Advertisment

‘ସକୁନି’ ଏବେ ଶାନ୍ତ, ଆଖିରେ ଆଖିଏ ଲୁହ ...

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ଦୁର୍ଯ୍ୟୋଧନ କ’ଣ ମଲାଣି । ଦୁର୍ଯୋଧନ ପରା ଉରୁଭଙ୍ଗ ହୋଇ ମାନସରୋବରରେ ପଡ଼ିଛି। ଦୁର୍ଯ୍ୟୋଧନ ମରିବ। କୁରୁ ବଂଶ ସମୂଳେ ଧ୍ୱଂସ ହେବ। ତା’ପରେ ଶକୁନି ଶାନ୍ତି ପାଇବ ନା।… ଇଏ ହେଉଛି ସେଇ ଦୁର୍ଦ୍ଦାନ୍ତ ଯାତ୍ର ଭିଲେନ୍‌ ଦାମ ପଣ୍ଡାଙ୍କ ଛାତି ଥରା ଡାଏଲଗ୍‌। ଯାହାଙ୍କ ଭୟଙ୍କର ଚରିତ୍ରରେ ଥରହର ହୁଏ ନିଃଶବ୍ଦ ରାତିର ଯାତ୍ରା ପେଣ୍ଡାଲ୍‌। ଯାହାଙ୍କ ଭୟଙ୍କର ଡାଏଲଗ୍‌ରେ ଚମକିପଡ଼ି ଛାତିରେ ଛେପ ପକାଇଥା’ନ୍ତି ନାଟକରେ ମଜି ଯାଇଥିବା ଦର୍ଶକେ। […]

ଅଦ୍ୟତନ ହୋଇଛି
‘ସକୁନି’ ଏବେ ଶାନ୍ତ, ଆଖିରେ ଆଖିଏ ଲୁହ ...

m2

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ଦୁର୍ଯ୍ୟୋଧନ କ’ଣ ମଲାଣି । ଦୁର୍ଯୋଧନ ପରା ଉରୁଭଙ୍ଗ ହୋଇ ମାନସରୋବରରେ ପଡ଼ିଛି। ଦୁର୍ଯ୍ୟୋଧନ ମରିବ। କୁରୁ ବଂଶ ସମୂଳେ ଧ୍ୱଂସ ହେବ। ତା’ପରେ ଶକୁନି ଶାନ୍ତି ପାଇବ ନା।... ଇଏ ହେଉଛି ସେଇ ଦୁର୍ଦ୍ଦାନ୍ତ ଯାତ୍ର ଭିଲେନ୍‌ ଦାମ ପଣ୍ଡାଙ୍କ ଛାତି ଥରା ଡାଏଲଗ୍‌।

Advertisment

publive-image

ଯାହାଙ୍କ ଭୟଙ୍କର ଚରିତ୍ରରେ ଥରହର ହୁଏ ନିଃଶବ୍ଦ ରାତିର ଯାତ୍ରା ପେଣ୍ଡାଲ୍‌। ଯାହାଙ୍କ ଭୟଙ୍କର ଡାଏଲଗ୍‌ରେ ଚମକିପଡ଼ି ଛାତିରେ ଛେପ ପକାଇଥା’ନ୍ତି ନାଟକରେ ମଜି ଯାଇଥିବା ଦର୍ଶକେ। ଦୀର୍ଘ ୪୦ ବର୍ଷ ଧରି ଯାତ୍ରା ଜଗତରେ ନିପୁଣ ଅଭିନୟ କରି ଦର୍ଶକଙ୍କ ହୃଦୟରେ ରହିଥିବା ଦାମ କିନ୍ତୁ ଆଜି ରଙ୍ଗିନ୍‌ ପେଣ୍ଡାଲ୍‌ଠାରୁ ବହୁ ଦୂରରେ। ଦେଢ଼ ବର୍ଷ ତଳେ ସେ ଫୁସ୍‌ଫୁସ୍‌ କ୍ୟାନସର୍‌ରେ ପୀଡ଼ିତ ହେବା ପରେ ତୁରନ୍ତ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ। ଯଦିଓ ସେ ଏହା ଭିତରେ ଏହି ଦୂରାରୋଗରୁ ଭଲ ହୋଇ ସାରିଛନ୍ତି ହେଲେ ସେ ଅଭିନୟ ଜଗତକୁ ଫେରି ପାରିନାହାନ୍ତି। ଆଗ ଭଳି ସେ ଆଉ ଯାତ୍ରା ଦୁନିଆରେ କାମ ପାଉ ନାହାନ୍ତି।
ତେବେ ଯାତ୍ରା କଳାକାରମାନଙ୍କୁ କୌଣସି ସରକାରୀ ସହାୟତା ମିଳୁ ନଥିବାରୁ ସେ କ୍ଷୋଭ ପ୍ରକାଶ କରିଛନ୍ତି। ରାତି ରାତି ଅନିଦ୍ରା ଧରି ଯେଉଁ କଳାକାର ଦର୍ଶକଙ୍କ ମନୋରଞ୍ଜନ କରୁଥିଲେ, ସେମାନଙ୍କୁ ଦୁର୍ଦ୍ଦିନରେ ସରକାର ନପଚାରିବା ଏକ ପରିତାପର ବିଷୟ।

