puja
ପାରଳାଖେମୁଣ୍ଡି (ଆଦର୍ଶ ଦାସ): ଗଜପତି ଜିଲ୍ଲାରେ ସର୍ବସାଧାରଣ ସ୍ଥାନରେ ଗଣେଶ ପୂଜା ବନ୍ଦ କରିବାକୁ ଜିଲ୍ଲାପାଳ ଅନୁପମ ଶାହା ନିର୍ଦ୍ଦେଶ ଦେଇଛନ୍ତି। ପୂଜା ପାଇଁ କୌଣସି ସ୍ଥାନରେ ପେଣ୍ଡାଲ ଓ ଟେଣ୍ଟ ଲାଗି ପାରିବନି। ଏପରିକି ପୂଜାରେ ସମୂହ ଏକାଠି ନହେବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନାଯୋଗ୍ୟ, କରୋନା ଯୋଗୁ ଚଳିତବର୍ଷ ତାଳଚେରରେ ମଧ୍ୟ ଗଣେଶ ପୂଜା ହେବ ନାହିଁ। କୌଣସି ସର୍ବସାଧାରଣ ସ୍ଥାନ, ମଣ୍ଡପ ଏବଂ ସରକାରୀ କିମ୍ବା ବେସରକାରୀ ଶିକ୍ଷାନୁଷ୍ଠାନରେ ଗଣେଶ ପୂଜା ହେବ ନାହିଁ ବୋଲି ଏକ ପ୍ରଶାସନିକ ବୈଠକରେ ନିଷ୍ପତ୍ତି ହୋଇଛି। ଏହି ନିଷ୍ପତ୍ତିକୁ ଅବମାନନା କଲେ କୋଭିଡ୍ ନିୟମ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ତାଳଚେର ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ ଭବାନୀ ଶଙ୍କର ଉଦ୍ଗାତା କହିଛନ୍ତି।
ସେହିଭଳି କଟକ ଓ ଭୁବନେଶ୍ୱରରେ ମଧ୍ୟ ସର୍ବସାଧାରଣ ସ୍ଥାନରେ ଗଣେଶ ପୂଜା ହେବ ନାହିଁ ବୋଲି ନିର୍ଦ୍ଦେଶ ଦିଆଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2020/08/puja-99999999.jpg)