Advertisment

ମୃତଦେହକୁ ମିଳିଲାନି କାନ୍ଧ, ଟ୍ରଲିରେ ବୋହିଲେ ପୁଅ

ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ): ମୃତଦେହକୁ ମିଳିଲାନି କାନ୍ଧ। ଶେଷରେ ଟଲିରେ ଶ୍ମଶାନକୁ ଗଲା ମୃତଦେହ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲା ଓଡ଼ଗାଁରେ। ସୂଚନା ଅନୁଯାୟୀ, କୁରାଳ ଗାଁ ବେଙ୍ଗେଇ ସାହିର ୭୨ବର୍ଷୀୟ ଚନ୍ଦ୍ରଶେଖର ଆଚାରି ତାଙ୍କ ପତ୍ନୀ ଏବଂ ପୁଅ କରୋନା ସଂକ୍ରମିତ ହୋଇଥିଲେ ।ପରେ ତାଙ୍କ ପୁଅ ଓ ପତ୍ନୀ ଘରକୁ ଆସିଥିବା ବେଳେ ଚନ୍ଦ୍ରଶେଖର ଚାନ୍ଦପୁର କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଗତକାଲି ରାତିରେ ଚନ୍ଦ୍ରଶେଖରଙ୍କୁ ଏକ ଆମ୍ବୁଲାନ୍ସ ଯୋଗେ ଘରେ […]

ଅଦ୍ୟତନ ହୋଇଛି
ମୃତଦେହକୁ ମିଳିଲାନି କାନ୍ଧ, ଟ୍ରଲିରେ ବୋହିଲେ ପୁଅ

deadbody

Advertisment

ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ): ମୃତଦେହକୁ ମିଳିଲାନି କାନ୍ଧ। ଶେଷରେ ଟଲିରେ ଶ୍ମଶାନକୁ ଗଲା ମୃତଦେହ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲା ଓଡ଼ଗାଁରେ।

Advertisment

ସୂଚନା ଅନୁଯାୟୀ, କୁରାଳ ଗାଁ ବେଙ୍ଗେଇ ସାହିର ୭୨ବର୍ଷୀୟ ଚନ୍ଦ୍ରଶେଖର ଆଚାରି ତାଙ୍କ ପତ୍ନୀ ଏବଂ ପୁଅ କରୋନା ସଂକ୍ରମିତ ହୋଇଥିଲେ ।ପରେ ତାଙ୍କ ପୁଅ ଓ ପତ୍ନୀ ଘରକୁ ଆସିଥିବା ବେଳେ ଚନ୍ଦ୍ରଶେଖର ଚାନ୍ଦପୁର କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଗତକାଲି ରାତିରେ ଚନ୍ଦ୍ରଶେଖରଙ୍କୁ ଏକ ଆମ୍ବୁଲାନ୍ସ ଯୋଗେ ଘରେ ଛାଡି ଦିଆଯାଇଥିଲା । ମାତ୍ର ଆମ୍ବୁଲାନ୍ସ ଛାଡି ଯିବାର ୨୦ମିନିଟ ପରେ ଚନ୍ଦ୍ରଶେଖରଙ୍କ ମୃତ୍ୟୁ  ହୋଇଥିବା ପରିବାର ଲୋକେ  ଅଭିଯୋଗ କରିଛନ୍ତି।

ହେଲେ ତାଙ୍କ ଅନ୍ତିମ ସଂସ୍କାର ପାଇଁ ବହୁ ଲୋକଙ୍କୁ ନିବେଦନ କରିଥିଲେ ସୁଦ୍ଧା କରୋନା ସଂକ୍ରମଣ ଭୟରେ କେହି ଆସି ନ ଥିଲେ। ଶେଷରେ ବାଧ୍ୟ ହୋଇ ତାଙ୍କ ପୁଅ ସୁରେଶ ଏକ ଟଲି ସାହାଯ୍ୟରେ ଶ୍ମଶାନକୁ ନେଇଥିଲେ।

Advertisment
Deadbody
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe