Advertisment

ସୁରେଶ ମହାପାତ୍ରଙ୍କ କାର୍ଯ୍ୟକାଳ ବଢ଼ିବ ନାହିଁ!

ସର୍ବଭାରତୀୟ ସେବା ନିୟମାବଳୀ-୧୯୫୮ର ଧାରା ୧୬(୧) ଅନୁଯାୟୀ, ସର୍ବଭାରତୀୟ ସେବାରେ ଥାଇ ରାଜ୍ୟର ମୁଖ୍ୟ ସଚିବ ଭାବେ କାର୍ଯ୍ୟ କରୁଥିବା ଅଫିସରଙ୍କ ଅବସର ବୟସ ହେଉଛି ୬୦ ବର୍ଷ।

author-image
Ordigital Desk
ଅଦ୍ୟତନ ହୋଇଛି
Suresh Mahapatra

Suresh Mahapatra

ମୁଖ୍ୟସଚିବ ସୁରେଶ ମହାପାତ୍ରଙ୍କ କାର୍ଯ୍ୟକାଳ ତୃତୀୟ ଥର ପାଇଁ ଆଉ ୬ ମାସ ବଢ଼ିବ କି? ଉତ୍ତର ନା। ଯଦି କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ଫେବ୍ରୁଆରୀ ୨୪ ତାରିଖରେ ସୂଚନା ଅଧିକାର ଆଇନ (ଆରଟିଆଇ)ରେ ମିଳିଥିବା ଉତ୍ତରକୁ ଦେଖାଯାଏ ତେବେ ୧୯୮୬ ବ୍ୟାଚର ଆଇଏଏସ୍ ଅଫିସର ସୁରେଶ ମହାପାତ୍ରଙ୍କ କାର୍ଯ୍ୟକାଳ ଆଉ ୬ ମାସ ବଢ଼ୁନାହିଁ ବୋଲି କୁହାଯାଇପାରିବ।

Advertisment

ମୁଖ୍ୟ ସଚିବ ରେସରେ ବର୍ତ୍ତମାନର ଉନ୍ନୟନ କମିଶନର ତଥା ରାଜ୍ୟର ନମ୍ବର-୨ ପ୍ରଶାସକ କୁହାଯାଉଥିବା ୧୯୮୯ ବ୍ୟାଚର ଆଇଏଏସ ଅଫିସର ପ୍ରଦୀପ କୁମାର ଜେନା, କେନ୍ଦ୍ରୀୟ ଡେପୁଟେସନରେ ଥିବା ୧୯୮୭-ବ୍ୟାଚର ଆଇଏଏସ ଅଫିସର ତୁହିନ କାନ୍ତ ପାଣ୍ଡେ ଓ ରାଜେଶ ବର୍ମାଙ୍କ ନାଁ ରହିଥିବା ଚର୍ଚ୍ଚା ହେଉଛି।

ସର୍ବଭାରତୀୟ ସେବା ନିୟମାବଳୀ-୧୯୫୮ର ଧାରା ୧୬(୧) ଅନୁଯାୟୀ, ସର୍ବଭାରତୀୟ ସେବାରେ ଥାଇ ରାଜ୍ୟର ମୁଖ୍ୟ ସଚିବ ଭାବେ କାର୍ଯ୍ୟ କରୁଥିବା ଅଫିସରଙ୍କ ଅବସର ବୟସ ହେଉଛି ୬୦ ବର୍ଷ। ତେବେ ରାଜ୍ୟ ସରକାର ଯୁକ୍ତିଯୁକ୍ତ କାରଣ ଓ ଲୋକସ୍ବାର୍ଥ ଦର୍ଶାଇ ଜଣେ ମୁଖ୍ୟ ସଚିବଙ୍କ କାର୍ଯ୍ୟ ଅବଧିକୁ ୬ ମାସ ବଢ଼ାଇବା ପାଇଁ ସୁପାରିଶ କରିପାରିବେ। ସୁରେଶ ମହାପାତ୍ରଙ୍କ କାର୍ଯ୍ୟକାଳ ୨୦୨୨ ଫେବ୍ରୁଆରୀ ୨୮ ତାରିଖରେ ସରିଯାଇଥିଲା। ତେବେ ରାଜ୍ୟ ସରକାର ତାଙ୍କର କାର୍ଯ୍ୟକାଳକୁ ଦୁଇ ଥର ବଢ଼ାଇବାକୁ ସୁପାରିଶ କରିଥିଲେ ଓ ଆଉ କେନ୍ଦ୍ର ସରକାର ଏହାକୁ ଅନୁମୋଦନ ଦେଇଥିଲେ।

Advertisment
RTIକାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ଆରଟିଆଇ ଉତ୍ତର

ଫେବ୍ରୁଆରୀ ୨୮ ତାରିଖରେ ଏହି ଅବଧି ସରିଯାଉଛି। ଏବେ ମହାପାତ୍ରଙ୍କ କାର୍ଯ୍ୟ ଅବଧି ସରିବାକୁ ମାତ୍ର ୪ ଦିନ ଥିବାବେଳେ କାର୍ମିକ ମନ୍ତ୍ରଣାଳୟ `ଓଡ଼ିଶା ରିପୋର୍ଟର’ ପକ୍ଷରୁ ପଚରାଯାଇଥିବା ପ୍ରଶ୍ନରେ `ତୃତୀୟ ଥର ଅବଧି ବୃଦ୍ଧି ପାଇଁ ଓଡ଼ିଶା ସରକାର ସୁପାରିଶ କରିଥିବା ନେଇ କୌଣସି ସୂଚନା ନାହିଁ’ ବୋଲି ଦର୍ଶାଇଛନ୍ତି। ଏଥିରୁ ସ୍ସଷ୍ଟ ହେଉଛି ସରକାର ଖୁବ ଶୀଘ୍ର ନୂଆ ମୁଖ୍ୟ ସଚିବଙ୍କ ନାଁ ଘୋଷଣା କରିବେ।

କିଛି ଦିନ ତଳେ ଦିଲ୍ଲୀରେ ଅବସ୍ଥାପିତ ତୁହିନକାନ୍ତ ପାଣ୍ଡେ ତୃତୀୟ ମହଲା ଆସିଥିବା କୁହାଯାଉଛି। ତୁହିନକାନ୍ତ ପାଣ୍ଡେ ଏବେ କେନ୍ଦ୍ର ସରକାରଙ୍କ ଅର୍ଥ ମନ୍ତ୍ରଣାଳୟରେ ନିବେଶ ଓ ଲୋକସମ୍ପତ୍ତି ପରିଚାଳନା ବିଭାଗର ସଚିବ ଅଛନ୍ତି। ପୂର୍ବରୁ ସେ ରାଜ୍ୟରେ ଅର୍ଥ ସଚିବ ଭାବେ କାମ କରିଛନ୍ତି। ସେହିଭଳି ରାଜେଶ ବର୍ମା ଏବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସଚିବ ଅଛନ୍ତି। ପୂର୍ବରୁ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରମୁଖ ସଚିବ ଭାବେ କାମ କରିଛନ୍ତି।

ରିପୋର୍ଟ-ଭୁବନେଶ୍ୱରରୁ ଲକ୍ଷ୍ମୀନାରାୟଣ କାନୁନ୍‌ଗୋ

Odisha Odisha Chief Secretary