ଯାତ୍ରା ଓ ମେଲୋଡିରେ ଅଶ୍ଳୀଳତା ଓ ନଗ୍ନତାକୁ ନା। ଉତ୍କଳୀୟ ସଂସ୍କୃତିର ଏପରି ଅପପ୍ରଚାରକୁ ଆଉ ବରଦାସ୍ତ କରାଯିବନି। ଏପରିକି ଯାତ୍ରା, ମେଲୋଡିରେ ଦ୍ୱି ଅର୍ଥବୋଧକ ସଂଳାପ ମଧ୍ୟ ରହିବନି। ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଓ ଏସପିମାନଙ୍କୁ ଏପରି ଚିଠି ଲେଖାଯାଇଛି। ଏପରିକି ସମସ୍ତ ପ୍ରକାର ଅଶ୍ଲୀଳ ଦୃଶ୍ୟ ଓ ନଗ୍ନ ପ୍ରଦର୍ଶନକୁ ତୁରନ୍ତ ବନ୍ଦ କରିବା ପାଇଁ କଡ଼ା ନିର୍ଦ୍ଦେଶନାମା ଜାରି ହୋଇଛି। ଯାତ୍ରା ଓ ମେଲୋଡି ପାଇଁ ଅନୁମତି ଦେବା ବେଳେ ସର୍ତ୍ତାବଳୀରେ ଏହା ସ୍ପଷ୍ଟ ଭାବେ ଉଲ୍ଲେଖ କରିବାକୁ ମଧ୍ୟ କୁହାଯାଇଛି ।