Advertisment

No Early Election ରାଜ୍ୟରେ ଆଗୁଆ ହେବନି ପଂଚାୟତ ନିର୍ବାଚନ, ସ୍ପଷ୍ଟ କଲେ ପଂଚାୟତିରାଜ ମନ୍ତ୍ରୀ

ରାଜ୍ୟରେ ଆଗୁଆ ପଂଚାୟତ ନିର୍ବାଚନ ହେବାର ଆକଳନ ଓ ସମ୍ଭାବନା ଉପରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ଖୋଦ୍ ରାଜ୍ୟ ପଂଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାଏକ। ରାଜ୍ୟ ନିର୍ବାଚନ କମିଶନର ମଧୁସୂଦନ ପାଢ଼ୀଙ୍କ ପରେ ମନ୍ତ୍ରୀ ଶ୍ରୀ ନାଏକ ଏହି ସୂଚନା ଦେଇଛନ୍ତି।

author-image
Prakaash Sethi
elections

ରାଜ୍ୟରେ ଆଗୁଆ ପଂଚାୟତ ନିର୍ବାଚନକୁ ନେଇ ଚାଲିଥିବା କଳ୍ପନାଜଳ୍ପନାର ଅନ୍ତ ଘଟିଛି । ରାଜ୍ୟରେ ଆଗୁଆ ପଂଚାୟତ ନିର୍ବାଚନ ହେବାର ଆକଳନ ଓ ସମ୍ଭାବନା ଉପରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ଖୋଦ୍ ରାଜ୍ୟ ପଂଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାଏକ। ରାଜ୍ୟ ନିର୍ବାଚନ କମିଶନର ମଧୁସୂଦନ ପାଢ଼ୀଙ୍କ ପରେ ମନ୍ତ୍ରୀ ଶ୍ରୀ ନାଏକ ଏହି ସୂଚନା ଦେଇଛନ୍ତି। ଯଦିଓ ରାଜ୍ୟରେ ଆଗୁଆ ପଂଚାୟତ ନିର୍ବାଚନ ହେବା ନେଇ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଗତ ମାସରେ ଦଳୀୟ କର୍ମୀମାନଙ୍କୁ ସୂଚନା ଦେଇଥିଲେ ।

Advertisment


ଆଜି ବିଧାନସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତର ଦେଇ ମନ୍ତ୍ରୀ ରବିନାରାୟଣ ନାଏକ କହିଛନ୍ତି ଯେ, ରାଜ୍ୟରେ ୨୦୨୭ ଫେବୃୟାରୀ ପୂର୍ବରୁ ପଂଚାୟତ ନିର୍ବାଚନ ଅନୁଷ୍ଠିତ ହେବାର ସମ୍ଭାବନା ନାହିଁ। ନିର୍ଦ୍ଧାରିତ ସମୟ ପୂର୍ବରୁ ନିର୍ବାଚନ କରିବା ପାଇଁ ସରକାର କୌଣସି ନିଷ୍ପତ୍ତି ନେଇନାହାନ୍ତି ଓ ଏହା ନିୟମ ଅନୁସାରେ ନିର୍ଦ୍ଧାରିତ ସମୟରେ ହିଁ ଅନୁଷ୍ଠିତ ହେବ ବୋଲି ମନ୍ତ୍ରୀ ନାଏକ କହିଛନ୍ତି ।


ଉଲ୍ଲେଖଯୋଗ୍ୟ, ଗତମାସରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଦଳୀୟ କର୍ମୀମାନଙ୍କୁ ପାର୍ଟି ଅଫିସରେ ଆଗୁଆ ପଂଚାୟତ ନିର୍ବାଚନ(Panchayat Election) ପାଇଁ ପ୍ରସ୍ତୁତ ରହିବାକୁ ପରାମର୍ଶ ଦେଇଥିଲେ। ଜନଗଣନା ପ୍ରକ୍ରିୟା ଆରମ୍ଭ ହେବାର ୨-୩ମାସ ମଧ୍ୟରେ ଅର୍ଥାତ୍ ଆଗାମୀ ୬ମାସ ମଧ୍ୟରେ ପଂଚାୟତ ନିର୍ବାଚନ ହୋଇପାରେ ବୋଲି ଶ୍ରୀ ସାମଲ ସଙ୍କେତ ଦେଇଥିଲେ । ଅବଶ୍ୟ ଏହି ବୟାନ ଗଣମାଧ୍ୟମରେ ଚର୍ଚ୍ଚା ହେବାପରେ ରାଜ୍ୟ ନିର୍ବାଚନ କମିଶନର ମଧୁସୂଦନ ପାଢ଼ୀ ପରୋକ୍ଷରେ ଏହି ଆଗୁଆ ନିର୍ବାଚନ ସମ୍ଭାବନାକୁ ଖଣ୍ଡନ କରିଥିଲେ। ସେ ଗଣମାଧ୍ୟମକୁ ପ୍ରତିକ୍ରିୟାରେ କହିଥିଲେ ଯେ, ସାମ୍ବିଧାନିକ ବ୍ୟବସ୍ଥା ଅନୁସାରେ ପଂଚାୟତିରାଜ ସଂସ୍ଥାଗୁଡ଼ିକର କାର୍ଯ୍ୟକାଳ ପୂରଣ ହେବା ପରେ ହିଁ ନିର୍ବାଚନ ହେବ ବୋଲି ସେ କହିଥିଲେ ।

Advertisment


ସୂଚନାଯୋଗ୍ୟ, ରାଜ୍ୟରେ ୨୦୨୨ ଫେବୃୟାରୀରେ ପଂଚାୟତ ନିର୍ବାଚନ ହୋଇଥିଲା ଓ ୨୦୨୭ ଫେବୃୟାରୀରେ ଏହାର କାର୍ଯ୍ୟକାଳ ଶେଷ ହେବ ।

Panchayat Election