Advertisment

ଏନ୍ଏମ୍‌ଏ ଏନ୍ଓସି ବିନା ଚାଲିଛି ପରିକ୍ରମା ପ୍ରକଳ୍ପ କାମ, ଆରଟିଆଇ ତଥ୍ୟରୁ ସ୍ପଷ୍ଟ

ବଲାଙ୍ଗିର(ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିର ମେଘନାଦ ପାଚେରି ବାହାର ୧୦୦ ମିଟର ପରିଧି ମଧ୍ୟରେ କୌଣସି ପ୍ରକାର ନିର୍ମାଣ ନିମନ୍ତେ ଏନଏମ୍ଏ (ନ୍ୟାସନାଲ ମୋନୁମେଣ୍ଟ ଅଥରିଟି) ଅନୁମତି ଦେଇନି। ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟରୁ ଏହା ସ୍ପଷ୍ଟ ହୋଇଛି। ଯାହା ପରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଅନ୍ତର୍ଗତ ଚାଲିଥିବା ନିର୍ମାଣ କାମ ବେଆଇନ ବୋଲି ପୁଣି ଅଙ୍ଗୁଳି ଉଠିଛି। ବିନା ଏନ୍ଓସିରେ ପ୍ରଶାସନ କିପରି ଶ୍ରୀମନ୍ଦିର ଚୌହଦିରେ ଟଏଲେଟ, ବିଶ୍ରାମାଗାର ପ୍ରଭୃତି ନିର୍ମାଣ କରୁଛି ତାହାକୁ […]

ଅଦ୍ୟତନ ହୋଇଛି
ଏନ୍ଏମ୍‌ଏ ଏନ୍ଓସି ବିନା ଚାଲିଛି ପରିକ୍ରମା ପ୍ରକଳ୍ପ କାମ, ଆରଟିଆଇ ତଥ୍ୟରୁ ସ୍ପଷ୍ଟ

parikrama-project

Advertisment

ବଲାଙ୍ଗିର(ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିର ମେଘନାଦ ପାଚେରି ବାହାର ୧୦୦ ମିଟର ପରିଧି ମଧ୍ୟରେ କୌଣସି ପ୍ରକାର ନିର୍ମାଣ ନିମନ୍ତେ ଏନଏମ୍ଏ (ନ୍ୟାସନାଲ ମୋନୁମେଣ୍ଟ ଅଥରିଟି) ଅନୁମତି ଦେଇନି। ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟରୁ ଏହା ସ୍ପଷ୍ଟ ହୋଇଛି। ଯାହା ପରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଅନ୍ତର୍ଗତ ଚାଲିଥିବା ନିର୍ମାଣ କାମ ବେଆଇନ ବୋଲି ପୁଣି ଅଙ୍ଗୁଳି ଉଠିଛି। ବିନା ଏନ୍ଓସିରେ ପ୍ରଶାସନ କିପରି ଶ୍ରୀମନ୍ଦିର ଚୌହଦିରେ ଟଏଲେଟ, ବିଶ୍ରାମାଗାର ପ୍ରଭୃତି ନିର୍ମାଣ କରୁଛି ତାହାକୁ ନେଇ ସମାଲୋଚନା ବଢ଼ିଛି। ବଲାଙ୍ଗିରର ସୂଚନା ଅଧିକାର କର୍ମୀ ହେମନ୍ତ କୁମାର ପଣ୍ଡାଙ୍କୁ ଏହି ତଥ୍ୟ ମିଳିଛି। ଚଳିତ ମାସ ୧୧ ତାରିଖରେ ବିଭାଗ ପକ୍ଷରୁ ହେମନ୍ତଙ୍କୁ ଏହି ତଥ୍ୟ ପ୍ରଦାନ କରାଯାଇଛି। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ବିବାଦ ଦେଖାଦେବା ପରେ ସେ କେନ୍ଦ୍ର ସରକାରଙ୍କ ସଂସ୍କୃତି ମନ୍ତ୍ରାଳୟ ଅଧୀନରେ ଥିବା ଏନଏମଏକୁ ତଥ୍ୟ ମାଗିଥିଲେ। ଏନଏମଏ ଉତ୍ତରରେ ସ୍ପଷ୍ଟ ଭାବେ ଉଲ୍ଲେଖ କରିଛି ଯେ, ଶ୍ରୀମନ୍ଦିର ପରିସରର ଶହେ ମିଟର ପରିଧି ଭିତରେ ନିର୍ମାଣ ପାଇଁ କୌଣସି ଏନ୍ଓସି ଦେଇନାହିଁ ।

Advertisment

ତେଣୁ ବର୍ତ୍ତମାନ ଯେଉଁ ନିର୍ମାଣ କାମ ଚାଲିଛି ତାହା ଏଏସଆଇ ଡିଜିଙ୍କ ମୌଖିକ ସହମତିରେ ଚାଲିଥିବା ସ୍ପଷ୍ଟ ବାରିହୋଇପଡ଼ିଛି। ସେହିପରି ବେଆଇନ ନିର୍ମାଣ କାର୍ଯ୍ୟ ଉପରେ ଏନ୍ଏମଏ ଅଧିକୃତ ନୁହେଁ ବୋଲି ଏନ୍ଏମଏ ସୂଚନା ଅଧିକାର ତଥ୍ୟରେ କହିଛି। ଜାତୀୟ ଐତିହ୍ୟସ୍ଥଳରେ ଚାଲିଥିବା ବେଆଇନ ନିର୍ମାଣ କାର୍ଯ୍ୟ ଉପରେ ପଦକ୍ଷେପ ନେବା ନିମନ୍ତେ ଥିବା ଆମସାର ଆକ୍ଟ ୧୯୫୮ର ଦଫା ୩୦ଏ, ୩୦ବି, ୩୦ସିରେ ବ୍ୟବସ୍ଥା ଥିବା ସୂଚନା ଅଧିକାର ଆଇନ ବଳରେ ମଗାଯାଇଥିବା ତଥ୍ୟରେ ଏନ୍ଏମ୍ଏ ପକ୍ଷରୁ ଉଲ୍ଲେଖ କରାଯାଇଛି। ସେହିପରି ସଂସଦରେ ଏହି ବିବାଦ ନେଇ ଉଠିଥିବା ପ୍ରସଙ୍ଗରେ ଏନଏମ୍ଏ ପାଖରେ କୌଣସି ତଥ୍ୟ ନ ଥିବା ଉଲ୍ଲେଖ କରାଯାଇଛି।

ତେଣୁ ନିଷିଦ୍ଧାଞ୍ଚଳ ମଧ୍ୟରେ କ୍ଲକ ରୁମ, ମିନି କ୍ଲକ ରୁମ, ସେଲଟର ପାଭେଲିୟନ, ଫିମେଲ ଓ ମେଲ ଟଏଲେଟ, ଇଲେକ୍ଟ୍ରିକ ରୁମ, ପେଭମେଣ୍ଟ ଏରିଆ ପ୍ରଭୃତି ନିର୍ମାଣରେ ନିମନ୍ତେ ଦିଆଯାଇଥିବା ନୋ ଅବଜେକ୍ସନ ଆସ୍ୟୁରାନ୍ସକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Advertisment

ସୂଚନା ଥାଉକି, ଶ୍ରୀମନ୍ଦିର ଚୌହଦିର ୧୦୦ ମିଟର ଭିତରେ ପରିକ୍ରମା ପ୍ରକଳ୍ପ କରିବା ନିମନ୍ତେ ପ୍ରଶାସନ ଜିସିବି ଲଗାଇ ଖୋଳତାଡ଼ କରିବା ପରେ ଏହାକୁ ବିରୋଧ ଆରମ୍ଭ ହୋଇଥିଲା। ଏହା ଶ୍ରୀମନ୍ଦିର ପ୍ରତି ବିପଦ ସୃଷ୍ଟି କରୁଥିବା ଅଭିଯୋଗ ହୋଇଥିଲା। ଯାହାପରେ ଏନ୍‌ଏମ୍ଏ ଓ ଆମସାର ଆକ୍ଟର ବିନା ଅନୁମତିରେ ତଥା ବିନା କୌଣସି ବୈଷୟିକ ଯାଞ୍ଚରେ ରାଜ୍ୟ ପ୍ରଶାସନ ମନଇଛା ପ୍ରକଳ୍ପ କାମ କରୁଥିବା ତଥ୍ୟ ଲୋକଲୋଚନକୁ ଆସିବାରେ ଲାଗିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe