Advertisment

୮ ମାସ ହେଲା ଭାଙ୍ଗି ଦିଆଯାଇଛି ରାଜ୍ୟ ଯୋଜନା ବୋର୍ଡ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୀର୍ଘ ଏକ ଦଶନ୍ଧି ଧରି ରାଜ୍ୟ ଯୋଜନା ବୋର୍ଡକୁ ପଙ୍ଗୁ କରି ରଖିଥିବା ରାଜ୍ୟ ସରକାର ଗତ ୮ମାସ ହେଲା ଏହାକୁ ସମ୍ପୂର୍ଣ୍ଣ ଅଚଳ କରିଦେଇଛନ୍ତି। ନୀତି ଆୟୋଗ ଢାଂଚାରେ ରାଜ୍ୟ ଯୋଜନା ବୋର୍ଡକୁ ଗଠନ କରିବେ ବୋଲି ପୂର୍ବରୁ କହିଥିବା ରାଜ୍ୟ ସରକାର ଏବେ ଏଥିରୁ ପଛଘୁଞ୍ଚା ଦେଇଥିବା ଜଣାପଡ଼ିଛି। ଏପରିକି ଯୋଜନା ବୋର୍ଡର ଆବଶ୍ୟକତା ରାଜ୍ୟରେ ନଥିବା ଭଳି ସନ୍ଦେଶ ଦେବାକୁ ମଧ୍ୟ ପଛାଇ ନାହାନ୍ତି। ଆଜି ବିଧାନସଭାରେ ବିଧାୟକ ଅମର […]

ଅଦ୍ୟତନ ହୋଇଛି
୮ ମାସ ହେଲା ଭାଙ୍ଗି ଦିଆଯାଇଛି ରାଜ୍ୟ ଯୋଜନା ବୋର୍ଡ

Padmanav-Behera

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୀର୍ଘ ଏକ ଦଶନ୍ଧି ଧରି ରାଜ୍ୟ ଯୋଜନା ବୋର୍ଡକୁ ପଙ୍ଗୁ କରି ରଖିଥିବା ରାଜ୍ୟ ସରକାର ଗତ ୮ମାସ ହେଲା ଏହାକୁ ସମ୍ପୂର୍ଣ୍ଣ ଅଚଳ କରିଦେଇଛନ୍ତି। ନୀତି ଆୟୋଗ ଢାଂଚାରେ ରାଜ୍ୟ ଯୋଜନା ବୋର୍ଡକୁ ଗଠନ କରିବେ ବୋଲି ପୂର୍ବରୁ କହିଥିବା ରାଜ୍ୟ ସରକାର ଏବେ ଏଥିରୁ ପଛଘୁଞ୍ଚା ଦେଇଥିବା ଜଣାପଡ଼ିଛି। ଏପରିକି ଯୋଜନା ବୋର୍ଡର ଆବଶ୍ୟକତା ରାଜ୍ୟରେ ନଥିବା ଭଳି ସନ୍ଦେଶ ଦେବାକୁ ମଧ୍ୟ ପଛାଇ ନାହାନ୍ତି।

Advertisment

ଆଜି ବିଧାନସଭାରେ ବିଧାୟକ ଅମର ପ୍ରସାଦ ଶତପଥୀ ଓ କୁସୁମ ଟେଟେଙ୍କ ଭିନ୍ନ ଭିନ୍ନ ପ୍ରଶ୍ନର ଉତ୍ତର ଦେଇ ରାଜ୍ୟ ଯୋଜନା ଓ ସଂଯୋଜନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି ଯେ, ରାଜ୍ୟ ଯୋଜନା ବୋର୍ଡର ଉପାଧ୍ୟକ୍ଷ ଓ ସଭ୍ୟମାନଙ୍କର କାର୍ଯ୍ୟକାଳକୁ ବିଭାଗର ୨୦୧୯ ଜୁନ୍ ୧୩ତାରିଖ ନିର୍ଦ୍ଦେଶ ବଳରେ ପରିସମାପ୍ତ କରାଯାଇଛି। ଏବେ ଯୋଜନା ବୋର୍ଡରେ କେହି ଉପାଧ୍ୟକ୍ଷ ଓ ସଭ୍ୟ ନାହାନ୍ତି। ରାଜ୍ୟ ଯୋଜନା ବୋର୍ଡର ପୁର୍ନଗଠନ କରିବା ପାଇଁ ପଦକ୍ଷେପ ନିଆଯାଉଛି। ତେବେ ବୋର୍ଡର ପୁର୍ନଗଠନ ଓ ଢାଂଚାଗତ ପରିବର୍ତ୍ତନ ପାଇଁ ରାଜ୍ୟ ସରକାର ତର୍ଜମା କରୁଛନ୍ତି ବୋଲି ଶ୍ରୀ ବେହେରା କହିଛନ୍ତି।

ସୂଚନାଯୋଗ୍ୟ, ଜିଲ୍ଲାସ୍ତରରେ ଯୋଜନା କମିଟିମାନ କାର୍ଯ୍ୟକ୍ଷମ ଥିବାବେଳେ ରାଜ୍ୟରେ ଯୋଜନା ବୋର୍ଡକୁ ରାଜ୍ୟ ସରକାର ଅକାମୀ କରି ପକାଇ ରଖିଛନ୍ତି । ଏହାକୁ ରାଜନୀତିକ ଥଇଥାନର କେନ୍ଦ୍ର କରିଥିଲେ ମଧ୍ୟ ସାଧାରଣ ନିର୍ବାଚନ ପରଠୁ ଏଥିରେ କୌଣସି ସଦସ୍ୟ ନାହାନ୍ତି କିମ୍ବା ଏଭଳି ବୋର୍ଡର କିଛି ଆବଶ୍ୟକତା ନାହିଁ ବୋଲି ପରୋକ୍ଷରେ ସନ୍ଦେଶ ଦେଇଛନ୍ତି । ତେବେ ଯୋଜନା ବୋର୍ଡର ପୁର୍ନଗଠନ କରି ସେଥିରେ ଦଳୀୟ ନେତାମାନଙ୍କୁ ମନ୍ତ୍ରୀ ପାହ୍ୟାରେ ଥଇଥାନ କରିବାକୁ ଏବେ ଚାପ ପଡ଼ିବାରେ ଲାଗିଛି। ସମ୍ଭବତଃ ରାଜ୍ୟସଭା ନିର୍ବାଚନ ପରେ ଏହି ବୋର୍ଡର ପୁର୍ନଗଠନ ହେବ ବୋଲି ସୂଚନା ମିଳିଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe