Advertisment

‘ରାଜ୍ୟରେ ଶଟଡାଉନ୍ ଲାଗୁ କରିବା ପରିସ୍ଥିତି ଆସିନି’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଦୈନିକ ନୂଆ କୋଭିଡ୍ ସଂକ୍ରମିତଙ୍କ ସଂଖ୍ୟା ୧୧ହଜାର ଅତିକ୍ରମ କରିବା ସହ ଗୋଟିଏ ଦିନରେ ୧୪୭ଜଣ ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇଥିଲେ ମଧ୍ୟ ଓଡ଼ିଶାରେ ଏବେ ଶଟଡାଉନ୍ ଲାଗୁ କରାଯିବା ପରିସ୍ଥିତି ଆସିନି ବୋଲି ରାଜ୍ୟ ସରକାର ସ୍ପଷ୍ଟ କରିଛନ୍ତି। ରାଜ୍ୟ ମୁଖ୍ୟ ସଚିବ ସୁରେଶ କୁମାର ମହାପାତ୍ର ଆଜି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ସାଧାରଣ ଲୋକଙ୍କ ଜୀବିକାକୁ ପ୍ରଭାବିତ କରିବ ନାହିଁ। ତୃତୀୟ ଲହରୀରେ […]

ଅଦ୍ୟତନ ହୋଇଛି
‘ରାଜ୍ୟରେ ଶଟଡାଉନ୍ ଲାଗୁ କରିବା ପରିସ୍ଥିତି ଆସିନି’

CS

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଦୈନିକ ନୂଆ କୋଭିଡ୍ ସଂକ୍ରମିତଙ୍କ ସଂଖ୍ୟା ୧୧ହଜାର ଅତିକ୍ରମ କରିବା ସହ ଗୋଟିଏ ଦିନରେ ୧୪୭ଜଣ ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇଥିଲେ ମଧ୍ୟ ଓଡ଼ିଶାରେ ଏବେ ଶଟଡାଉନ୍ ଲାଗୁ କରାଯିବା ପରିସ୍ଥିତି ଆସିନି ବୋଲି ରାଜ୍ୟ ସରକାର ସ୍ପଷ୍ଟ କରିଛନ୍ତି।

Advertisment

ରାଜ୍ୟ ମୁଖ୍ୟ ସଚିବ ସୁରେଶ କୁମାର ମହାପାତ୍ର ଆଜି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ସାଧାରଣ ଲୋକଙ୍କ ଜୀବିକାକୁ ପ୍ରଭାବିତ କରିବ ନାହିଁ। ତୃତୀୟ ଲହରୀରେ ଲୋକଙ୍କ ଜୀବିକାକୁ ସୁରକ୍ଷିତ ରଖିବାକୁ ପ୍ରୟାସ କରାଯାଉଛି। ତେଣୁ ସାଧାରଣ ଲକଡାଉନ୍ କିମ୍ବା ଶଟଡାଉନ୍ ଲାଗୁ କରାଯିବ ନାହିଁ। ଲୋକଙ୍କୁ ଘରୁ ବାହାରିବାବେଳେ ମାସ୍କ ପିନ୍ଧିବା, ସାମାଜିକ ଦୂରତ୍ୱ ମାନିବାକୁ ସେ ପରାମର୍ଶ ଦେବା ସହ କୋଭିଡ୍ ପରିସ୍ଥିତି ଦୃଷ୍ଟିରୁ ଆଗାମୀ କିଛିଦିନ ଓଡ଼ିଶା ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି । ଦ୍ୱିତୀୟ ଲହରୀରେ ୧୦ ପ୍ରତିଶତ କୋଭିଡ୍ ରୋଗୀ ହସ୍ପିଟାଲରେ ଭର୍ତ୍ତି ହୋଇଥିବାବେଳେ ଏବେ ମାତ୍ର ୨ ପ୍ରତିଶତ ରୋଗୀ ହସ୍ପିଟାଲ ଯାଉଛନ୍ତି । ସମସ୍ତଙ୍କର ସହଯୋଗ ଯୋଗୁ ମହାମାରୀ ପରିସ୍ଥିତିକୁ ମୁକାବିଲା କରିବାରେ ଏପର୍ଯ୍ୟନ୍ତ ଓଡ଼ିଶା ସକ୍ଷମ ହୋଇଛି । ବୟସ୍କ ଲୋକ, ଗର୍ଭବତୀ ଓ ଛୋଟ ପିଲାମାନେ ଯେଭଳି ସଂକ୍ରମିତ ନହେବେ ସେଥିପ୍ରତି ସମସ୍ତେ ଯତ୍ନବାନ ହେବା ଉଚିତ୍ । ଯଦି କୌଣସି ଲକ୍ଷଣ ଦେଖାଯାଉଛି ତୁରନ୍ତ କୋଭିଡ୍ ପରୀକ୍ଷା କରାଇବାକୁ ସେ ପରାମର୍ଶ ଦେଇଛନ୍ତି । ଔଷଧ ମାଗଣାରେ ଯୋଗାଇ ଦିଆଯାଉଛି ଓ ଡାକ୍ତରଙ୍କ ପରାମର୍ଶରେ ଏହା ସେବନ କରିବାକୁ ସେ କହିଛନ୍ତି । ରାଜ୍ୟରେ ଏବେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୧୦ରୁ ୧୧ହଜାର ମଧ୍ୟରେ ରହୁଥିଲେ ମଧ୍ୟ ଲୋକେ ଭୟଭୀତ ନହୋଇ କୋଭିଡ୍ ଗାଇଡଲାଇନକୁ କଡ଼ାକଡ଼ି ପାଳନ କରିବାକୁ ସେ ପରାମର୍ଶ ଦେଇଛନ୍ତି ।

ସେହିପରି ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ କୁମାର ମହାପାତ୍ର କହିଛନ୍ତି ଯେ, ଏବେ ଗତ କିଛିଦିନ ଧରି ରାଜ୍ୟରେ ଦୈନିକ କୋଭିଡ୍ ସଂକ୍ରମିତଙ୍କ ସଂଖ୍ୟା ୧୧ହଜାର ଉପରେ ରହୁଛି । ସଂକ୍ରମଣ ହାର ଅଧିକ ରହିଥିବାରୁ କରୋନା ଭାଇରସର ଆର-ଭ୍ୟାଲୁ ମଧ୍ୟ ବୃଦ୍ଧି ପାଇଛି । ସଂକ୍ରମଣ ଚିନ୍ତାଜନକ ଭାବେ ବ୍ୟାପୁଥିଲେ ମଧ୍ୟ ଏବେ ରାଜ୍ୟରେ ଲକଡାଉନ୍ କିମ୍ବା ଶଟଡାଉନ୍ ଲାଗୁ କରିବାର ଆବଶ୍ୟକତା ପଡ଼ିନି । ଗୋଟିଏ ଲେଖାଏଁ ଅଂଚଳରେ ଏହି ଭାଇରସ୍ କିଭଳି ଦ୍ରୁତ ଗତିରେ ବ୍ୟାପୁଛି ତାହା ଆର-ଭ୍ୟାଲୁରୁ ଜଣାପଡ଼ୁଛି । ଯଦି କିଛି ଲକ୍ଷଣ ଦେଖାଦେଉଛି, ତା’ହେଲେ କୋଭିଡ୍ ପରୀକ୍ଷା କରାଇ ନେବା ଉଚିତ୍‌। ଲୋକେ ବର୍ତ୍ତମାନର ପରିସ୍ଥିତି ପାଇଁ ଭୟଭୀତ ହେବା ଅନୁଚିତ୍ । ରାଜ୍ୟ ସରକାର ଅଧିକ ସଂଖ୍ୟକ କୋଭିଡ୍ ପରୀକ୍ଷା କେନ୍ଦ୍ର ଓ ଦୈନିକ କୋଭିଡ୍ ପରୀକ୍ଷା ପରିମାଣ ବଢ଼ାଇବାକୁ ଯୋଜନା କରୁଛନ୍ତି । କେନ୍ଦ୍ର ସରକାରଙ୍କ ପରାମର୍ଶରେ ରାଜ୍ୟ ସରକାର ପଦକ୍ଷେପ ନେଉଛନ୍ତି ।

Advertisment

ସୂଚନାଯୋଗ୍ୟ, ବୁଧବାର ରାଜ୍ୟରେ ୧୧୬୦୭ଜଣ କୋଭିଡ୍ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ସେଥିରେ ୦ରୁ ୧୮ବର୍ଷ ବୟସର ୯୯୧ଜଣ ଅଛନ୍ତି । ସେହିପରି ରାଜ୍ୟରେ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ୩୪୭ରେ ପହଂଚିଛି । ଆଜି ଗୋଟିଏ ଦିଗରେ ମୋଟ ୧୪୭ଜଣ ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଜାନୁୟାରୀ ୧୨ତାରିଖରେ ୬୭ଜଣ, ୧୫ରେ ୩୨ଜଣ ଓମିକ୍ରନ ସଂକ୍ରମିତ ଥିବାବେଳେ ଆଜି ୧୪୭ଜଣ ଚିହ୍ନଟ ହୋଇଛନ୍ତି । ଡିସେମ୍ବର ୨୧ତାରିଖରେ ଓଡ଼ିଶାରେ ପ୍ରଥମ ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇଥିଲେ ।

Corona Cases In Odisha COVID Guideline
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe