bus
Advertisment
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କରୋନା ପାଇଁ ଏବେ ରାଜ୍ୟରେ ଅନେକ ପ୍ରକାର ସତର୍କତାମୂଳକ ପଦକ୍ଷେପ ନିଆଯାଉଥିବେ ବେଳେ ବସ୍ ଗୁଡ଼ିକ ପାଇଁ ମଧ୍ୟ ଗାଇଡ୍ଲାଇନ୍ ଜାରି କରାଯାଇଛି। ବସ୍ରେ ଆଦୌ ଓଭରଲୋଡିଂ ନ କରିବାକୁ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ନିର୍ଦ୍ଦେଶ ଜାରି କରିଛନ୍ତି। ତାଙ୍କ ସୂଚନା ଅନୁଯାୟୀ ବସ୍ରେ ସିଟ୍ ଠାରୁ ଅଧିକ ଲୋକ ଯାଇପାରିବେ ନାହିଁ। କେହି ଛିଡ଼ା ହୋଇ ଯାଇ ପାରିବେ ନାହିଁ। ସେହିଭଳି ବସ୍ ଗୁଡ଼ିକୁ ସଫାସୁତର ରଖିବାକୁ କୁହାଯାଇଛି। ଡ୍ରାଇଭରଙ୍କ ସହିତ ସମସ୍ତ କର୍ମଚାରୀଙ୍କୁ ମାସ୍କ ପିନ୍ଧିବାକୁ କୁହାଯାଉଛି। ଯାତ୍ରୀମାନେ ମଧ୍ୟ ଟିକେ ପରସ୍ପର ଠାରୁ ଦୂରେଇ ରହିଲେ ଭଲ ବୋଲି ସେ କହିଛନ୍ତି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2020/03/bus-2.jpg)