Advertisment

ଅମଲା ସଂଘ ପାଇଁ ଲାଗୁ ହେବନି ନୋ ୱାର୍କ ନୋ ପେ’: ୧୭ ଦିନର କାର୍ଯ୍ୟବନ୍ଦ ଆନ୍ଦୋଳନ ସତ୍ତ୍ୱେ ମିଳିବ ପୂର୍ଣ୍ଣ ଦରମା

ନିଜର ବିଭିନ୍ନ ଦାବି ନେଇ ଜୁନ୍ ୧ରୁ ୧୭ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ କାର୍ଯ୍ୟବନ୍ଦ(କଲମଛା) ଆନ୍ଦୋଳନ କରିଥିବା ଜିଲ୍ଲାସ୍ତରୀୟ ଅମଲାମାନଙ୍କୁ ପୂର୍ଣ୍ଣ ଦରମା ମିଳିବ ।

Jaleswar

Jaleswar

Advertisment

ନିଜର ବିଭିନ୍ନ ଦାବି ନେଇ ଜୁନ୍ ୧ରୁ ୧୭ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ କାର୍ଯ୍ୟବନ୍ଦ(କଲମଛା) ଆନ୍ଦୋଳନ କରିଥିବା ଜିଲ୍ଲାସ୍ତରୀୟ ଅମଲାମାନଙ୍କୁ ପୂର୍ଣ୍ଣ ଦରମା ମିଳିବ । ଓଡ଼ିଶା ସିଭିଲ୍ ସର୍ଭିସ(ସିସିଏ) ରୁଲସ୍ ୧୯୬୨ ଅନୁଯାୟୀ ଏହି ସମୂହ ଛୁଟି ଓ ସରକାରୀ କାର୍ଯ୍ୟ ବନ୍ଦ ଯୋଗୁ ସେମାନଙ୍କ ବିରୁଦ୍ଧରେ ‘ନୋ ୱାର୍କ ନୋ ପେ’(କାମ ନାହିଁ ତ ଦରମା ନାହିଁ) ଲାଗୁ ହେବାର ପ୍ରାବଧାନ ଥିଲେ ମଧ୍ୟ ରାଜ୍ୟ ସରକାର କୋହଳ ଆଭିମୁଖ୍ୟ ପୋଷଣ କରିଛନ୍ତି । ରାଜ୍ୟ ଅମଲା ସଂଘ ପକ୍ଷରୁ ରାଜ୍ୟବ୍ୟାପୀ ଅମଲାମାନେ(ଜିଲ୍ଲାସ୍ତରୀୟ ମିନିଷ୍ଟ୍ରିଆଲ ଏମ୍ପ୍ଲଇଜ) କରିଥିବା ଜୁନ୍ ୧ରୁ ୧୭ତାରିଖ ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ରାଜ୍ୟ ସରକାର ସେମାନଙ୍କ ଇଏଲ୍ (ସବୈତନିକ ଛୁଟି) ଭାବେ ବିବେଚନା କରିବାକୁ ନିଷ୍ପତ୍ତି ନେଇଛନ୍ତି।

Advertisment

ଏନେଇ ରାଜ୍ୟ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ସଚିବ ଶଶାଙ୍କ ଶେଖର ଦାଶ ସମସ୍ତ ବିଭାଗୀୟ ମୁଖ୍ୟ, ଆରଡିସି ଓ ଜିଲ୍ଲାପାଳମାନଙ୍କୁ ଚିଠି ଲେଖି ଅମଲାମାନଙ୍କ ୧୭ଦିନର କାର୍ଯ୍ୟବନ୍ଦ ଆନ୍ଦୋଳନକୁ ‘ନୋ ୱାର୍କ ନୋ ପେ’ ନକରିବାକୁ  ଭାବେ ବିବେଚନା ନକରିବାକୁ ପରାମର୍ଶ ଦେଇଛନ୍ତିି । ଯଦିଓ ସରକାରୀ କାର୍ଯ୍ୟବନ୍ଦ ପାଇଁ ଆଇନରେ ‘ନୋ ୱାର୍କ ନୋ ପେ’ର ପ୍ରାବଧାନ ରହିଛି । କିନ୍ତୁ ସରକାର ଏହି ୧୭ଦିନର କାର୍ଯ୍ୟବନ୍ଦ ଆନ୍ଦୋଳନକୁ ସମ୍ପୃକ୍ତ କର୍ମଚାରୀମାନଙ୍କ ଇଏଲ୍ ଭାବେ ବିବେଚନା କରିବାକୁ କହିଛନ୍ତି । ଯାହାଫଳରେ ଏହି ଅମଲାମାନେ ଜୁନ୍ ମାସର ସମ୍ପୂର୍ଣ୍ଣ ଦରମା ପାଇବାରେ ସକ୍ଷମ ହେବେ । ଆଉ ସେମାନଙ୍କ ବିରୁଦ୍ଧରେ ଓଡ଼ିଶା ସରକାରୀ କର୍ମଚାରୀ କଣ୍ଡକ୍ଟ ରୁଲସ-୧୯୫୯ ଓ ଓଡିଶା ସିଭିଲ ସର୍ଭିସ(ସିସିଏ) ରୁଲସ-୧୯୬୨ ଅନୁସାରେ କୌଣସି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ନାହିଁ ବୋଲି ରାଜ୍ୟ ସରକାର ସ୍ପଷ୍ଟ କରିଛନ୍ତି ।

