କୁହନ୍ତି ଯେଡ଼େ, ନୁହନ୍ତି ସେଡ଼େ !

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବଦଳିବ ବିଜେପୁର ଉପନିର୍ବାଚନରେ ଟ୍ରମ୍ପକାର୍ଡ ସାଜିଥିବା ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପର ଡିଜାଇନ୍ । ଘୋଷଣାର ଅଢେଇ ବର୍ଷ ପରେ ବି ପ୍ରକଳ୍ପ କାମ ଆରମ୍ଭ ହୋଇନଥିବା ବେଳେ ନୂଆ ଡିଜାଇନ ପାଇଁ ଆହୁରି ୭୫୦ କୋଟିର ବ୍ୟୟ ଅଟକଳ କରାଯାଇଛି । ବଡ଼କଥା ହେଉଛି ୨୦ ମାସ ଅନ୍ତରରେ ୩-୩ଟି ନିର୍ବାଚନ ଦେଖିଥିବା ବିଜେପୁରର ଦାୟିତ୍ୱ ଖୋଦ୍ ମୁଖ୍ୟମନ୍ତ୍ରୀ ନେବା ପରେ ବିଜେପୁର ପ୍ୟାକେଜ ଭିତରେ କେବଳ ଜଳସେଚନ ପାଇଁ ୧୨ଶହ […]

790-1

Tapas Behera
  • Published: Sunday, 28 June 2020
  • , Updated: 28 June 2020, 08:39 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବଦଳିବ ବିଜେପୁର ଉପନିର୍ବାଚନରେ ଟ୍ରମ୍ପକାର୍ଡ ସାଜିଥିବା ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପର ଡିଜାଇନ୍ । ଘୋଷଣାର ଅଢେଇ ବର୍ଷ ପରେ ବି ପ୍ରକଳ୍ପ କାମ ଆରମ୍ଭ ହୋଇନଥିବା ବେଳେ ନୂଆ ଡିଜାଇନ ପାଇଁ ଆହୁରି ୭୫୦ କୋଟିର ବ୍ୟୟ ଅଟକଳ କରାଯାଇଛି । ବଡ଼କଥା ହେଉଛି ୨୦ ମାସ ଅନ୍ତରରେ ୩-୩ଟି ନିର୍ବାଚନ ଦେଖିଥିବା ବିଜେପୁରର ଦାୟିତ୍ୱ ଖୋଦ୍ ମୁଖ୍ୟମନ୍ତ୍ରୀ ନେବା ପରେ ବିଜେପୁର ପ୍ୟାକେଜ ଭିତରେ କେବଳ ଜଳସେଚନ ପାଇଁ ୧୨ଶହ ୪୬ କୋଟିର ପ୍ରକଳ୍ପ ଘୋଷଣା କରିଥିଲେ। ତେବେ ନିର୍ବାଚନ ପରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଓ ବାସ୍ତବତା ଭିତରେ ଫରକ କେତେ ଆସନ୍ତୁ ଜାଣିବା।

ବିଜେପୁରର ଦାୟିତ୍ୱ ନିଜେ ନେଲେ ବୋଲି କହି ୨୦୧୮ ଉପନିର୍ବାଚନରେ ରୀତା ସାହୁଙ୍କ ପାଇଁ ପ୍ରଚାର କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କେବଳ ଥରେ ନୁହେଁ ୨୦ ମାସ ଅନ୍ତରରେ ରେ ୩-୩ ଟି ନିର୍ବାଚନ ବେଳେ ସମାନ କଥା କହି ବିଜେପୁରରେ ଭୋଟ୍ ମାଗିଥିଲେ ନବୀନ। ଗଙ୍ଗାଧର ମେହେରଙ୍କ ନାଁରେ ଘୋଷଣା କରିଥିଲେ ୧୨୪୬ କୋଟି ଟଙ୍କାର ଜଳସେଚନ ପ୍ରକଳ୍ପ। ତେବେ ପାଖାପାଖି ୩ ବର୍ଷ ପରେ କେତେ କାମ ହୋଇଛି ଏହି ବହୁ ଚର୍ଚ୍ଚିତ ଜଳସେଚନ ପ୍ରକଳ୍ପର? ପ୍ରକଳ୍ପର କାଯର୍ୟକାରିତା ପାଇଁ ବିଜେପୁରରେ ଖୋଲିଥିବା ଜଳସେଚନ ବିଭାଗର ନିର୍ବାହୀଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ୨୪ ଘଣ୍ଟା ତାଲା ଝୁଲୁଛି। ୭ ଜଣ କର୍ମଚାରୀ ରହିବା କଥା । ତେବେ କେହି ବି ଆସୁ ନଥିବାରୁ ଅଫିସ୍ ବନ୍ଦ । ଗୋଟିଏ କୋଣରେ ପଡିଛି ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କରିଥିବା ଭିତ୍ତିପ୍ରସ୍ତରର ଫଳକ। ବିଜେପୁର ସମେତ ସୋହେଲା ଓ ବରପାଲିର ୧୧୯ଟି ଓ ସୁବର୍ଣପୁର ଜିଲ୍ଲା ଡୁଙ୍ଗୁରୀପାଲି ବ୍ଲକର ୫ଟି ଗାଁକୁ ମିଶାଇ ମୋଟ ୧୨୪ଟି ଗାଁର ୨ଲକ୍ଷ ୬୫ ହଜାର ହେକ୍ଟର ଜମିକୁ ଜଳସେଚନର ଲକ୍ଷ୍ୟ ରଖାଯାଇଥିଲା । ଏହା ଭିତରେ କିଛି ବି କାମ ଆରମ୍ଭ ହୋଇ ଥିବାରୁ ଚାଷୀଙ୍କ ଭିତରେ ଅସନ୍ତୋଷ ତେଜିଛି ।

ଘୋଷଣାର ଅଢେଇ ବର୍ଷ ପରେ ଏ ବହୁ ପ୍ରତୀକ୍ଷିତ ଜଳସେଚନ ପ୍ରକଳ୍ପର ଡିଜାଇନକୁ ବଦଳାଇଛନ୍ତି ସରକାର । ପ୍ରଥମେ ହୀରାକୁଦରୁ ବରଗଡ କେନାଲର ୩୪ କିଲୋମିଟର ଯାଏ ପାଣି ଯିବା ପରେ ପ୍ରକଳ୍ପକୁ ପାଣି ପହଞ୍ଚାଯାଇପାରିବ ବୋଲି କୁହାଯାଇଥିଲା । ତେବେ ଏହା ଭିତରେ ଗତ ମାର୍ଚ୍ଚରେ ଏ ପ୍ରସ୍ତାବକୁ ବାତିଲ କରି କେନାଲ କଡେ କଡେ ପାଇପରେ ପାଣି ନେବାକୁ ଯୋଜନା ହୋଇଛି । ଏଥିପାଇଁ ୭୫୦ କୋଟିର ବ୍ୟୟ ଅଟକଳ ବି ପ୍ରସ୍ତୁତ ହୋଇଛି । ତେବେ ଅଢେଇ ବର୍ଷ ପରେ ସରକାର କାହିଁକି ମୂଳ ଡିଜାଇନ ପରିବର୍ତ୍ତନ ସେନେଇ ଜଳସମ୍ପଦ ମନ୍ତ୍ରୀ କହିଛନ୍ତି ବ୍ୟୟ ଅଟକଳ ବଢିବ ଓ ପ୍ରକଳ୍ପ ପାଇଁ  ପୁଣି କ୍ୟାବିନେଟରେ ଅନୁମତି ନେବାକୁ ପଡିବ। ଏବେ ପ୍ରଶ୍ନ ଅଢେଇ ବର୍ଷ ଭିତରେ ଶେଷ ହେବାକୁ ଥିବା ପ୍ରକଳ୍ପର ଭାଗ୍ୟ ପୁଣି ଏକ ଉପନିର୍ବାଚନକୁ ଅପେକ୍ଷା କରିବ ନାହିଁ ତ?

Related story