/odisha-reporter/media/post_attachments/uploads/2020/09/deadbody.jpg)
deadbody
ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ): ମୃତଦେହକୁ ମିଳିଲାନି କାନ୍ଧ। ଶେଷରେ ଟଲିରେ ଶ୍ମଶାନକୁ ଗଲା ମୃତଦେହ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲା ଓଡ଼ଗାଁରେ।
Advertisment
ସୂଚନା ଅନୁଯାୟୀ, କୁରାଳ ଗାଁ ବେଙ୍ଗେଇ ସାହିର ୭୨ବର୍ଷୀୟ ଚନ୍ଦ୍ରଶେଖର ଆଚାରି ତାଙ୍କ ପତ୍ନୀ ଏବଂ ପୁଅ କରୋନା ସଂକ୍ରମିତ ହୋଇଥିଲେ ।ପରେ ତାଙ୍କ ପୁଅ ଓ ପତ୍ନୀ ଘରକୁ ଆସିଥିବା ବେଳେ ଚନ୍ଦ୍ରଶେଖର ଚାନ୍ଦପୁର କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଗତକାଲି ରାତିରେ ଚନ୍ଦ୍ରଶେଖରଙ୍କୁ ଏକ ଆମ୍ବୁଲାନ୍ସ ଯୋଗେ ଘରେ ଛାଡି ଦିଆଯାଇଥିଲା । ମାତ୍ର ଆମ୍ବୁଲାନ୍ସ ଛାଡି ଯିବାର ୨୦ମିନିଟ ପରେ ଚନ୍ଦ୍ରଶେଖରଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।
ହେଲେ ତାଙ୍କ ଅନ୍ତିମ ସଂସ୍କାର ପାଇଁ ବହୁ ଲୋକଙ୍କୁ ନିବେଦନ କରିଥିଲେ ସୁଦ୍ଧା କରୋନା ସଂକ୍ରମଣ ଭୟରେ କେହି ଆସି ନ ଥିଲେ। ଶେଷରେ ବାଧ୍ୟ ହୋଇ ତାଙ୍କ ପୁଅ ସୁରେଶ ଏକ ଟଲି ସାହାଯ୍ୟରେ ଶ୍ମଶାନକୁ ନେଇଥିଲେ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
