Vote
ପୁରୀ (ମଧୁସୂଦନ ମିଶ୍ର): ପିପିଲି ଉପନିର୍ବାଚନ ପାଇଁ ଦାଖଲ ହୋଇଥିବା ପ୍ରାର୍ଥିପତ୍ର ଗୁଡ଼ିକ ମଧ୍ୟରୁ ୩ଟି ଖାରଜ ହୋଇଯାଇଛି। ପୁରୀ ଅତିରିକ୍ତ ଜିଲ୍ଲାପାଳ ତଥା ଅବଜରଭର ଅଫିସର ପ୍ରଦୀପ ସାହୁ ଏହି ସୂଚନା ଦେଇଛନ୍ତି।
ଯେଉଁମାନଙ୍କ ପ୍ରାର୍ଥିପତ୍ର ଖାରଜ ହୋଇଛି, ସେମାନେ ହେଉଛନ୍ତି- ସନ୍ତୋଷ ଦାସ, ସନ୍ତୋଷ ମହାପାତ୍ର ଓ ପ୍ରିୟ ରଞ୍ଜନ ମିଶ୍ର।
ଏହି ଉପନିର୍ବାଚନ ପାଇଁ ମୋଟ ୧୫ ଜଣ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ୩ ଜଣଙ୍କର ପ୍ରାର୍ଥିପତ୍ର ଖାରଜ ହୋଇଯାଇଥିବା ବେଳେ ୧୨ ଜଣଙ୍କର କାଏମ ରହିଛି। ଆସନ୍ତା ୩ ତାରିଖ ହେଉଛି ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ଦିନ। ସେହି ଦିନ ଅପରାହ୍ନ ୩ଟା ପର୍ଯ୍ୟନ୍ତ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିନେବାର ସମୟ ରହିଛି।
ପିପିଲି ଉପନିର୍ବାଚନ ପାଇଁ ବିଜେଡି ସ୍ୱର୍ଗତ ବିଧାୟକ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ପ୍ରତାପ ମହରଥୀଙ୍କୁ ପ୍ରାର୍ଥୀ କରିଛି। ବିଜେପି ପୁଣି ଥରେ ଆଶ୍ରିତ ପଟ୍ଟନାୟକଙ୍କୁ ପ୍ରାର୍ଥୀ କରିଛି। ୨୦୧୯ ନିର୍ବାଚନରେ ଆଶ୍ରିତ ଏହି ଆସନରୁ ପ୍ରଦୀପ ମହାରଥୀଙ୍କ ବିରୋଧରେ ଲଢ଼ି ପରାସ୍ତ ହୋଇଥିଲେ। ଅନ୍ୟପକ୍ଷରେ କଂଗ୍ରେସ ଅଜିତ ମଙ୍ଗରାଜଙ୍କୁ ପ୍ରାର୍ଥୀ କରିଛି। ୨୦୧୯ ନିର୍ବାଚନରେ ମଧ୍ୟ ସେ ଏହି ଆସନରୁ ଲଢ଼ିଥିଲେ।
ଏପ୍ରିଲ ୧୭ ତାରିଖରେ ପିପିଲି ବିଧାନସଭା ଆସନ ପାଇଁ ଭୋଟ୍ ଗ୍ରହଣ ହେବ। ମେ’ ୨ ତାରିଖରେ ଫଳାଫଳ ଘୋଷଣା ହେବ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2021/03/56-3.jpg)