publive-image

ଯାହାକୁ ନେଇ ଦୁଃଖପ୍ରକାଶ କରିଛନ୍ତି ଯାତ୍ରା ଜଗତର ଭିଲେନ୍‌ ଦାମ ପଣ୍ଡା। ତାଙ୍କର କହିବା ଅନୁସାରେ, ‘ରୋଗରେ ପଡ଼ିବା ପରେ ଯାତ୍ରା ମାଲିକ ମୋତେ ଆଉ କାମ ଦେଇନଥିଲେ। ଯଦିଓ ମୁଁ ସୁସ୍ଥ ହୋଇସାରିଛି,ତଥାପି ଏପର୍ଯ୍ୟନ୍ତ କିଛି ରୋଜଗାର ନଥିବାରୁ ଘରେ ବସିଛି।’
ସରକାର ଜାଣିବା ଦରକାର ଯେ ଯାତ୍ରା ବୋଲି ଗୋଟିଏ ଜିନିଷ ଅଛି। ଏପରିକି ସଚିବାଳୟରେ ଯାତ୍ରା ପାଇଁ ସ୍ୱତନ୍ତ୍ର ଟେବୁଲ ରହିବା ଦରକାର ବୋଲି ସରକାରଙ୍କୁ ସେ ନିବେଦନ କରିଛନ୍ତି।

Advertisment

ସେ ଆହୁରି ମଧ୍ୟ କହିଛନ୍ତି, କଳାକାରଙ୍କୁ ଦିଆ ଯାଉଥିବା ଭତ୍ତାକୁ ୪୦୦ରୁ ନବୀନ ସରକାର ୧୨୦୦ କରିଛନ୍ତି। ଜଣେ ଯାତ୍ରା କଳାକାର ମଞ୍ଚରୁ ଦୂରେଇ ଗଲା ପରେ ୧୨୦୦ ଟଙ୍କାରେ କିପରି ବଞ୍ଚିବ। ସରକାର ଆମ ପ୍ରତି ସମ୍ପୂର୍ଣ୍ଣ ରୂପେ ଉଦାସୀନ। ତେଣୁ ଅନ୍ୟ ଏଣ୍ଟରଟେନ୍‌ମେଣ୍ଟ ମିଡିଆ ପରି ଯାତ୍ରାକୁ ବି ସରକାର ଚିହ୍ନନ୍ତୁ। ସେ ଆଉ କଥା ମଧ୍ୟ କହିଛନ୍ତି। ଯେତେ ବେଳେ ମଣିଷ ଦୁଃଖରେ ପଡ଼ିଥାଏ ବନ୍ଧୁ କିଏ ଆଉ ଶତ୍ରୁ କିଏ ତାହା ଠିକ୍‌ ଜଣାପଡ଼ିଥାଏ ବୋଲି ଦାମ କହିଛନ୍ତି। ରାଙ୍କ ରୋଗ ଭଲ ହେବାରେ ୧୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ସେ କହିଛନ୍ତି । ଯାତ୍ରା କଳାକାର ଓ ତା’ର ପରିବାର କିପରି ବଞ୍ଚିବେ, ତା’ର ବ୍ୟବସ୍ଥା ସରକାର କରିବା ଉଚିତ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe