Advertisment

ବାହାନଗା ରେଳ ଦୁର୍ଘଟଣା ନେଇ ପ୍ରଧାନମନ୍ତ୍ରୀ ଦେଲେ ବଡ଼ ମନ୍ତବ୍ୟ

ପ୍ରଧାନମନ୍ତ୍ରୀ ଦୁର୍ଘଟଣାସ୍ଥଳ ବୁଲିବା ସହିତ ଡାକ୍ତରଖାନା ଯାଇ ଆହତମାନଙ୍କୁ ଭେଟିଥିଲେ।

author-image
Jitendra Garnayak
PM Modi

PM Modi

‘ବାଲେଶ୍ୱରର ବାହାନଗା ନିକଟରେ ହୋଇଥିବା ଟ୍ରେନ୍ ଦୁର୍ଘଟଣାର ସବୁ ଦିଗରୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହି ଘଟଣା ପାଇଁ ଯିଏ ଦୋଷୀ ହୋଇଥିବେ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ଦୋଷୀଙ୍କୁ ଛଡ଼ା ଯିବ ନାହିଁ।’ ଘଟଣାସ୍ଥଳ ବୁଲି ଦେଖିବା ପରେ ଓ ବାଲେଶ୍ୱର ଡାକ୍ତରଖାନାରେ ଆହତମାନଙ୍କୁ ଭେଟିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି କଥା କହିଛନ୍ତି।

Advertisment

ସେ କହିଛନ୍ତି, ସରକାର ଏହି ଘଟଣାକୁ ଗମ୍ଭୀରତାର ସହିତ ନେଇଛନ୍ତି। ଏହା ଏକ ବିଚଳିତ କରି ଦେଲା ଭଳି ଘଟଣା। ଅନେକ ଲୋକ ଏଥିରେ ପ୍ରାଣ ହରାଇଛନ୍ତି। ଏଭଳି ଏକ ଦୁଃଖଦ ଘଟଣାକୁ ପ୍ରକାଶ କରିବାକୁ ଭାଷା ନାହିଁ। ଏହି ଘଟଣା ଆମକୁ ଅନେକ ଶିକ୍ଷା ଦେଇଛି। ନାଗରିକଙ୍କ ସୁରକ୍ଷାକୁ ଅଧିକ ସଶକ୍ତ କରାଯିବ। ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରି ଲୋକଙ୍କ ସୁରକ୍ଷାକୁ ପ୍ରାଥମିକତା ଦେବୁ।

ଏହି ଦୁର୍ଘଟଣାରେ ଯେଉଁମାନେ ଆହତ ହୋଇଛନ୍ତି, ସେମାନଙ୍କୁ ଉତ୍ତମ ଚିକିତ୍ସା ଯୋଗାଇ ଦିଆଯିବ। ଯେଉଁମାନେ ଏହି ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି, ସେମାନଙ୍କ ପରିବାରର ଲୋକଙ୍କ ଏହି ଦୁଃଖଦ ସମୟରେ ସରକାର ସେମାନଙ୍କ ସହିତ ଅଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

Advertisment

ଏହା ସହିତ ତ୍ୱରିତ ଉଦ୍ଧାର କାର୍ଯ୍ୟ ପାଇଁ ପ୍ରଧାନମନ୍ତ୍ରୀ ରାଜ୍ୟ ସରକାର, ସ୍ଥାନୀୟ ପ୍ରଶାସନିକ ଅଧିକାରୀ, ରେଳବାଇ କର୍ମଚାରୀ ଓ ଅନ୍ୟ ସରକାରୀ କର୍ମଚାରୀଙ୍କୁ ଧନ୍ୟବାଦ ଦେଇଛନ୍ତି ଏବଂ ସେମାନଙ୍କୁ ପ୍ରଶଂସା କରିଛନ୍ତି। ସେହିପରି ଉଦ୍ଧାର କାର୍ଯ୍ୟରେ ବଡ଼ ସହାୟକ ହୋଇଥିବା ସ୍ଥାନୀୟ ଲୋକଙ୍କୁ ପ୍ରଧାନମନ୍ତ୍ରୀ ଧନ୍ୟବାଦ ଦେଇଛନ୍ତି। ଆହତମାନଙ୍କୁ ରକ୍ତ ଦେବା ପାଇଁ ଯେଉଁଭଳି ଭାବେ ସାଧାରଣ ଲୋକେ ଆଗେଇ ଆସିଥିଲେ ସେଥିପାଇଁ ପ୍ରଧାନମନ୍ତ୍ରୀ ସେମାନଙ୍କୁ ପ୍ରଶଂସା କରିଛନ୍ତି।

Balasore Train Accident