Advertisment

ଜିଦ୍‌ରେ ଅଟଳ ୫ ପଞ୍ଚାୟତବାସୀ, କେହି ଦାଖଲ କଲେନି ପ୍ରାର୍ଥିପତ୍ର

ଦେବଗଡ଼ (ସିଦ୍ଧାର୍ଥ ଗୁରୁ): ମୋବାଇଲ୍‌ ଫୋନ୍ ନେଟ୍‌ୱର୍କ ସମସ୍ୟା ପାଇଁ ଭୋଟ୍ ବର୍ଜନ ନିଷ୍ପତ୍ତି ନେଇଥିବା ଦେବଗଡ଼ ଜିଲ୍ଲା ତିଳେଇବଣି ବ୍ଳକର ୫ଟି ପଞ୍ଚାୟତରେ କେହି ନାମାଙ୍କନ ପତ୍ର ଦାଖଲ କରି ନାହାନ୍ତି। ନାମାଙ୍କନ ପତ୍ର ଦାଖଲର ଆଜି ଶେଷ ତାରିଖ ଥିବା ବେଳେ ପାରପୋଷି, ଝରାଗୋଗୁଆ, ଝାରମୁଣ୍ଡା, ଗଣ୍ଡମ, ଦିମିରିକୁଦା ପଞ୍ଚାୟତରେ ସରପଞ୍ଚ, ୱାର୍ଡ ମେମ୍ବର ଓ ସମିତି ସଭ୍ୟ ପାଇଁ ଜଣେ ବି ବ୍ୟକ୍ତି ପ୍ରାର୍ଥିପତ୍ର ଦାଖଲ କରି ନାହାନ୍ତି। ଏ ସବୁ ପଞ୍ଚାୟତରେ […]

ଅଦ୍ୟତନ ହୋଇଛି
ଜିଦ୍‌ରେ ଅଟଳ ୫ ପଞ୍ଚାୟତବାସୀ, କେହି ଦାଖଲ କଲେନି ପ୍ରାର୍ଥିପତ୍ର

Panchayat Office

Advertisment

ଦେବଗଡ଼ (ସିଦ୍ଧାର୍ଥ ଗୁରୁ): ମୋବାଇଲ୍‌ ଫୋନ୍ ନେଟ୍‌ୱର୍କ ସମସ୍ୟା ପାଇଁ ଭୋଟ୍ ବର୍ଜନ ନିଷ୍ପତ୍ତି ନେଇଥିବା ଦେବଗଡ଼ ଜିଲ୍ଲା ତିଳେଇବଣି ବ୍ଳକର ୫ଟି ପଞ୍ଚାୟତରେ କେହି ନାମାଙ୍କନ ପତ୍ର ଦାଖଲ କରି ନାହାନ୍ତି। ନାମାଙ୍କନ ପତ୍ର ଦାଖଲର ଆଜି ଶେଷ ତାରିଖ ଥିବା ବେଳେ ପାରପୋଷି, ଝରାଗୋଗୁଆ, ଝାରମୁଣ୍ଡା, ଗଣ୍ଡମ, ଦିମିରିକୁଦା ପଞ୍ଚାୟତରେ ସରପଞ୍ଚ, ୱାର୍ଡ ମେମ୍ବର ଓ ସମିତି ସଭ୍ୟ ପାଇଁ ଜଣେ ବି ବ୍ୟକ୍ତି ପ୍ରାର୍ଥିପତ୍ର ଦାଖଲ କରି ନାହାନ୍ତି। ଏ ସବୁ ପଞ୍ଚାୟତରେ ନାମାଙ୍କନ ପତ୍ର ଦାଖଲ ହୋଇ ନଥିବା ନେଇ ତିଳେଇବଣି ବ୍ଳକ୍ ବିଡିଓ ସୂଚନା ଦେଇଛନ୍ତି।

Advertisment

ମୋବାଇଲ୍ ଫୋନ୍ ନେଟୱର୍କ ଜନିତ ସମସ୍ୟାର ସମାଧାନ ନ ହେଲେ ଚଳିତ ପଞ୍ଚାୟତ ନିର୍ବାଚନକୁ ବର୍ଜନ କରାଯିବ ବୋଲି ପୂର୍ବରୁ ଏହି ୫ ପଞ୍ଚାୟତବାସୀ ବୈଠକ କରି ନିଷ୍ପତ୍ତି ନେଇଥିଲେ। ଏମିତିକି କେହି ଏହି ନିଷ୍ପତ୍ତି ବିରୋଧରେ ଯାଇ ନାମାଙ୍କନ ପତ୍ର ଦାଖଲ କଲେ ତାଙ୍କୁ ପଞ୍ଚାୟତ ବିରୋଧୀ ବୋଲି ଘୋଷଣା କରିବାକୁ ମଧ୍ୟ ଚେତାବନୀ ଦିଆଯାଇଥିଲା।

ପାରପୋଷି ପଞ୍ଚାୟତରୁ ଗତଥର ସରପଞ୍ଚ ହୋଇଥିବା ବିନତା କିସାନ ଗତ ୧୭ ତାରିଖରେ ନାମାଙ୍କନ ପତ୍ର କ୍ରୟ କରିଥିଲେ। ସେ ପୁଣି ଥରେ ସରପଞ୍ଚ ହେବା ପାଇଁ ଆଶାୟୀ ଥିଲେ। କିନ୍ତୁ ୧୮ ତାରିଖରେ ସେ ନାମାଙ୍କନ ପତ୍ର ଓ ରସିଦକୁ ପଞ୍ଚାୟତ ନିର୍ବାଚନ ଅଧିକାରୀଙ୍କୁ ଫେରାଇ ଦେଇଥିଲେ। ପଞ୍ଚାୟତ ବିରୋଧୀ ଘୋଷିତ ହେବାର ଭୟରେ ସେ ନାମାଙ୍କନ ପତ୍ର ଦାଖଲ କରି ନଥିଲେ ବୋଲି ଜଣାପଡ଼ିଛି।

Advertisment
Local Issue Odisha Panchayat Election 2022
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe