‘ଲଗାଣ ବର୍ଷା ହୋଇଥିଲେ ମଧ୍ୟ ବନ୍ୟା ପରି ସ୍ଥିତି ହୋଇନାହିଁ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗତ ଦୁଇ ଦିନ ଧରି ଲଗାଣ ବର୍ଷା ହୋଇଥିଲେ ମଧ୍ୟ ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇନାହିଁ। ଏହା କହିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା। ତେବେ କେନ୍ଦ୍ରାପଡା, ଯାଜପୁର ଓ ଭଦ୍ରକ ଜିଲ୍ଲାରେ ଅଧିକ ବର୍ଷା ହୋଇଥିବାରୁ ସେଠାକାର ଜିଲ୍ଲାପାଳଙ୍କୁ ଅଧିକ ଆଲର୍ଟ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ବିଶେଷ କରି ଭଦ୍ରକ ଓ ଯାଜପୁର ଜିଲ୍ଲାର ତଳିଆ ଅଞ୍ଚଲରେ ବନ୍ୟା ଆଶଙ୍କା ରହିଛି। ତେବେ ସ୍ଥିତିକୁ ଦେଖି ଭଦ୍ରକ […]

pradeep-jena

pradeep-jena

Manoranjan Sial
  • Published: Wednesday, 26 August 2020
  • Updated: 26 August 2020, 04:27 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗତ ଦୁଇ ଦିନ ଧରି ଲଗାଣ ବର୍ଷା ହୋଇଥିଲେ ମଧ୍ୟ ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇନାହିଁ। ଏହା କହିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା। ତେବେ କେନ୍ଦ୍ରାପଡା, ଯାଜପୁର ଓ ଭଦ୍ରକ ଜିଲ୍ଲାରେ ଅଧିକ ବର୍ଷା ହୋଇଥିବାରୁ ସେଠାକାର ଜିଲ୍ଲାପାଳଙ୍କୁ ଅଧିକ ଆଲର୍ଟ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ବିଶେଷ କରି ଭଦ୍ରକ ଓ ଯାଜପୁର ଜିଲ୍ଲାର ତଳିଆ ଅଞ୍ଚଲରେ ବନ୍ୟା ଆଶଙ୍କା ରହିଛି। ତେବେ ସ୍ଥିତିକୁ ଦେଖି ଭଦ୍ରକ ଓ ଯାଜପୁରକୁ ଗୋଟିଏ ଲେଖାଏଁ NDRF ଓ ଓଡ୍ରାଫ୍‌ ଟିମ୍‌ ପଠାଯାଇଛି ବୋଲି ସୂଚନା ଦେଇଛନ୍ତି ଏସ୍‌ଆର୍‌ସି।

ସେପଟେ ବୈତରଣୀରେ ମଧ୍ୟମ ଧରଣର ବନ୍ୟା ଆସିବା ପାରେ ଆଖୁଆପଦାଠାରେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ଜଳସ୍ତର। ଯାଜପୁର, ଭଦ୍ରକ ଓ କେନ୍ଦ୍ରାପଡାରେ ବନ୍ୟା ଆଶଙ୍କା ରହିଛି ବୋଲି କହିଛନ୍ତି ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ।

ତାଙ୍କ ସୂଚନା ଅନୁଯାୟୀ, ବ୍ରାହ୍ମଣୀ ଓ ମହାନଦୀରେ ବଢିପାଣି ଆସିବା ପରେ ମଧ୍ୟ ବନ୍ୟା ଆଶଙ୍କାନାହିଁ। ଉପର ମୁଣ୍ଡରେ ବର୍ଷା ପରେ ବିଭିନ୍ନ ନଦୀର ଜଳସ୍ତର ବଢୁଛି। ଉପକୂଳ ଓଡ଼ିଶାରେ ହାରାହାରି ୧୫୦ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଏଥିଯୋଗୁଁ ଦୁଇ ଦିନ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶାର ତଳିଆ ଅଂଚଳରେ ପାଣି ଜମି ରହିବ। ଅମାବାସ୍ୟା କିମ୍ବା ପୂର୍ଣ୍ଣିମା ନଥିବାରୁ ସମୁଦ୍ରକୁ ଜଳ ନିଷ୍କାସନ ହୋଇଯିବ ବୋଲି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି।

ଏପଟେ ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି କହିଛନ୍ତି, ପରିସ୍ଥିତିର ଅନୁଧ୍ୟାନ ପାଇଁ ଜିଲ୍ଲାପାଳମାନଙ୍କୁ ଆଲର୍ଟ ରହିବାକୁ କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story