଚିବଙ୍କ ସହିତ ଆଲୋଚନା ହେଉଛି

Ordigital Desk
  • Published: Thursday, 16 March 2023
  • Updated: 16 March 2023, 09:40 PM IST

ରାଜ୍ୟର ପ୍ରାୟ ୨ଲକ୍ଷ ଡ୍ରାଇଭର ଗତ ଦୁଇଦିନ ଧରି ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରୁଥିବାବେଳେ ସରକାର ଆଜି ସେମାନଙ୍କର ୧୦ଦଫା ଦାବି ପୂରଣ ପାଇଁ ଲିଖିତ ପ୍ରତିଶ୍ରୁତି ଦେଇଛନ୍ତି। ଆସନ୍ତା ୩ମାସ ସୁଦ୍ଧା ସେମାନଙ୍କର ଦାବି ପୂରଣ କରାଯିବ ବୋଲି ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନା ଲିଖିତ ଭାବେ ଡ୍ରାଇଭର ଏକତାମଂଚକୁ ଚିଠି ଲେଖି ଜଣାଇଛନ୍ତି। ଆଜି ବିଧାନସଭାରେ ଡ୍ରାଇଭର ଆନ୍ଦୋଳନ ପ୍ରସଙ୍ଗକୁ ନେଇ ଶାସକ-ବିରୋଧୀ ସଦସ୍ୟମାନେ ଉଦବେଗ ବ୍ୟକ୍ତ କରିବା ପରେ ଡ୍ରାଇଭରମାନଙ୍କ ସହ ଆଲୋଚନା ପାଇଁ ସରକାରଙ୍କୁ ବାଚସ୍ପତି ନିର୍ଦ୍ଦେଶ ଦେଇଥିଲେ।

ତେବେ ସରକାରଙ୍କ ପକ୍ଷରୁ ଲିଖିତ ପ୍ରତିଶ୍ରୁତି ପରେ ଡ୍ରାଇଭରମାନଙ୍କ ପରବର୍ତ୍ତୀ ଆଭିମୁଖ୍ୟ କ’ଣ ହେବ ତାହା ଏପର୍ଯ୍ୟନ୍ତ ଜଣାପଡ଼ିନି । ସୂଚନା ଅନୁସାରେ ଆଜି ଡ୍ରାଇଭର ଏକତା ମହାସଂଘ ପ୍ରତିନିଧି ଦଳ ସହ ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ସଚିବ ସେମାନଙ୍କର ଦାବିକୁ ଶୁଣିବା ପରେ ସମାଧାନ ପାଇଁ ୩ମାସ ସମୟ ଲୋଡ଼ିଛନ୍ତି । ଏହାସହିତ ସେମାନଙ୍କୁ ଳିଖିତ ଭାବେ ମଧ୍ୟ ଅବଗତ କରିଛନ୍ତି। ଏପଟେ ଆଲୋଚନା ସମ୍ପର୍କରେ ସୂଚନା ଦେଇ ଡ୍ରାଇଭର ଏକତା ମହାସଂଘର ଖୋର୍ଦ୍ଧା ଜିଲ୍ଲା ସମ୍ପାଦକ ବାବୁଲା ତ୍ରିପାଠୀ କହିଛନ୍ତି ଯେ, ସରକାର ପ୍ରଥମଥର ପାଇଁ ଲିଖିତ ପ୍ରତିଶ୍ରୁତି ଦେଇଛନ୍ତି । ମୁଖ୍ୟ ସଚିବଙ୍କ ସହ ଆଲୋଚନା ସକରାତ୍ମକ ରହିଛି । ଏପ୍ରିଲ ୧୫ତାରିଖ ସୁଦ୍ଧା ସରକାର ପୁଣିଥରେ ଏକ ବୈଠକ ଡାକି ଡ୍ରାଇଭରମାନଙ୍କ ସହ ଆଲୋଚନା କରିବେ ଓ ୩ାମସ ମଧ୍ୟରେ ଦାବି ପୂରଣ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ତେବେ ଚାଲିଥିବା ଆନ୍ଦୋଳନ ପ୍ରତ୍ୟାହାର ନିଷ୍ପତ୍ତି ଡ୍ରାଇଭର ମହାସଂଘର ରାଜ୍ୟ କର୍ମକର୍ତ୍ତା ନେବେ ବୋଲି ସେ ସୂଚନା ଦେଇଛନ୍ତି ।

Also Read

ଉଲ୍ଲେଖଯୋଗ୍ୟ,ଡ୍ରାଇଭରମାନେ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଶାଳ ପ୍ରଦର୍ଶନ କରି ଅଖଚକ ଜାମ କରି ଦେଇଥିବାବେଳେ  ଏବେ ପୁଣିଥରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଏପଟେ ୨୦୨୨ ଡିସେମ୍ବର ୧୫ତାରିଖ ସୁଦ୍ଧା ସେମାନଙ୍କର ଦାବି ଉପରେ ସରକାର ଆବଶ୍ୟକ ପଦକ୍ଷେପ ନେବାକୁ କହି କାହିଁକି ଏ ଦିଗରେ ପ୍ରକ୍ରିୟା ଆରମ୍ଭ କରିନଥିଲେ ତାକୁ ନେଇ ପ୍ରଶ୍ନ ଉଠିଛି । କାର୍ଯ୍ୟରତ ଡ୍ରାଇଭରମାନଙ୍କୁ ଚିହ୍ନଟ କରିବା, ସେମାନଙ୍କ ନିମନ୍ତେ କଲ୍ୟାଣମୂଳକ ଯୋଜନା ଆଦି ନିମନ୍ତେ ପ୍ରକ୍ରିୟା ଆରମ୍ଭ ପାଇଁ ଗତ ୨୦୨୨ ଅକ୍ଟୋବର ୨୯ତାରିଖରେ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା ।

ଆଜି ବିଧାନସଭାରେ ପରିବହନ ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି ଯେ, ଅଣସଂଗଠିତ ଡ୍ରାଇଭର ଓ ଅନ୍ୟାନ୍ୟ ପରିବହନ କର୍ମଚାରୀଙ୍କ ସାମାଜିକ କଲ୍ୟାଣ ନିମନ୍ତେ ସରକାର ଏକ ନିୟମ(ରୁଲସ) ପ୍ରଣୟନ ଓ ବୋର୍ଡ ଗଠନ କରିବା ନିମନ୍ତେ ପ୍ରୟାସ ଜାରି ରଖିଛନ୍ତି । ଅନ୍ୟପକ୍ଷରେ ଗତ ୨୦୨୨ ଅକ୍ଟୋବର ୨୯ତାରିଖରେ ତତକାଳୀନ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଡ୍ରାଇଭରମାନଙ୍କ ଦାବି ସଂକ୍ରାନ୍ତରେ ଆଲୋଚନା କରାଯିବା ସହ ସେମାନଙ୍କ କଲ୍ୟାଣ ନିମନ୍ତେ ଏକ ଚିଠା ଯୋଜନା ପ୍ରସ୍ତୁତ ଓ ରୁଲସ ସଂଶୋଧନ ପ୍ରକ୍ରିୟାକୁ ସପ୍ତାହ ମଧ୍ୟରେ କରିବା ନିମନ୍ତେ ପରିବହନ କମିଶନରଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ବୈଠକରେ ପରିବହନ ସଚିବଙ୍କ ସମେତ ଅର୍ଥ ସଚିବ, ପରିବହନ କମିଶନର, ଶ୍ରମ ସଚିବ ଓ ଶ୍ରମ କମିଶନର ମଧ୍ୟ ଉପସ୍ଥିତ ଥିଲେ । ଆଇନ ବିଭାଗ ସହ ତର୍ଜମା କରି ତୁରନ୍ତ ନିର୍ମାଣ ଶ୍ରମିକଙ୍କ ଶୈଳୀରେ ରାଜ୍ୟର ଅଣସଂଗଠିତ ଡ୍ରାଇଭର ଓ ଅନ୍ୟାନ୍ୟ ପରିବହନ କର୍ମଚାରୀଙ୍କ ନିମନ୍ତେ ଏକ କଲ୍ୟାଣ ବୋର୍ଡ ଗଠନ କରାଯିବ ବୋଲି ମଧ୍ୟ ସରକାର ସୂଚନା ଦେଇଥିଲେ । କିନ୍ତୁ ସେହି ବୋର୍ଡ ଗଠନ ପ୍ରକ୍ରିୟା ଏବେ କେବଳ ଘୋଷଣା ମଧ୍ୟରେ ସୀମିତ ରହିଯାଇଛି । ଏପରିକି ଡିସେମ୍ବର ୧୫ତାରିଖ ସୁଦ୍ଧା ଏହି ବୋର୍ଡ ଗଠନ ପ୍ରକ୍ରିୟା ଶେଷ ହୋଇଯିବ ବୋଲି ସରକାରଙ୍କ ପକ୍ଷରୁ ସେତେବେଳେ ଡ୍ରାଇଭର ମହାସଂଘକୁ ଆଶ୍ୱାସନା ଦିଆଯାଇଥିଲା । କିନ୍ତୁ ଡ୍ରାଇଭରମାନେ ପୁଣିଥରେ ମାର୍ଚ୍ଚ ୧୫ରୁ ରାସ୍ତାକୁ ଓହ୍ଲାଇବେ ବୋଲି ଘୋଷଣା କରିବା ପୂର୍ବରୁ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ରୁଲସ୍ ସଂଶୋଧନ ଓ କଲ୍ୟାଣ ବୋର୍ଡ ଗଠନ ପ୍ରକ୍ରିୟା ସମ୍ପର୍କରେ ସେମାନଙ୍କ ସହ କୌଣସି ଆଲୋଚନା ହୋଇନଥିଲା ।

ଆଜି ବିଧାନସଭାରେ ଦଳମତ ନିର୍ବିର୍ଶେଷରେ ବିଧାୟକମାନେ ରାଜ୍ୟରେ ଡ୍ରାଇଭରଙ୍କ ଆନ୍ଦୋଳନ ପ୍ରସଙ୍ଗ ଉଠାଇ ଉଦବେଗ ବ୍ୟକ୍ତ କରିବା ପରେ ଡ୍ରାଇଭରମାନଙ୍କ ସହ ଆଲୋଚନା କରିବାକୁ ପରିବହନ ମନ୍ତ୍ରୀଙ୍କୁ ବାଚସ୍ପତି ନିର୍ଦ୍ଦେଶ ଦେଇଛନ୍ତି । ତେବେ ଡ୍ରାଇଭରମାନେ ସେମାନଙ୍କ ଜିଦରେ ଅଟଳ ରହିଥିବାରୁ ସରକାର ସମାଧାନର ବାଟ କେମିତି ବାହାରିବ ତାକୁ ନେଇ ଚିନ୍ତାରେ ପଡ଼ିଛନ୍ତି । ଅନ୍ୟପକ୍ଷରେ ଡ୍ରାଇଭରଙ୍କ ଆନ୍ଦୋଳନ ଯୋଗୁ ରାଜ୍ୟରେ ବିଭିନ୍ନ ସ୍ଥାନରେ କୃତ୍ରିମ ସଙ୍କଟ ଦେଖାଦେଇଛି । ଲୋକେ ଗାଡ଼ିରେ ତେଲ ପକାଇବା ପାଇଁ ପେଟ୍ରୋଲ ଟାଙ୍କିରେ ଭିଡ଼ ଜମାଇଥିବାବେଳେ ପନିପରିବାଠୁ ଆରମ୍ଭ କରି ଅତ୍ୟାବଶ୍ୟକ ସାମଗ୍ରୀ ଦର ବୃଦ୍ଧି ପାଇବାରେ ଲାଗିଛି । ଡ୍ରାଇଭରମାନଙ୍କ ଆନ୍ଦୋଳନ ଜାରି ରହିଲେ ଏହି ପରିସ୍ଥିତି ଅଧିକ ସଙ୍ଗୀନ ହେବାର ଆଶଙ୍କା ଦେଖାଦେଇଛି ।

ଡ୍ରାଇଭର ମହାସଂଘ ମୁଖ୍ୟତଃ ସେମାନଙ୍କ ପାଇଁ ସ୍ୱାସ୍ଥ୍ୟ ବୀମା ସହ ଦୁର୍ଘଟଣାଜନିତ ବୀମା ରାଶି, ପେନସନ, ଆବାସ ଯୋଜନାରେ ଗୃହ ନିର୍ମାଣ, ସେମାନଙ୍କ ପିଲାଙ୍କ ପାଠ ପଢ଼ିବା ପାଇଁ ବ୍ୟବସ୍ଥା ଆଦି ଦାବିରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ରାଜ୍ୟ ସରକାର ଗତ କିଛିବର୍ଷ ଧରି ଏସବୁ କଲ୍ୟାଣମୂଳକ ଯୋଜନା ରାଜ୍ୟର ୩୭ଲକ୍ଷରୁ ଅଧିକ ନିର୍ମାଣ ଶ୍ରମିକମାନଙ୍କୁ ଯୋଗାଇ ଦେଉଛନ୍ତି ।

ସୂଚନାଯୋଗ୍ୟ, ଡ୍ରାଇଭର ମହାସଂଘ ପୂର୍ବରୁ ନିଜର ଦାବି ହାସଲ ପାଇଁ ୨୦୨୨ ଏପ୍ରିଲ ଓ ଅକ୍ଟୋବର ମାସରେ ନିଜର ଶକ୍ତି ପ୍ରଦର୍ଶନ କରିବା ସହ ରାଜଧାନୀ ଭୁବନେଶ୍ୱରରେ ବି ଚକାଅଖା ଜାମ କରିଥିଲା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story