ଓଡ଼ିଶାରେ ପ୍ରଭାବହୀନ ବାତ୍ୟା ଅସାନି, ବର୍ଷା କି ପବନର ଭୟ ନାହିଁ: ଏସଆରସି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ଅସାନି’ ଆଉ ମାତ୍ର ଦେଢ଼ରୁ ଦୁଇ ଘଣ୍ଟା ମଧ୍ୟରେ ଆନ୍ଧ୍ରପ୍ରଦେଶର କାକିନାଡ଼ା ଓ ମଛଲିପଟ୍ଟନମ ନିକଟରେ ଉପକୂଳ ଛୁଇଁବା ପରେ ଡାହାଣକୁ ଗତିପଥ ପରିବର୍ତ୍ତନ କରି ଉତ୍ତର ଓ ଉତ୍ତରପୂର୍ବ ଦିଗରେ ସମୁଦ୍ର କୂଳ ଦେଇ ପୁଣିଥରେ ସମୁଦ୍ର ଭିତରକୁ ଚାଲିଯିବ । ଏହା ଆସନ୍ତାକାଲି ସୁଦ୍ଧା ଅବପାତରେ ପରିଣତ ହେବ । ତେବେ ଏହି ବାତ୍ୟା ଯୋଗୁ ଓଡ଼ିଶା ପ୍ରତି ସେଭଳି କୌଣସି ବିପଦ ଆଶଙ୍କା କରାଯାଉନି […]

Pradeep Jena

Pradeep Jena

Ordigital Desk
  • Published: Wednesday, 11 May 2022
  • Updated: 11 May 2022, 07:35 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ଅସାନି’ ଆଉ ମାତ୍ର ଦେଢ଼ରୁ ଦୁଇ ଘଣ୍ଟା ମଧ୍ୟରେ ଆନ୍ଧ୍ରପ୍ରଦେଶର କାକିନାଡ଼ା ଓ ମଛଲିପଟ୍ଟନମ ନିକଟରେ ଉପକୂଳ ଛୁଇଁବା ପରେ ଡାହାଣକୁ ଗତିପଥ ପରିବର୍ତ୍ତନ କରି ଉତ୍ତର ଓ ଉତ୍ତରପୂର୍ବ ଦିଗରେ ସମୁଦ୍ର କୂଳ ଦେଇ ପୁଣିଥରେ ସମୁଦ୍ର ଭିତରକୁ ଚାଲିଯିବ । ଏହା ଆସନ୍ତାକାଲି ସୁଦ୍ଧା ଅବପାତରେ ପରିଣତ ହେବ । ତେବେ ଏହି ବାତ୍ୟା ଯୋଗୁ ଓଡ଼ିଶା ପ୍ରତି ସେଭଳି କୌଣସି ବିପଦ ଆଶଙ୍କା କରାଯାଉନି । ବିଶେଷ ବର୍ଷା କିମ୍ବା ପବନ ହେବ ନାହିଁ ବୋଲି ପାଣିପାଗ ବିଭାଗର ତଥ୍ୟରୁ ଜଣାପଡ଼ୁଛି । ତେଣୁ ଯଦି ବି କେଉଁଠି କିଛି ସ୍ଥାନୀୟସ୍ତରରେ ସମସ୍ୟା ଦେଖାଦିଏ, ତା’ହେଲେ ଜିଲ୍ଲାପାଳମାନେ ସେମାନଙ୍କ ଜିଲ୍ଲାରେ ମୁତୟନ ଓଡ୍ରାଫ ଓ ଅଗ୍ନିଶମ ବାହିନୀ ଟିମ୍ ସହାୟତାରେ ପରିସ୍ଥିତିର ମୁକାବିଲା କରିପାରିବେ । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବାତ୍ୟା ଅସାନିକୁ ନେଇ ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର (ଏସ୍‌ଆର୍‌ସି) ପ୍ରଦୀପ କୁମାର ଜେନା ଏହି ଆଶ୍ୱସ୍ତି ବାଣୀ ଦେଇଛନ୍ତି ।

ଆଜି ସନ୍ଧ୍ୟାରେ ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ଜେନା କହିଛନ୍ତି ଯେ, ଏହି ବାତ୍ୟା କାକିନାଡ଼ା ଓ ମଛଲିପଟ୍ଟନମ ନିକଟରେ ଆଉ ମାତ୍ର ଦେଢ଼ ବା ଦୁଇ ଘଣ୍ଟା ମଧ୍ୟରେ ଉପକୂଳ ଛୁଇଁବା ପରେ ପୁଣିଥରେ ଗତିପଥ ବଦଳାଇ ଉତ୍ତର ଉତ୍ତପଶ୍ଚିମ ଦିଗରେ ମଧ୍ୟରାତ୍ରି ସୁଦ୍ଧା ସମୁଦ୍ରକୁ ଭିତରକୁ ଚାଲିଯିବ । ତେବେ ଉପକୂଳ ଛୁଇଁବାବେଳେ ଏହା ଦୁର୍ବଳ ହୋଇ ସାମୁଦ୍ରିକ ଝଡ଼ର ରୂପ ନେଇସାରିଥିବ ଓ ଅଧିକ ଦୁର୍ବଳ ହୋଇ ସମୁଦ୍ର ଭିତରକୁ ଯିବାବେଳେ ଡିପ୍ ଡିପ୍ରେସନରେ ପରିଣତ ହୋଇସାରିଥିବ । ଆସନ୍ତାକାଲି ସକାଳ ସୁଦ୍ଧା ଏହା ଡିପ୍ରେସନ(ଅବପାତ)ରେ ପରିଣତ ହେବ । ଏହି ବାତ୍ୟାର ପ୍ରଭାବ ଓଡ଼ିଶା ଉପରେ ସେଭଳି କିଛି ପରିଲକ୍ଷିତ ହେବ ନାହିଁ । ଓଡ଼ିଶାରେ ଏହା ପ୍ରଭାବ ପକାଇବାର ଆଶଙ୍କା କମ୍ । ଭାରତୀୟ ପାଣିପାଗ ବିଭାଗର ବର୍ତ୍ତମାନର ଆକଳନ ଅନୁସାରେ ଏହି ବାତ୍ୟା ଯୋଗୁ ଓଡ଼ିଶା ପ୍ରତି ବିଶେଷ ବିପଦ ନାହିଁ । ବର୍ଷା କିମ୍ବା ପବନ ବେଶୀ ହେବାର ମଧ୍ୟ ସମ୍ଭାବନା ନାହିଁ ।

ଏସ୍‌ଆର୍‌ସି କହିଛନ୍ତି, ଆଜି ରାଜ୍ୟର କିଛି ଜିଲ୍ଲାରେ ବର୍ଷା ହୋଇଛି । କିନ୍ତୁ ଏହାର ପରିମାଣ ସେତେ ବେଶୀ ନାହିଁ । ଗତ ୨୪ଘଣ୍ଟା ମଧ୍ୟରେ ରାଜ୍ୟର ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୨୮.୬ମିମି ବର୍ଷା ରେକର୍ଡ କରାଯାଇଥିବାବେଳେ ଗଜପତି ଜିଲ୍ଲାରେ ୨୩.୯ ମିମି, ନୟାଗଡ଼ ଜିଳ୍ଲାରେ ୧୯.୩ ମିମି, ଗଞ୍ଜାମ ଜିଲ୍ଲାରେ ୧୯.୧ ମିମି ଓ ଢେଙ୍କାନାଳ ଜିଲ୍ଲାରେ ୧୮.୫ମିମି ବର୍ଷା ରେକର୍ଡ କରାଯାଇଛି । କେନ୍ଦୁଝର ଜିଲ୍ଲାର ଘସିପୁରା ବ୍ଲକରେ ସର୍ବାଧିକ ୭୨ମିମି ଓ ଖୋର୍ଦ୍ଧା ବ୍ଲକରେ ୭୦ ମିମି ବର୍ଷା ହୋଇଥିବାବେଳେ ୪୨ଟି ବ୍ଲକରେ ୨୦ରୁ ୫୦ମିମି ବର୍ଷା ହୋଇଛି ।

ଏହି ବାତ୍ୟା ଆଜି ଆସନ୍ତାକାଲି ସକାଳ ସୁଦ୍ଧା ଅବପାତରେ ପରିଣତ ହେବାର ଥିବାରୁ ଏହାର ପ୍ରଭାବରେ ୪୦ରୁ ୫୦କିମି ବେଗରେ ପବନ ସହ ଦକ୍ଷିଣ ଓଡ଼ିଶାର ଗଞ୍ଜାମ, ଗଜପତି, ରାୟଗଡ଼ା, ନବରଙ୍ଗପୁର, କୋରାପୁଟ, ମାଲକାନଗିରି ସମେତ ଉତ୍ତରଓଡ଼ିଶାର ବାଲେଶ୍ୱର, ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାରେ ୭ରୁ ୧୧ ସେଣ୍ଟିମିଟର ଭିତରେ ବର୍ଷା ହେବାର ସମ୍ଭାବନା ଅଛି । ଏହି ବର୍ଷା ଯୋଗୁ ବିଶେଷ କିଛି କ୍ଷତି ହେବାର ସମ୍ଭାବନା ନାହିଁ ।

ଯଦି କିଛି କେଉଁଠି ସ୍ଥାନୀୟସ୍ତରରେ ସମସ୍ୟା ଦେଖାଯାଏ, ତା’ହେଲେ ଏସବୁ ଜିଲ୍ଲାରେ ଓଡ୍ରାଫ ଓ ଅଗ୍ନିଶମ ବାହିନୀକୁ ରାଜ୍ୟ ସରକାର ମୁତୟନ କରିଛନ୍ତି । ଜିଲ୍ଲାପାଳମାନେ ଏହି ଓଡ୍ରାଫ ଓ ଅଗ୍ନିଶମ ବାହିନୀ ଟିମ୍ ସହାୟତାରେ ବର୍ଷା ଓ ପବନ ସମସ୍ୟାକୁ ମୁକାବିଲା କରିପାରିବେ ବୋଲି ଶ୍ରୀ ଜେନା କହିଛନ୍ତି । ତେବେ ସମୁଦ୍ର ଭିତରକୁ ମତ୍ସ୍ୟଜୀବୀଙ୍କ ଯିବା ଉପରେ କଟକଣା ଜାରି ରହିଥିବା ରାଜ୍ୟ ସରକାର ସ୍ପଷ୍ଟ କରିଛନ୍ତି । ସ୍ଥିତିରେ ସୁଧାର ଆସିବା ପରେ ଓ ସମୁଦ୍ର ଶାନ୍ତ ହେବାପରେ ଏଥିପାଇଁ ଅନୁମତି ଦିଆଯିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story