Advertisment

ନାମାଙ୍କନ ପତ୍ର ଭରିଲେ ୪ ରାଜ୍ୟସଭା ପ୍ରାର୍ଥୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟସଭା ନିର୍ବାଚନ ଲାଗି ବିଜେଡି ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି। ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗହଣରେ ଆସି ପ୍ରାର୍ଥୀମାନେ ନାମାଙ୍କନ ଦାଖଲ କରିଥିଲେ। ଏମାନଙ୍କ ମଧ୍ୟରେ ବିଜେଡି ପ୍ରାର୍ଥୀ ସୁବାସ ସିଂ, ମୁନା ଖାଁ, ସୁଜିତ କୁମାର ଏବଂ ମମତା ମହାନ୍ତ ରହିଛନ୍ତି । ବିଧାନସଭାରେ ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ବିଜେଡ଼ିର ୪ ଜଣଯାକ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଛନ୍ତି । ୧୩ ତାରିଖ ନାମାଙ୍କନପତ୍ର ଦାଖଲର ଶେଷ […]

ନାମାଙ୍କନ ପତ୍ର ଭରିଲେ ୪ ରାଜ୍ୟସଭା ପ୍ରାର୍ଥୀ

rajya2

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟସଭା ନିର୍ବାଚନ ଲାଗି ବିଜେଡି ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି। ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗହଣରେ ଆସି ପ୍ରାର୍ଥୀମାନେ ନାମାଙ୍କନ ଦାଖଲ କରିଥିଲେ। ଏମାନଙ୍କ ମଧ୍ୟରେ ବିଜେଡି ପ୍ରାର୍ଥୀ ସୁବାସ ସିଂ, ମୁନା ଖାଁ, ସୁଜିତ କୁମାର ଏବଂ ମମତା ମହାନ୍ତ ରହିଛନ୍ତି ।

Advertisment

ବିଧାନସଭାରେ ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ବିଜେଡ଼ିର ୪ ଜଣଯାକ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଛନ୍ତି । ୧୩ ତାରିଖ ନାମାଙ୍କନପତ୍ର ଦାଖଲର ଶେଷ ତାରିଖ ରହଛି।

ସଂଖ୍ୟା ଦୃଷ୍ଟିରୁ ବିଜେଡି ୩ଟି ଆସନ ନେବା ଏକପ୍ରକାର ସୁନିଶ୍ଚିତ। ଏପଟେ ବିଜେଡିର ପ୍ରାର୍ଥୀଙ୍କୁ କଂଗ୍ରେସ ସମର୍ଥନ କରିବ କି ନାହିଁ ତାହା ସ୍ପଷ୍ଟ ହୋଇନଥିବାବେଳେ ବିଜେପି ମଧ୍ୟ ପ୍ରାର୍ଥୀ ଦେବ କି ନାହିଁ ଘୋଷଣା କରିନାହିଁ। ତେଣୁ ୪ର୍ଥ ଆସନ ମଧ୍ୟ ବିଜେଡି ଖାତାକୁ ଯିବାର ସମ୍ଭାବନା ଅଧିକ ରହିଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe