Advertisment

ବିଧାୟକ ପାଣ୍ଠି ଖର୍ଚ୍ଚକୁ ନେଇ କଟକଣା ନାହିଁ : ମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଧାୟକମାନେ ନିଜର ବାର୍ଷିକ ପାଣ୍ଠିକୁ ମରାମତି ଓ ରକ୍ଷଣାବେକ୍ଷଣ କାର୍ଯ୍ୟରେ ଖର୍ଚ୍ଚ କରିପାରିବେ। ଏଥିପାଇଁ କୌଣସି କଟକଣା ନାହିଁ। ଜିଲ୍ଲା ଯୋଜନା ଅଧିକାରୀମାନେ ଯଦି ଏଭଳି ଅର୍ଥ ଖର୍ଚ୍ଚକୁ ନେଇ କୌଣସି କଟକଣା ଲଗାଇଥିବେ ତେବେ ତାହା ଅନୁଧ୍ୟାନ କରାଯିବ ବୋଲି ରାଜ୍ୟ ଯୋଜନା ଓ ସଂଯୋଜନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି। ବିଧାୟକ ପାଣ୍ଠି ଖର୍ଚ୍ଚକୁ ନେଇ ରହିଥିବା କଟକଣା ପାଇଁ ଦଳମତନିର୍ବିଶେଷରେ ବିଧାୟକମାନେ ଉଦବେଗ ବ୍ୟକ୍ତ କରିଥିଲେ। ଆଜି ବିଧାନସଭାରେ କଂଗ୍ରେସ […]

ବିଧାୟକ ପାଣ୍ଠି ଖର୍ଚ୍ଚକୁ ନେଇ କଟକଣା ନାହିଁ : ମନ୍ତ୍ରୀ

Odisha-Assembly

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଧାୟକମାନେ ନିଜର ବାର୍ଷିକ ପାଣ୍ଠିକୁ ମରାମତି ଓ ରକ୍ଷଣାବେକ୍ଷଣ କାର୍ଯ୍ୟରେ ଖର୍ଚ୍ଚ କରିପାରିବେ। ଏଥିପାଇଁ କୌଣସି କଟକଣା ନାହିଁ। ଜିଲ୍ଲା ଯୋଜନା ଅଧିକାରୀମାନେ ଯଦି ଏଭଳି ଅର୍ଥ ଖର୍ଚ୍ଚକୁ ନେଇ କୌଣସି କଟକଣା ଲଗାଇଥିବେ ତେବେ ତାହା ଅନୁଧ୍ୟାନ କରାଯିବ ବୋଲି ରାଜ୍ୟ ଯୋଜନା ଓ ସଂଯୋଜନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି। ବିଧାୟକ ପାଣ୍ଠି ଖର୍ଚ୍ଚକୁ ନେଇ ରହିଥିବା କଟକଣା ପାଇଁ ଦଳମତନିର୍ବିଶେଷରେ ବିଧାୟକମାନେ ଉଦବେଗ ବ୍ୟକ୍ତ କରିଥିଲେ।

Advertisment

ଆଜି ବିଧାନସଭାରେ କଂଗ୍ରେସ ବିଧାୟକ ନରସିଂହ ମିଶ୍ର, ବିଜେଡି ବିଧାୟକ ଭାଗିରଥୀ ସେଠୀ, ବିଜେପି ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ ଓ ଗଣେଶ ରାମସିଂ ଖୁଣ୍ଟିଆ ପ୍ରମୁଖ ବିଧାୟକ ପାଣ୍ଠି ଖର୍ଚ୍ଚ ଉପରେ ଜିଲ୍ଲା ଯୋଜନା ଅଧିକାରୀମାନେ ଲଗାଇଥିବା କଟକଣାକୁ ନେଇ ଗୃହରେ ଉଦବେଗ ପ୍ରକାଶ କରିଥିଲେ। ବିଜେପି ବିଧାୟକ ଶ୍ରୀ ଖୁଣ୍ଟିଆ କହିଥିଲେ ଯେ ତାଙ୍କ ନିର୍ବାଚନମଣ୍ଡଳୀରେ ଅନେକ ସ୍କୁଲରେ ମରାମତି ଆବଶ୍ୟକ ହୋଇପଡ଼ିଛି। ବିଧାୟକଙ୍କ ହାତପାଣ୍ଠି ଅର୍ଥ ଖର୍ଚ୍ଚ କରିପାରୁନାହାନ୍ତି। ଜିଲ୍ଲା ଯୋଜନା ଅଧିକାରୀ ଏଭଳି ପ୍ରସ୍ତାବକୁ ଫେରାଇ ଦେଉଛନ୍ତି।

