Advertisment

କରୋନା ଆକ୍ରାନ୍ତ ବନ୍ଦୀଙ୍କୁ ଜେଲ୍‌ ମନା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ଦେଖି ତତ୍ପର ହୋଇଛି ଜେଲ୍‌ ବିଭାଗ। ସେଥିପାଇଁ ପ୍ରସ୍ତୁତ କରିଛି ସ୍ୱତନ୍ତ୍ର ଗାଇଡ୍‌ଲାଇନ୍‌। ପ୍ରସ୍ତୁତ ହୋଇଥିବା ଗାଇଡ୍‌ଲାଇନ୍‌କୁ ସବୁ ଜେଲ୍‌ ଅଧୀକ୍ଷକଙ୍କୁ ଆଜି ପଠାଇଛନ୍ତି ଜେଲ୍‌ ଡିଜି। ଯଦି କେହି ଅନ୍ତେବାସୀ ପଜିଟିଭ ଚିହ୍ନଟ ହୁଅନ୍ତି, ସେମାନଙ୍କୁ କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି କରାଯିବ। କୋର୍ଟଙ୍କ ରିମାଣ୍ଡ ଅନୁମତି ଆଣି ସଂପୃକ୍ତ ବନ୍ଦୀଙ୍କୁ ହସ୍ପିଟାଲ ପଠାଯିବ। ପଜିଟିଭଙ୍କୁ ସିସିସି ଓ ଗୁରୁତରଙ୍କୁ କୋଭିଡ୍‌ କେୟାର ହସ୍ପିଟାଲ ପଠାଯିବ। […]

ଅଦ୍ୟତନ ହୋଇଛି
କରୋନା ଆକ୍ରାନ୍ତ ବନ୍ଦୀଙ୍କୁ ଜେଲ୍‌ ମନା

central-jail

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ଦେଖି ତତ୍ପର ହୋଇଛି ଜେଲ୍‌ ବିଭାଗ। ସେଥିପାଇଁ ପ୍ରସ୍ତୁତ କରିଛି ସ୍ୱତନ୍ତ୍ର ଗାଇଡ୍‌ଲାଇନ୍‌। ପ୍ରସ୍ତୁତ ହୋଇଥିବା ଗାଇଡ୍‌ଲାଇନ୍‌କୁ ସବୁ ଜେଲ୍‌ ଅଧୀକ୍ଷକଙ୍କୁ ଆଜି ପଠାଇଛନ୍ତି ଜେଲ୍‌ ଡିଜି। ଯଦି କେହି ଅନ୍ତେବାସୀ ପଜିଟିଭ ଚିହ୍ନଟ ହୁଅନ୍ତି, ସେମାନଙ୍କୁ କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି କରାଯିବ। କୋର୍ଟଙ୍କ ରିମାଣ୍ଡ ଅନୁମତି ଆଣି ସଂପୃକ୍ତ ବନ୍ଦୀଙ୍କୁ ହସ୍ପିଟାଲ ପଠାଯିବ। ପଜିଟିଭଙ୍କୁ ସିସିସି ଓ ଗୁରୁତରଙ୍କୁ କୋଭିଡ୍‌ କେୟାର ହସ୍ପିଟାଲ ପଠାଯିବ। କୌଣସି କୋଭିଡ୍‌ ଆକ୍ରାନ୍ତଙ୍କୁ ଜେଲ ପରିସରରେ ରଖାଯିବ ନାହିଁ ବୋଲି ଡିଜି ଚିଠିରେ ଉଲ୍ଲେଖ କରିଛନ୍ତି।

Advertisment

ମହାମାରୀ କରୋନାର ଦ୍ୱିତୀୟ ଲହରୀ ରାଜ୍ୟରେ ଦେଖିବାକୁ ମିଳିଛି। ପ୍ରତିଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଯାହାକୁ ନେଇ ଚିନ୍ତାରେ ରାଜ୍ୟ ସରକାର। ଗତ ମଙ୍ଗଳବାର ସ୍ଥିତର ସମୀକ୍ଷା କରି ୧୦ ଦିନିଆ ସ୍ପେଶାଲ୍‌ ଡ୍ରାଇଭ୍‌ କରିବାକୁ ଡିଜିପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଯାହାକୁ କାର୍ଯ୍ୟକାରୀ କରିବା ପାଇଁ ପୁଲିସ ଗତ ଦୁଇ ଦିନ ହେଲା ସ୍ପେଶାଲ ଡ୍ରାଇଭ୍‌ କରୁଛି। କୋଭିଡ୍‌ ଉଲ୍ଲଂଘନ କରୁଥିବା ଅଭିଯୁକ୍ତଙ୍କୁ ବାନ୍ଧୁଛି।

ଗିରଫ ହେଉଥିବା ଅଭିଯୁକ୍ତଙ୍କୁ ଯଦି କରୋନା ହୋଇଥିବ, ସେମାନଙ୍କୁ ଜେଲ୍‌ ପଠାଯିବ ନାହିଁ। କୋର୍ଟଙ୍କ ରିମାଣ୍ଡ ଅନୁମତିରେ ସେମାନଙ୍କୁ କୋଭିଡ୍‌ ହସ୍ପିଟାଲ ପଠାଯିବ ବୋଲି ଗାଇଡ୍‌ଲାଇନ୍‌ରେ ଉଲ୍ଲେଖ ରହିଛି।

Advertisment

ସୂଚନାରୁ ପ୍ରକାଶ, ଗତବର୍ଷ ରାଜ୍ୟର ଅଧିକାଂଶ ଜେଲ୍‌ରେ ବନ୍ଦୀମାନେ କରୋନାରେ ଆକ୍ରାନ୍ତ ହୋଇଥିଲେ। ସେମାନଙ୍କ ପାଇଁ ଜେଲ୍‌ରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା। ସେଠାରେ ଚିକିତ୍ସା ବ୍ୟବସ୍ଥା ମଧ୍ୟ କରାଯାଇଥିଲା। ଏବେ ଦ୍ୱିତୀୟ ଲହରି ଦେଖି ଜେଲ୍‌ ଡିଜି ସ୍ୱତନ୍ତ୍ର ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି।

COVID Guideline
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe