ହାତରେ ସ୍ୱାମୀଙ୍କ ଫୋଟ ଧରି ଭୋ ଭୋ ହୋଇ କାନ୍ଦୁଛନ୍ତି ମହିଳା, ସ୍ୱାମୀଙ୍କ ମୃତ୍ୟୁ ପରେ କେମିତି ବିଧବା ଭତ୍ତାଟିଏ ପାଇଁ ବାରଦ୍ୱାର ହୋଇ ହଇରାଣ ହେଉଛନ୍ତି , ତାହା ଗୋଟି ଗୋଟି କରି ବଖାଣିବା ବେଳକୁ ଆଖିରୁ ଧାର ଧାର ହୋଇ ବୋହି ଯାଉଛି ଲୁହ.. ସ୍ୱାମୀ ମରିବାର ୮ ମାସ ପରେ ବି ବିଧବା ଭତ୍ତାଟିଏ ମିଳୁନାହିଁ କି ମଙ୍ଗଳ ଯୋଜନାରେ ଅର୍ଥରାଶି ମିଳୁନାହିଁ.. ଏପଟେ ଦେଖନ୍ତୁ ଧାଡି ହୋଇ ବସିଥିବା ଏଇ ବୃଦ୍ଧବୃଦ୍ଧାଙ୍କ ବି ସମାନ ଅବସ୍ଥା.. କାହାକୁ ୬୦ ବର୍ଷରୁ ଉର୍ଦ୍ଧ ତ ଆଉ କିଏ ୧୦୦ ବର୍ଷ ଛୁଇଁଲାଣି କିନ୍ତୁ ଭତ୍ତାଟିଏ ପାଇବାରୁ ବଚିଂତ ଅଛନ୍ତି। ବାରମ୍ବାର ଆବେଦନ ପରେ ବି ଭତ୍ତା ଟଙ୍କା ମିଳୁନାହିଁ ବୋଲି କହିଛନ୍ତି ଆବେଦନକାରୀ।