Advertisment

JEE ମେନ୍ ଓ NEET ପରୀକ୍ଷା ପାଇଁ ଲକ୍‌ଡାଉନ୍, ଶଟ୍‌ଡାଉନ୍ ମନା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ JEE ମେନ୍ ଏବଂ NEET ପରୀକ୍ଷା ଅନୁଷ୍ଠିତ ହେବାକୁ ଥିବା ସହରରେ ଲକ୍‌ଡାଉନ୍‌ କିମ୍ବା ଶଟ୍‌ଡାଉନ୍‌ ଲାଗୁ କରାଯିବ ନାହିଁ। ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସଆରସି) ପ୍ରଦୀପ ଜେନା ଏହି ସୂଚନା ଦେଇଛନ୍ତି। ଏସ୍‌ଆର୍‌ସିଙ୍କ ସୂଚନା ଅନୁଯାୟୀ, ପରୀକ୍ଷା କେନ୍ଦ୍ର ହୋଇଥିବା ସହର ଗୁଡ଼ିକରେ କାଲିଠୁ ୭ ତାରିଖ ଯାଏ ଲାଗୁ ଲକ୍‌ଡାଉନ୍ ବା ଶଟ୍‌ଡାଉନ୍ ଲାଗୁ ହେବନି। ସେହିପରି ସେପ୍ଟେମ୍ବର ୧୨ରୁ ୧୪ ଯାଏଁ ମଧ୍ୟ ଲାଗୁ ହେବନି ଏହି କଟକଣା। […]

ଅଦ୍ୟତନ ହୋଇଛି
JEE ମେନ୍ ଓ NEET ପରୀକ୍ଷା ପାଇଁ ଲକ୍‌ଡାଉନ୍, ଶଟ୍‌ଡାଉନ୍ ମନା

src,,

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ JEE ମେନ୍ ଏବଂ NEET ପରୀକ୍ଷା ଅନୁଷ୍ଠିତ ହେବାକୁ ଥିବା ସହରରେ ଲକ୍‌ଡାଉନ୍‌ କିମ୍ବା ଶଟ୍‌ଡାଉନ୍‌ ଲାଗୁ କରାଯିବ ନାହିଁ। ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସଆରସି) ପ୍ରଦୀପ ଜେନା ଏହି ସୂଚନା ଦେଇଛନ୍ତି।

Advertisment

ଏସ୍‌ଆର୍‌ସିଙ୍କ ସୂଚନା ଅନୁଯାୟୀ, ପରୀକ୍ଷା କେନ୍ଦ୍ର ହୋଇଥିବା ସହର ଗୁଡ଼ିକରେ କାଲିଠୁ ୭ ତାରିଖ ଯାଏ ଲାଗୁ ଲକ୍‌ଡାଉନ୍ ବା ଶଟ୍‌ଡାଉନ୍ ଲାଗୁ ହେବନି। ସେହିପରି ସେପ୍ଟେମ୍ବର ୧୨ରୁ ୧୪ ଯାଏଁ ମଧ୍ୟ ଲାଗୁ ହେବନି ଏହି କଟକଣା।

ଏହାସହ ଯେଉଁ ପିଲାଙ୍କୁ ଯିବା ଆସିବା ଏବଂ ରହିବା ବ୍ୟବସ୍ଥା ଦରକାର ପଡ଼ିବ, ରାଜ୍ୟ ସରକାର ଯୋଗାଇଦେବେ ବୋଲି ଏସ୍‌ଆର୍‌ସି କହିଛନ୍ତି।  ବିଭିନ୍ନ ଇଂଜିନିୟରିଂ କଲେଜ ହଷ୍ଟେଲ ଗୁଡ଼ିକରେ ନିଃଶୁଳ୍କରେ ପରୀକ୍ଷାର୍ଥୀ ରହିପାରିବେ। ନୋଡାଲ୍‌ ଆଇଟିଆଇ କେନ୍ଦ୍ର ଅଧ୍ୟକ୍ଷଙ୍କୁ ଏନେଇ ସୂଚନା ଦେବାକୁ ପରାମର୍ଶ ଦିଆଯାଇଛି। ପରୀକ୍ଷାର୍ଥୀମାନେ ନୋଡାଲ ସେଣ୍ଟରରେ ନିଜ ସଂପର୍କରେ ତଥ୍ୟ ଦେଲେ, ସେମାନଙ୍କ ସଂଖ୍ୟା ଦେଖି ବସ୍ ବ୍ୟବସ୍ଥା ମଧ୍ୟ କରାଯିବ।

Advertisment

ସୂଚନାଯୋଗ୍ୟ, ରାଜ୍ୟର ୭ଟି ସହରରେ ୨୬ଟି ପରୀକ୍ଷା କେନ୍ଦ୍ର କରାଯାଇଛି।

News In Odia
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe