/odisha-reporter/media/post_attachments/uploads/2020/06/ajaya-parida.jpg)
ajaya-parida
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟକୁ ପୁଣି ଫେରିଲା ଆଣ୍ଟିବଡି ଟେଷ୍ଟ। ଆସନ୍ତା ସପ୍ତାହରେ ଓଡ଼ିଶାରେ ପହଞ୍ଚିବ ଆଣ୍ଟିବଡି ଟେଷ୍ଟକିଟ୍। ICMR ଦ୍ୱାରା ଅନୁମୋଦିତ କିଟ୍ ଓଡ଼ିଶା ଆସି RMRCରେ ପହଞ୍ଚିବ। ବର୍ତ୍ତମାନ ଚାଲିଥିବା ଘରକୁ ଘର ହେଉଥିବା ସର୍ଭେରେ ଏହାକୁ ବ୍ୟବହାର କରାଯିବ। ତେବେ ଆସନ୍ତାକାଲି ଓଡ଼ିଶାରେ ଟେଷ୍ଟିଂ କେମିତି ହେବ ସେ ନେଇ ଏକ ଯୋଜନା ପ୍ରସ୍ତୁତ କରାଯିବ। ଓଡ଼ିଶାରେ ବର୍ତ୍ତମାନ ଗୋଷ୍ଠୀ ସଂକ୍ରମଣ ହୋଇନାହିଁ ବୋଲି ILS ନିର୍ଦ୍ଦେଶକ କହିଛନ୍ତି।
Advertisment
ଏବେ ଯେଉଁ ସଂକ୍ରମିତ ଚିହ୍ନଟ ହେଉଛନ୍ତି ସେମାନେ ସଂଗରୋଧ ଓ କୋଭିଡ୍ ଯୋଦ୍ଧା। ତେଣୁ ଓଡ଼ିଶାରେ ଦୃତ ଗତିରେ ବଢ଼ିବା ପରିସ୍ଥିତି ନାହିଁ। ତେବେ ଆମକୁ ସବୁଦିନ ପାଇଁ ସଚେତନ ହେବାକୁ ପଡ଼ିବ କହିଛନ୍ତି ILS ନିର୍ଦ୍ଦେଶକ ଅଜୟ ପରିଡ଼ା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
