Advertisment

ଲିଙ୍ଗରାଜଙ୍କ ଅମୁଣିଆ ଭୋଗ ଚୋରି କରି ଖାଇଲେ ଅଣ ସେବାୟତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୋଷ ଘରେ ପଶି ଅମୁଣିଆ ଭୋଗ ଚୋରି କରି ଖାଇଲେ ଅଣ ସେବାୟତ। ଅଣସେବାୟତ ରୋଷ ଘରେ ପଶି ଲିଙ୍ଗରାଜଙ୍କ ପାଇଁ ଉଦ୍ଦିଷ୍ଟ ଭୋଗ ଅମୁଣିଆକୁ ଖାଇବା ସହ ମାରା କରି ଦେଇଥିଲେ। ଅମୁଣିଆ ମାରା ହେବାରୁ ଗତକାଲି ଲିଙ୍ଗରାଜଙ୍କ ସନ୍ଧ୍ୟାଧୂପ ଓ ବଡ଼ସିଂହାର ବେଶ ବିଳମ୍ବ ହୋଇଥିଲା। ପରେ ଚୂନପାଣି ଛିଞ୍ଚି ଲିଙ୍ଗରାଜଙ୍କ ରୋଷଘରକୁ ଧୋକାଳ କରାଯାଇଥିଲା। ଅଣସେବାୟତଙ୍କୁ ଲିଙ୍ଗରାଜ ଥାନାରେ ପୁଲିସ ଅଟକ ରଖି ପଚରାଉଚରା କରୁଛି। ଏଭଳି […]

ଅଦ୍ୟତନ ହୋଇଛି
ଲିଙ୍ଗରାଜଙ୍କ ଅମୁଣିଆ ଭୋଗ ଚୋରି କରି ଖାଇଲେ ଅଣ ସେବାୟତ

lingaraj temple

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୋଷ ଘରେ ପଶି ଅମୁଣିଆ ଭୋଗ ଚୋରି କରି ଖାଇଲେ ଅଣ ସେବାୟତ। ଅଣସେବାୟତ ରୋଷ ଘରେ ପଶି ଲିଙ୍ଗରାଜଙ୍କ ପାଇଁ ଉଦ୍ଦିଷ୍ଟ ଭୋଗ ଅମୁଣିଆକୁ ଖାଇବା ସହ ମାରା କରି ଦେଇଥିଲେ। ଅମୁଣିଆ ମାରା ହେବାରୁ ଗତକାଲି ଲିଙ୍ଗରାଜଙ୍କ ସନ୍ଧ୍ୟାଧୂପ ଓ ବଡ଼ସିଂହାର ବେଶ ବିଳମ୍ବ ହୋଇଥିଲା। ପରେ ଚୂନପାଣି ଛିଞ୍ଚି ଲିଙ୍ଗରାଜଙ୍କ ରୋଷଘରକୁ ଧୋକାଳ କରାଯାଇଥିଲା। ଅଣସେବାୟତଙ୍କୁ ଲିଙ୍ଗରାଜ ଥାନାରେ ପୁଲିସ ଅଟକ ରଖି ପଚରାଉଚରା କରୁଛି।

Advertisment

ଏଭଳି ଘଟଣାକୁ ନେଇ ଅସନ୍ତୋଷ ପ୍ରକାଶ କରିଛି ବ୍ରାହ୍ମଣ ନିଯୋଗ। ଏହାସହ ଢିଲା ସୁରକ୍ଷାକୁ ଦାୟୀ କରିଛି ନିଯୋଗ। ତେବେ ଅଣସେବାୟତ ଜଣକ ଜଣେ ମାନସିକ ଭାରସାମ୍ୟ ହରାଇଥିବା ବ୍ୟକ୍ତି ବୋଲି କୁହାଯାଉଛି ।

ଲିଙ୍ଗରାଜ ମନ୍ଦିର ସୁପରଭାଇଜର ରାଜକିଶୋର ମହାପାତ୍ର କହିଛନ୍ତି, ଶ୍ରୀଲିଙ୍ଗରାଜଙ୍କ ରୋଷ ଘରେ ପଶି ଜଣେ ଅଣସେବାୟତ  ଅମୁଣିଆ ଭୋଗ ଚୋରି କରି ଖାଇବା ପ୍ରଥମ ଘଟଣା। ଏଥିପାଇଁ ମନ୍ଦିରର ସୁରକ୍ଷା ଅଧିକ କଡ଼ାକଡ଼ି କରାଯିବା ଦରକାର।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe