padmapur
ବରଗଡ଼(ଓଡ଼ିଶା ରିପୋର୍ଟର): ପଦ୍ମପୁର ଉପ ନିର୍ବାଚନ ପାଇଁ ଗତକାଲି ହାଇଭୋଲଟେଜ୍ ଡ୍ରାମା ଭିତରେ ୧୩ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଥିବା ବେଳେ ଆଜି ସେମାନଙ୍କ ନାମାଙ୍କନ ଯାଞ୍ଚ ହେବ । ସ୍ଥାନୀୟ ଚାଷୀ ସଂଗଠନର ଡାକରାକୁ ନେଇ ପ୍ରଥମ ୭ଦିନରେ ଜଣେ ହେଲେ ବି ପ୍ରାର୍ଥୀ ନାମାଙ୍କନ ଦାଖଲ କରି ନଥିବା ବେଳେ ଗତକାଲି ଶେଷ ଦିନରେ ଦେଖିବାକୁ ମିଳିଥିଲା ଛକାପଞ୍ଝା । ଗତକାଲି ଶେଷ ଦିନରେ ହିଁ ତିନି ପ୍ରମୁଖ ଦଳ ବିଜେପି, ବିଜେଡି, କଂଗ୍ରେସ ସମେତ ୧୩ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଥିଲେ ।
ସ୍ୱାଧୀନ ପ୍ରାର୍ଥୀ ଜୟନ୍ତ ଥପା ପ୍ରଥମେ ପ୍ରାର୍ଥିପତ୍ର ଦାଖଲ କରିବା ପରେ ଅନ୍ୟ ରାଜନୀତିକ ଦଳ- ବିଜେଡି, କଂଗ୍ରେସ ଓ ପରେ ବିଜେପିର ପ୍ରାର୍ଥୀ ନିଜର ନାମାଙ୍କନ ପତ୍ର ଦାଖଲ କରିଥିଲେ। ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ, ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା ଓ କଂଗ୍ରସ ପ୍ରାର୍ଥୀ ସତ୍ୟଭୂଷଣ ସାହୁ ଗତକାଲି ନାମାଙ୍କନ ଦାଖଲ କରିଥିଲେ । ଆଜି ୧୧ଟା ସମୟରେ ଏହି ପ୍ରାର୍ଥୀମାନଙ୍କର ନାମାଙ୍କନ ପତ୍ର ଯାଞ୍ଚ କରାଯିବ । ୨୧ ତାରିଖ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିଛି ।
ନାମାଙ୍କନ ଦାଖଲ ସହିତ ପଦ୍ମପୁର ଉପନିର୍ବାଚନ ପାଇଁ ସରଗରମ ହୋଇଛି ରାଜନୀତି । ଏବେ ପ୍ରଚାରରେ କମ୍ପିବ ମଇଦାନ । ଶକ୍ତି ପ୍ରଦର୍ଶନ ସହ ଭୋଟରଙ୍କୁ ମନେଇବାକୁ ଆରମ୍ଭ ହୋଇଯିବ କସରତ । ଆସନ୍ତା ୫ ତାରିଖରେ ନିର୍ବାଚନ ହୋଇ ୮ ତାରିଖରେ ଫଳାଫଳ ଘୋଷଣା ହେବ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2022/11/padmapur-10.jpg)