ଉଲ୍ଲେଖଯୋଗ୍ୟ, ଅମଲାମାନଙ୍କ ଦାବି ଉପରେ ବିଚାର କରିବା ପାଇଁ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଏକ ୬ଜଣିଆ ଉଚ୍ଚସ୍ତରୀୟ କମିଟି ଗଠନ ହୋଇଛି । ଯେଉଁ କମିଟି ଅମଲା ସଂଘ ସହ ଆଲୋଚନା କରି ସେମାନଙ୍କ ଦାବି ଉପରେ ଆନ୍ତଃ ମନ୍ତ୍ରିସ୍ତରୀୟ କମିଟିଙ୍କୁ ସୁପାରିଶ କରିବେ । ସରକାରଙ୍କ ଏଭଳି ପ୍ରତିଶ୍ରୁତି ମିଳିବା ପରେ ଅମଲାମାନେ ନିଜର ଆନ୍ଦୋଳନକୁ ପ୍ରତ୍ୟାହାର କରିଥିଲେ । ଅମଲାମାନଙ୍କ ଏହି କାର୍ଯ୍ୟବନ୍ଦ ଆନ୍ଦୋଳନବେଳେ ସମଗ୍ର ରାଜ୍ୟର ବ୍ଲକଠୁ ଆରମ୍ଭ କରି ଜିଲ୍ଲାସ୍ତରର ସମସ୍ତ କାର୍ଯ୍ୟାଳୟ ସମ୍ପୂର୍ଣ୍ଣ ଭାବେ ଠପ୍ ହୋଇଯାଇଥିଲା ଓ ସାଧାରଣ ଲୋକେ ବିଭିନ୍ନ ସେବା ପାଇବାରୁ ବଂଚିତ ହୋଇଥିଲେ ।

Advertisment

ଅନ୍ୟପକ୍ଷରେ ସଚିବାଳୟ ସେବା ବର୍ଗର ଆସିଷ୍ଟାଣ୍ଟ ସେକ୍ସନ ଅଫିସର(ଏଏସଓ)ମାନେ ନିଜର ଦରମା ହାର ବୃଦ୍ଧି ଦାବିରେ ସପ୍ତାହକ ପର୍ଯ୍ୟନ୍ତ କଳା ବ୍ୟାଚ୍ ପରିଧାନ କରି ପ୍ରତିବାଦ ଜଣାଇବା ନିମନ୍ତେ ନେଇଥିବା ନିଷ୍ପତ୍ତିକୁ ସ୍ଥଗିତ ରଖିଛନ୍ତି । ସଚିବାଳୟ ସେବା ସଂଘର ଦରମା ଦାବି ସଂକ୍ରାନ୍ତରେ ସଂଘର କର୍ମକର୍ତ୍ତାମାନଙ୍କ ସହ ଖୁବଶୀଘ୍ର ଆଲୋଚନା କରାଯିବ ବୋଲି ସରକାରୀସ୍ତରରେ ପ୍ରତିଶ୍ରୁତି ମିଳିବା ପରେ ଏହାକୁ ସ୍ଥଗିତ ରଖାଯାଇଥିବା ସଚିବାଳୟ ସେବା ସଂଘ ସାଧାରଣ ସମ୍ପାଦକ ପ୍ରଯତ୍ନ ବରାଳ ସୂଚନା ଦେଇଛନ୍ତି ।

Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe