Advertisment

ଲିଙ୍ଗରାଜ ମହାପ୍ରଭୁଙ୍କ ହାଣ୍ଡିଭଙ୍ଗା ଯାତ୍ରା ବନ୍ଦ

ପାଳିଆ ମଲିଆ ସେବାୟତମାନେ ନ ଆସିବାରୁ କପିଳେଶ୍ଵର ମନ୍ଦିରରେ ନୀତିକାନ୍ତି ହୋଇପାରିଲା ନାହିଁ। ଯେଉଁଥିପାଇଁ ବନ୍ଦ ରହିଛି ହାଣ୍ଡିଭଙ୍ଗା ଯାତ୍ରା।

author-image
Manoranjan Sial
Lingaraj temple

Lingaraj temple

ଚଳିତବର୍ଷ ହେବନି ପ୍ରଭୁ ଲିଙ୍ଗରାଜଙ୍କ ହାଣ୍ଡିଭଙ୍ଗା ଯାତ୍ରା। ଆଜି ମହାପ୍ରଭୁ କପିଳେଶ୍ୱରଙ୍କ ନୀତିକାନ୍ତି ବନ୍ଦ ଯୋଗୁ ନବମ ବର୍ଷ ପାଇଁ ବନ୍ଦ ରହିଲା ହାଣ୍ଡିଭଙ୍ଗା ଯାତ୍ରା। ପାଳିଆ ମଲିଆ ସେବାୟତମାନେ ନ ଆସିବାରୁ କପିଳେଶ୍ଵର ମନ୍ଦିରରେ ନୀତିକାନ୍ତି ହୋଇପାରିଲା ନାହିଁ। ଯେଉଁଥିପାଇଁ ବନ୍ଦ ରହିଛି ହାଣ୍ଡିଭଙ୍ଗା ଯାତ୍ରା।

Advertisment

ନୀତିକାନ୍ତି ନହେବାରୁ ଆଜି କପିଳେଶ୍ୱର ମନ୍ଦିର ଟ୍ରଷ୍ଟ ବୋର୍ଡ ବୈଠକ ବସିଥିଲା। ସର୍କିଟ୍‌ ହାଉସ୍‌ରେ ବସିଥିବା ବୈଠକରେ ଖୋର୍ଦ୍ଧା ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀ ଅଧ୍ୟକ୍ଷତା କରିଥିଲେ। ଏଥିରେ ଯୋଗଦେବା ପାଇଁ ଖୁଣ୍ଟିଆ ସେବାୟତ ଆସିଥିଲେ। କିନ୍ତୁ ମଲିଆ ସେବାୟତ ଯୋଗଦେଲେ ନାହିଁ। ଶେଷରେ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ମାଲିଆ ସେବାୟତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବା ନେଇ ନିଷ୍ପତ୍ତି ହୋଇଛି।

ବୈଠକରେ ଉପଜିଲ୍ଲାପାଳ ସତ୍ୟବ୍ରତ ସାହୁ ଓ ଟ୍ରଷ୍ଟ ବୋର୍ଡର ଅଧ୍ୟକ୍ଷ ତଥା କର୍ମକର୍ତ୍ତାଙ୍କ ସହ ଖୁଣ୍ଟିଆ ସେବାୟତ ଯୋଗଦେଇଥିଲେ।

Advertisment
Bhubaneswar