ପଦ୍ମପୁର ଉପନିର୍ବାଚନ; ଆଜି ହେବ ନାମାଙ୍କନ ଯାଞ୍ଚ

ବରଗଡ଼(ଓଡ଼ିଶା ରିପୋର୍ଟର): ପଦ୍ମପୁର ଉପ ନିର୍ବାଚନ ପାଇଁ ଗତକାଲି ହାଇଭୋଲଟେଜ୍ ଡ୍ରାମା ଭିତରେ ୧୩ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଥିବା ବେଳେ ଆଜି ସେମାନଙ୍କ ନାମାଙ୍କନ ଯାଞ୍ଚ ହେବ । ସ୍ଥାନୀୟ ଚାଷୀ ସଂଗଠନର ଡାକରାକୁ ନେଇ ପ୍ରଥମ ୭ଦିନରେ ଜଣେ ହେଲେ ବି ପ୍ରାର୍ଥୀ ନାମାଙ୍କନ ଦାଖଲ କରି ନଥିବା ବେଳେ ଗତକାଲି ଶେଷ ଦିନରେ  ଦେଖିବାକୁ ମିଳିଥିଲା ଛକାପଞ୍ଝା । ଗତକାଲି ଶେଷ ଦିନରେ ହିଁ ତିନି ପ୍ରମୁଖ ଦଳ ବିଜେପି, ବିଜେଡି, କଂଗ୍ରେସ […]

padmapur

padmapur

Niharika Rout
  • Published: Friday, 18 November 2022
  • Updated: 18 November 2022, 07:52 AM IST

Sports

Latest News

ବରଗଡ଼(ଓଡ଼ିଶା ରିପୋର୍ଟର): ପଦ୍ମପୁର ଉପ ନିର୍ବାଚନ ପାଇଁ ଗତକାଲି ହାଇଭୋଲଟେଜ୍ ଡ୍ରାମା ଭିତରେ ୧୩ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଥିବା ବେଳେ ଆଜି ସେମାନଙ୍କ ନାମାଙ୍କନ ଯାଞ୍ଚ ହେବ । ସ୍ଥାନୀୟ ଚାଷୀ ସଂଗଠନର ଡାକରାକୁ ନେଇ ପ୍ରଥମ ୭ଦିନରେ ଜଣେ ହେଲେ ବି ପ୍ରାର୍ଥୀ ନାମାଙ୍କନ ଦାଖଲ କରି ନଥିବା ବେଳେ ଗତକାଲି ଶେଷ ଦିନରେ  ଦେଖିବାକୁ ମିଳିଥିଲା ଛକାପଞ୍ଝା । ଗତକାଲି ଶେଷ ଦିନରେ ହିଁ ତିନି ପ୍ରମୁଖ ଦଳ ବିଜେପି, ବିଜେଡି, କଂଗ୍ରେସ ସମେତ ୧୩ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଥିଲେ ।

ସ୍ୱାଧୀନ ପ୍ରାର୍ଥୀ ଜୟନ୍ତ ଥପା ପ୍ରଥମେ ପ୍ରାର୍ଥିପତ୍ର ଦାଖଲ କରିବା ପରେ ଅନ୍ୟ ରାଜନୀତିକ ଦଳ- ବିଜେଡି, କଂଗ୍ରେସ ଓ ପରେ ବିଜେପିର ପ୍ରାର୍ଥୀ ନିଜର ନାମାଙ୍କନ ପତ୍ର ଦାଖଲ କରିଥିଲେ।  ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ, ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା ଓ କଂଗ୍ରସ ପ୍ରାର୍ଥୀ ସତ୍ୟଭୂଷଣ ସାହୁ ଗତକାଲି ନାମାଙ୍କନ ଦାଖଲ କରିଥିଲେ  । ଆଜି ୧୧ଟା ସମୟରେ ଏହି ପ୍ରାର୍ଥୀମାନଙ୍କର ନାମାଙ୍କନ ପତ୍ର ଯାଞ୍ଚ କରାଯିବ  । ୨୧ ତାରିଖ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିଛି ।

ନାମାଙ୍କନ ଦାଖଲ ସହିତ ପଦ୍ମପୁର ଉପନିର୍ବାଚନ ପାଇଁ ସରଗରମ ହୋଇଛି ରାଜନୀତି । ଏବେ ପ୍ରଚାରରେ କମ୍ପିବ ମଇଦାନ । ଶକ୍ତି ପ୍ରଦର୍ଶନ ସହ ଭୋଟରଙ୍କୁ ମନେଇବାକୁ ଆରମ୍ଭ ହୋଇଯିବ କସରତ । ଆସନ୍ତା ୫ ତାରିଖରେ ନିର୍ବାଚନ ହୋଇ ୮ ତାରିଖରେ ଫଳାଫଳ ଘୋଷଣା ହେବ।

 ପଦ୍ମପୁର ଉପନିର୍ବାଚନ ଅବାଧ ଓ ନିରପେକ୍ଷ ହେବ,ଏଥିପାଇଁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି ବରଗଡ଼ ଜିଲ୍ଲାପାଳ ମୋନିଷା ବାନାର୍ଜୀ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି। ଏଥିସହ ସେ କହିଛନ୍ତି, ପଦ୍ମପୁର ନିର୍ବାଚନମଣ୍ଡଳୀର ମୋଟ ୩୧୯ଟି ବୁଥ୍ ରହିବ । ଏଥିରୁ ୭୪ଟି ଅତି ସମ୍ବେଦନଶୀଳ ଓ ୫୨ଟି ସମ୍ବେଦନଶୀଳ ଚିହ୍ନଟ ହୋଇଛି । ପଦ୍ମପୁର, ଝାରବନ୍ଧ ଓ ପାଇକମାଳ ବ୍ଲକରେ ମୋଟ ୬ଟି ପିଙ୍କ୍ ବୁଥ ଓ ୧୦ଟି ମଡେଲ୍ ବୁଥ୍ ମଧ୍ୟ ସ୍ଥାପନ କରାଯିବ। ନକ୍ସଲ ପଦ୍ରୁତ ଅଂଚଳ ହୋଇଥିବାରୁ ଏଠାରେ ଅର୍ଦ୍ଧ ସାମରିକ ବାହିନୀ ମୁତୟନ କରାଯିବ ।
ସୂଚନାଯୋଗ୍ୟ, ପଦ୍ମପୁର ଉପନିର୍ବାଚନରେ ମୋଟ ୨.୫୫ଲକ୍ଷ ଭୋଟର ନିଜର ମତାଧିକାର ଆସନ୍ତା ଡିସେମ୍ବର ୫ ତାରିଖରେ ସାବ୍ୟସ୍ତ କରିବେ । ଚାଷୀ ସଂଗଠନର ବିରୋଧ ଓ ନାମାଙ୍କନ ଦାଖଲ ନକରିବାକୁ ଆହ୍ୱାନକୁ ଭୟ କରି ସମସ୍ତ ରାଜନୀତିକ ଦଳ ଓ ପ୍ରାର୍ଥୀମାନେ ନାମାଙ୍କନ ଦାଖଲ କରିନଥିଲେ । ତେବେ ଚାଷୀଙ୍କ ଆନ୍ଦୋଳନ ଜାରି ରହିଥିଲେ ମଧ୍ୟ ଶେଷଦିନରେ ସମସ୍ତେ  ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story