ସେହିପରି ବିଜେପି ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ ବିଧାୟକ ହାତପାଣ୍ଠି ଅର୍ଥରେ ମଞ୍ଜୁର ହୋଇଥିବା ପ୍ରକଳ୍ପ ଧାର୍ଯ୍ୟ ସମୟରେ କାର୍ଯ୍ୟକାରୀ ନହେଲେ କି ପଦକ୍ଷେପ ଗ୍ରହଣ କରାଯିବ ବୋଲି ଜାଣିବାକୁ ଚାହିଁଥିଲେ। ଏହାର ଉତ୍ତରରେ ମନ୍ତ୍ରୀ ଶ୍ରୀ ବେହେରା କହିଥିଲେ ଯେ, ପ୍ରକଳ୍ପ କାର୍ଯ୍ୟାଦେଶ ଦିଆଯିବାର ୬ମାସ ମଧ୍ୟରେ ଏହାର କାର୍ଯ୍ୟ ହେବାକଥା। ଯଦି ଏହା ହୋଇନଥିବ ତେବେ କାର୍ଯ୍ୟାଦେଶ ପରିବର୍ତ୍ତନ କରି ସେ ଅର୍ଥ ଖର୍ଚ୍ଚ କରାଯାଇପାରିବ।

Advertisment

କଂଗ୍ରେସ ବିଧାୟକ ଶ୍ରୀ ମିଶ୍ର କହିଥିଲେ ଯେ ସାଂସଦ ପାଣ୍ଠିରେ ମନ୍ଦିରଗୁଡ଼ିକର ତିଆରି,ମରାମତି ଓ ପୁନରୁଦ୍ଧାର ପାଇଁ ବ୍ୟବସ୍ଥା ଅଛି କି? ମନ୍ଦିର ପରିସରରେ କମ୍ୟୁନିଟି ହଲ୍ ନାଁରେ ଏହି ପାଣ୍ଠି ଖର୍ଚ୍ଚ ହେବାର ପ୍ରାବଧାନ କ’ଣ ଅଛି ବୋଲି ସେ ଜାଣିବାକୁ ଚାହିଁଥିଲେ। ମନ୍ତ୍ରୀ ଶ୍ରୀ ବେହେରା କହିଥିଲେ ଯେ, ମନ୍ଦିର ପାଇଁ ଅର୍ଥ ଖର୍ଚ୍ଚ କରାଯାଇ ପାରିବ ନାର୍ହି। ଏପରିକି ମନ୍ଦିର ପରିସରରେ ମଧ୍ୟ ସାଂସଦ ପାଣ୍ଠି ଅର୍ଥ ବ୍ୟୟ ହୋଇପାରିବ ନାହିଁ। ଏଭଳି ହୋଇଥିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ବିଜେଡି ବିଧାୟକ ଭାଗିରଥୀ ସେଠୀ ବି ଅନୁରୂପ ଅଭିଯୋଗ ଆଣିଥିଲେ। ତେବେ ବିଧାୟକମାନଙ୍କ ହାତପାଣ୍ଠି ଖର୍ଚ୍ଚପାଇଁ କୌଣସି କଟକଣା ନାହିଁ ଓ ଜିଲ୍ଲା ଯୋଜନା ଅଧିକାରୀମାନଙ୍କୁ ଏ ସଂକ୍ରାନ୍ତରେ ଜଣାଇ ଦିଆଯିବ ବୋଲି ମନ୍ତ୍ରୀ ଶ୍ରୀ ବେହେରା କହିଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe