/odisha-reporter/media/post_attachments/uploads/2020/07/bls-222000.jpg)
bls
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ଶ୍ରାବଣ ମାସର ପ୍ରଥମ ସୋମବାର। ହେଲେ ଶୈବପୀଠଗୁଡ଼ିକ ଖାଁ ଖାଁ। ଚଳିତ ବର୍ଷ କରୋନା ପାଇଁ କଟକଣା ଥିବାରୁ ବୋଲବମ୍ ଯାତ୍ରା ଉପରେ ସରକାର ପ୍ରତିବନ୍ଧକ ଲଗାଇଛନ୍ତି। ଫଳରେ କାଉଡ଼ିଆମାନେ ଏଥର ଜଳଲାଗି କରିବାକୁ ଆସିନାହାନ୍ତି। କେବଳ ମନ୍ଦିରରେ ପାରମ୍ପରିକ ପୂଜା କରାଯାଉଛି।
Advertisment
ଭୁବନେଶ୍ୱରର ମହାପ୍ରଭୁ ଲିଙ୍ଗରାଜ, ପୁରୀର ଲୋକନାଥ, ଭଦ୍ରକର ବାବା ଆଖଣ୍ଡଳମଣି, କଟକର ଧବଳେଶ୍ୱର, ବଲାଙ୍ଗିରର ହରିଶଙ୍କର ଓ ବାଲେଶ୍ୱରର ଝାଡ଼େଶ୍ୱର ଭଳି ରାଜ୍ୟର ସମସ୍ତ ପ୍ରମୁଖ ଶୈବପୀଠ ଏବେ ଭକ୍ତ ଶୂନ୍ୟ ହୋଇପଡ଼ିଛି।
ଜଣେ ଶ୍ରଦ୍ଧାଳୁ କହିଛନ୍ତି,“ଆଜି ଶତାଧିକ କାଉଡ଼ିଆ ଓ ଭକ୍ତ ଝାଡେଶ୍ୱର ମନ୍ଦିରକୁ ଆସି ଥାଆନ୍ତେ। ପାଣି ଢାଳି ଠାକୁରଙ୍କୁ ଦର୍ଶନ କରି ଯାଇ ଥାଆନ୍ତେ। ହେଲେ ସମସ୍ତଙ୍କ ସ୍ୱପ୍ନ ଅଧୁରା ହୋଇ ରହିଗଲା। ମହାମାରୀ କରୋନା ପାଇଁ କେହି ଠାକୁର ଦର୍ଶନ କରିପାରୁ ନାହାନ୍ତି। କେବଳ ବାହାରେ ଠିଆ ହୋଇ ଦର୍ଶନ କରି ମନ ଦୁଃଖରେ ଯାଉଛୁ।”
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
